ଭିନ୍ନ ରାଜ୍ୟ ଭିନ୍ନ ଚପଲ

ପାଦକୁ ସୁରକ୍ଷା ଦିଏ ଜୋତା ଓ ଚପଲ l ଏହାବାଦ୍‌ କେବେ ଏହା ବ୍ୟକ୍ତିଙ୍କ ଷ୍ଟାଟସ୍‌କୁ ଦର୍ଶାଏ ତ କେବେ କୌଣସି ସ୍ଥାନର ପରିଚୟ ବି ପାଲଟିଛି। ଭାରତର ବିଭିନ୍ନ ରାଜ୍ୟର ସେମିତି କେତେକ ଖାସ୍‌ ଜୋତା ଓ ଚପଲ ସମ୍ପର୍କରେ…

କୋହ୍ଲାପୁରୀ ଚପଲ: ଅତି ଆରାମଦାୟକ ଚମଡାର ଏହି ହାତ ତିଆରି ସ୍ଲିପର୍ସ ଦେଖିବାକୁ ବହୁତ ଆକର୍ଷକ। ଏହା ଯେମିତି ଲଙ୍ଗ ଲାଷ୍ଟିଙ୍ଗ ଏହାର କାରୁକାର୍ଯ୍ୟ ସେମିତି ସୁନ୍ଦର। ତେଣୁ ସାରା ପୃଥିବୀରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଦ୍ୱାଦଶ ଶତାବ୍ଦିରେ ରାଜା ବିଜ୍ଜଲ ଓ ତାଙ୍କ ପ୍ରଧାନମନ୍ତ୍ରୀ ବାସଭାନ୍‌ ମୋଚି ସମ୍ପ୍ରଦାୟର ଉନ୍ନତି ଲାଗି ଏହି ଚପଲର ଉତ୍ପାଦନ ବଢାଇଥିଲେ। ମହାରାଷ୍ଟ୍ରର କୋହ୍ଲାପୁର ଜିଲାର ନାମାନୁସାରେ ଉକ୍ତ ଚପଲର ନାମକରଣ ହୋଇଛି। ଦୀର୍ଘ ୧୦୦ ବର୍ଷ ହେବ ଏହି ଚପଲ ତା’ର ପୁରୁଣା ଷ୍ଟାଇଲ ଓ ଆକାରରେ ଆଜି ବି ଉପଲବ୍ଧ ହେଉଛି। ଯଦିଓ ଏବେ ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟରେ ରଖି ଏହା ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ରେ ଉପଲବ୍ଧ ହେଲାଣି। ଆଜିକାଲି ମଡର୍ନ ଟଚ୍‌ ଦେବା ଲାଗି ମେଟାଲିକ, ଗୋଲ୍ଡ ଓ ସିଲଭର୍‌ର ଷ୍ଟ୍ରାଇପ୍‌ ସହିତ ସେକ୍ୱିନ୍‌ରେ ସଜ୍ଜିତ କୋହ୍ଲାପୁରୀ ଚପଲ ଡିଜାଇନ୍‌ ହେଉଛି। ଉଭୟ ପୁରୁଷ ଓ ମହିଳାଙ୍କର ଏହା ପ୍ରିୟ। ତା’ସହ ଓ୍ବେଷ୍ଟର୍ନ ହେଉକି ଟ୍ରାଡିସନାଲ ଗେଟ୍‌ଅପ୍‌ ସବୁଥିରେ ଏହା ଭଲ ଲାଗେ। ତେଣୁ କୋହ୍ଲାପୁର ଯାଇ ଯଦି କୋହ୍ଲାପୁରୀ ଚପଲ ନ ଆଣିବେ, ତେବେ ସେଠାକୁ ଯିବାର ମାନେ ରହେନା।
ମୋଜାରୀ ଖୁସା: ପୁରାତନ ସମୟରେ ରାଜସ୍ଥାନର ଏହି ଜୋତାକୁ ନଓ୍ବାବ, ମହାରାଜ, ମହାରାଣୀ ଜମିଦାରମାନେ ପିନ୍ଧୁଥିଲେ। ଏହା ସେମାନଙ୍କ ପ୍ରତିପତିକୁ ଦର୍ଶାଉଥିଲା। ପୂର୍ବେ ଏହି ଜୋତାକୁ ଖାଣ୍ଟି ସୁନା, ରୁପାର ସୂତାରେ ତିଆରି କରାଯାଉଥିଲା। ବିରଳ ମୋତି ଓ ଦାମୀ ରତ୍ନରେ ସଜାଯାଉଥିଲା। ଉକ୍ତ ଜୋତାର ସାମ୍‌ନା ଭାଗ ମୋଡି ହୋଇ ରହିଥାଏ, ଯାହା ରାଜକୀୟ ଲୁକ୍‌ ଦିଏ। ଶିଖ୍‌ ସମ୍ପ୍ରଦାୟରେ ଏହା ଯୋଧପୁରୀ ଜୋତା ଭାବେ ପରିଚିତ ଥିଲା। ଚମଡାର ଏହି ଜୋତାକୁ ହାତରେ ତିଆରି କରାଯାଏ। ଏହାର କାରିଗରୀ ଯୋଧପୁର, ଗୋଲାପି ସହର ଜୟପୁର ଓ ପଞ୍ଜାବରେ ହୋଇଥାଏ। ଏଥିରେ ହେଉଥିବା ସୁନ୍ଦର ଏମ୍ବ୍ରୋଏଡାରୀ କାମ, ଭେଲଭେଟ୍‌, ସେକ୍ବିନ, ମୋତି , ସେରାମିକ ବିଡ୍‌ର ସାଜସଜ୍ଜା ଏହାକୁ ଆକର୍ଷକ କରିଥାଏ।
ଜୁତି: ପଞ୍ଜାବ ଓ ରାଜସ୍ଥାନର ଏହି ପ୍ରସିଦ୍ଧ ଜୁତି କେବଳ ଉତ୍ତର ଭାରତରେ ନୁହେଁ ସାରା ପୃଥିବୀରେ ଲୋକପ୍ରିୟ ହୋଇପାରିଛି। ମୋଗଲମାନେ ହେଉଛନ୍ତି ଏହାର ପୃଷ୍ଠପୋଷକ। ଏହାକୁ ପ୍ରଥମେ ମହାରାଜା, ମହାରାଣୀମାନେ ପିନ୍ଧୁଥିଲେ। ଏହାକୁ ଚମଡାରେ ତିଆରି କରାଯାଉଥିଲା। ସୁନା ଓ ରୁପାର ସୁତାରେ ଏହାକୁ ଏମ୍ବ୍ରୋଏଡାରୀ କରାଯାଉଥିଲା। ବିଭିନ୍ନ ରତ୍ନ, ମୂଲ୍ୟବାନ ପଥର, ଦାମୀ ମୋତିରେ ଏହାକୁ ସଜା ଯାଉଥିଲା। ଯୁଗ ବଦଳିବା ସହ ଏଥିରେ ଅନେକ ପରିବର୍ତ୍ତନ ହୋଇଛି। ଆଉ ଏବେ ଏହା ଅନେକ ଟ୍ରେଣ୍ଡି ପ୍ୟାଟର୍ନରେ ଉପଲବ୍ଧ ହେଉଛି। ବିବାହ, ପର୍ବପର୍ବାଣି, ପାର୍ଟି ଆଦିରେ ଏହାକୁ ପିନ୍ଧିଲେ ବହୁତ ଭଲ ଲାଗେ। ଏଥନିକ ଲୁକ୍‌ ପାଇଁ ଏହାକୁ ଲେହଙ୍ଗା, ଅନାରକଲି, ଘାଘରା ସହ ପିନ୍ଧିବାକୁ ବେଶ୍‌ ପସନ୍ଦ କରାଯାଉଛି।
ପୁଲା ଚପଲ: ‘ଲାଣ୍ଡ ଅଫ୍‌ ଗଡ୍‌ସ’ ଭାବେ ପରିଚିତ ହିମାଚଳ ପ୍ରଦେଶର ସ୍ଥାନୀୟ ପାହାଡି ଲୋକେ ଏହି ସ୍ବତନ୍ତ୍ରଧରଣର ଚପଲ ପିନ୍ଧନ୍ତି। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏଠାକାର ଏକପ୍ରକାରର ଘାସକୁ ମୋଡି ଦଉଡି କରାଯାଏ। ଆଉ ସେହି ଦଉଡିକୁ କପଡାରେ ଲଗାଲଗି ରଖି ସିଲେଇ କରି ସେଥିରେ ଚପଲ ପ୍ରସ୍ତୁତ କରାଯାଏ। ଚପଲର ଉପରଭାଗରେ ସୁନ୍ଦର ଛୁଞ୍ଚି ସୁତାର କାରିଗରୀ କରାଯାଇଥାଏ। ହିମାଚଳ ପ୍ରଦେଶରେ ଚମଡାର ଜୋତା କି ଚପଲ ବ୍ୟବହାର ଉପଯୋଗୀ ହୋଇପାରେନା। କେବଳ ହାଲ୍‌କା ପୁଲା ଚପଲକୁ ପିନ୍ଧି ବରଫରେ ଚାଲିବା ସହଜ ହୋଇଥାଏ। ପର୍ବପର୍ବାଣିରେ ମନ୍ଦିର ପରିସରରେ ଚାଲିବା ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଏହାକୁ ଏଠାକାର ଚଦ ନାମକ ସ୍ଥାନରେ ତିଆରି କରାଯାଏ। ତେବେ ଏହାର ବଜାର ଏବେ ରାଜସ୍ଥାନ, ଗୁଜୁରାଟ ଓ ମଧ୍ୟପ୍ରଦେଶକୁ ବି ବ୍ୟାପିଗଲାଣି।
ଓସୋ ଚପଲ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ଓସୋ ରଜନିଶ୍‌ଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି। ଏହା ଏକ ଇକୋ ଫ୍ରେଣ୍ଡଲି ଚପଲ ଅଟେ। ଏହାକୁ ବାଉଁଶ, ଝୋଟ ଓ ସ୍ବତନ୍ତ୍ରଧରଣର ଘାସରେ ତିଆରି କରାଯାଇଥାଏ। ଚପଲର ଷ୍ଟ୍ରିଙ୍ଗ ବା ଫିତା ପାଇଁ ଫକ୍ସ ଭେଲଭେଟ୍‌, ରବର, କିମ୍ବା କଟନ୍‌ କପଡାର ବ୍ୟବହାର କରାଯାଇଥାଏ। ଶକ୍ତ ରବର୍‌ର ବେସ୍‌ ଉପରେ ବାଉଁଶ, ଝୋଟ ତଥା ଘାସର ଚଟାଇ ପରି ଲେୟର ଥାଏ। ଏହି ଚପଲ ଦେଖିବାକୁ ସିମ୍ପଲ କିନ୍ତୁ ବହୁତ ଷ୍ଟାଇଲିଶ। ତା’ସହ ପାଦକୁ ଥଣ୍ଡା ବି ରଖେ। କମ୍‌ ଦାମ, ସୁନ୍ଦର ରଙ୍ଗ ଓ ବିଭିନ୍ନ ଷ୍ଟାଇଲ ଓ ପ୍ୟାଟର୍ନରେ ଏହା ଉପଲବ୍ଧ ହୁଏ। ଓ୍ବେଷ୍ଟର୍ନ ହେଉକି ଇଣ୍ଡିଆନ୍‌ ଆଉଟଫିଟ୍‌ ସବୁଥିରେ ଏହା ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri