Odisha Elections 2024

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ ଗୃହରେ ଶାନ୍ତି, ସମୃଦ୍ଧି ଓ ସକାରାତ୍ମକ ଊର୍ଜା ଭରି ଯାଇଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଯେଉଁ ଘରେ ଠାକୁରଙ୍କ ପାଖେ ଦୀପ ଜଳାଯାଏ; ସେଠାରେ ପ୍ରଭୁଙ୍କ ବାସ ହୋଇଥାଏ। ତେବେ ଏହି ଗୋଟିଏ ନିୟମ ନୁହଁ, ଦୀପ ଜଳାଇବାକୁ ନେଇ ଆହୁରି ଅନେକ ନିୟମ ବି ରହିଛି। ସେଥିମଧ୍ୟରୁ ଆଉ ଗୋଟିଏ ନିୟମ ହେଉଛି, କେବେ ବି ଜଳୁଥିବା ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗାଇବା ଠିକ୍‌ ନୁହେଁ। କାରଣ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଆମେ ଗୋଟିଏ ଦୀପ ଜଳାଉ, ଜଳୁଥିବା ସେହି ବଳିତାରେ ଅଗ୍ନି ଦେବ ବାସ କରିଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ସେହି ଜଳୁଥିବା ବଳିତାରେ ଆସି ଏକାଠି ହୋଇଯାନ୍ତି। ଫଳରେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ। କିନ୍ତୁ ଯଦି ଆମେ ସେହି ଜଳୁଥିବା ଦୀପରୁ ଆଉ ଗୋଟିଏ ଦୀପ ଲଗାଇବା, ତା’ହେଲେ ପ୍ରଥମ ଦୀପର ବଳିତାରେ ଏକାଠି ହୋଇ ରହିଥିବା ନକାରାତ୍ମକ ଶକ୍ତି ଅନ୍ୟ ଏକ ଦୀପର ବଳିତାକୁ ଚାଲିଯିବ। ଏମିତି ଭାବେ ଗୋଟିଏ ଦୀପରୁ ଅନ୍ୟ ଦୀପ ହୋଇ ସେମିତି ବୁଲୁଥିବ, ତାହା ସହଜରେ ନଷ୍ଟ ହେବ ନାହିଁ। ସେହିପରି କୁହାଯାଏ, ଯଦି ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗାଯାଏ, ତା’ହେଲେ ଏହା ସମ୍ପର୍କରେ ମଧ୍ୟ ନିଆଁ ଲଗାଇ ଦେଇଥାଏ ଅର୍ଥାତ୍‌ ଫାଟ ସୃଷ୍ଟି କରିଥାଏ। ତେଣୁ ଏହି କଥାକୁ କେତେ ଦୂର ମାନିବେ ତାହା ବ୍ୟକ୍ତିର ବିଶ୍ୱାସ ଓ ଅବିଶ୍ୱାସ ଉପରେ ହିଁ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri