Odisha Elections 2024

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ ଜଳୀୟ ଅଂଶ ଭରପୂର ହୋଇ ରହିଥାଏ।“

ବର୍ଷତମାମ ବିଭିନ୍ନ ଋତୁ ମଧ୍ୟରେ ବିଶେଷଭାବରେ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏହି ସମୟରେ ମହିଳାମାନେ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ଆଜିକାଲି ଅନେକ ମହିଳା ସ୍ବାବଲମ୍ବୀ ହେବାକୁ ପସନ୍ଦ କରୁଛନ୍ତି। କେବଳ ଜଣେ ଗୃହିଣୀ ନୁହେଁ, କର୍ମଜୀବୀ ହୋଇଥିଲେ ମଧ୍ୟ ଏହି ଋତୁରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ। ଉକ୍ତ ଋତୁରେ ଅତ୍ୟଧିକ ଗରମ ସ୍ବାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ପ୍ରବଳ ଗରମରେ ବାହାରକୁ ଯିବାକୁ ଥିଲେ ସେଥିପ୍ରତି ସତର୍କ ହୁଅନ୍ତୁ। ତା’ସହ ଏହି ଋତୁରେ ଖାଦ୍ୟପେୟ ଏବଂ ବିଶ୍ରାମ ଆଦି ପ୍ରତି ଧ୍ୟାନ ଦିଅନ୍ତୁ। ଗ୍ରୀଷ୍ମଋତୁରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କେତେକ ରୋଗ ସୃଷ୍ଟି କରିଥାଏ। ଅଂଶୁଘାତ, ସନ୍‌ବର୍ନ ତନ୍ମଧ୍ୟରୁ ଅନ୍ୟତମ। ତେଣୁ ଏହି ଋତୁରେ ନିଜକୁ ସୁସ୍ଥ ରଖିବା ଲାଗି ନିମ୍ନଲିଖିତ ଟିପ୍ସ ଆପଣେଇପାରନ୍ତି…
ଖାଦ୍ୟପେୟ: ଗ୍ରୀଷ୍ମଋତୁରେ ପ୍ରଥମେ ନିଜର ଖାଦ୍ୟପେୟ ପ୍ରତି ସର୍ତକ ରହିବା ନିହାତି ଦରକାର। ଏହି ଋତୁରେ ଅଧିକ ମସଲାଯୁକ୍ତ ଏବଂ ଗରିଷ୍ଠ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ। ଏହିଦିନରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗଡ଼ିକରେ ଜଳୀୟ ଅଂଶ ଭରପୂର ହୋଇ ରହିଥାଏ। ବିଶେଷଭାବରେ ଖରାଦିନେ ଶରୀରରେ ଜଳ ଶୁଷ୍କତା (ଡିହାଇଡ୍ରେଶନ) ସୃଷ୍ଟି ହେବା ଆଶଙ୍କା ରହିଛି। ତେଣୁ ଏହି ଋତୁରେ ଲେମ୍ବୁପାଣି, ଆଖୁରସ, ଲସି, ପଇଡ଼ ପାଣି ଆଦି ପିଅନ୍ତୁ। ଏସବୁ ମଧ୍ୟ ଶରରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗ୍ରୀଷ୍ମ ଋତୁରେ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ତା’ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। କାରଣ ଅସହ୍ୟ ଗରମ ଏବଂ ଗୁଳୁଗୁଳିର ପ୍ରଭାବକୁ ଶରୀରରେ ଜଳୀୟ ଅଂଶ ଅନେକାଂଶରେ ନିୟନ୍ତ୍ରଣ କରିଥାଏ।
ପୋଷାକ : ବିଶେଷଭାବରେ ଋତୁ ଅନୁସାରେ ଡ୍ରେସ୍‌ ପିନ୍ଧିବାକୁ ପଡ଼ିଥାଏ। ଏଦିନେ ମହିଳାମାନେ ନିଜର ଡ୍ରେସ୍‌ ପ୍ରତି ନଜର ଦେବା ଆବଶ୍ୟକ। ଏହି ଖରାଦିନରେ ହାଲ୍‌କା ପୋଷାକ ପିନ୍ଧନ୍ତୁ। ଏଭଳି ପୋଷାକ ପିନ୍ଧନ୍ତୁ ନାହିଁ, ଯାହା ଗରମ ସମୟରେ ଆପଣଙ୍କୁ ବ୍ୟତିବ୍ୟସ୍ତ କରିଦେବ। ଏହି ଋତୁରେ ପଲିଷ୍ଟର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ। ଗ୍ରୀଷ୍ମଋତୁରେ ହାଲ୍‌କା ତଥା କଟନରେ ପ୍ରସ୍ତୁତ ପୋଷାକ ପିନ୍ଧିଲେ ଆରାମ ଲାଗିଥାଏ।
ବାହାରକୁ ଯାଉଥିଲେ..
ଗରମ ଯେତେ ପ୍ରବଳ ଅନୁଭୂତ ହେଉଥିଲେ ମଧ୍ୟ ଯଦି କାମ ଅଛି କିମ୍ବା ଆପଣ କୌଣସି ଚାକିରି କରିଛନ୍ତି ତେବେ ବାହାରକୁ ଯିବାକୁ ହିଁ ପଡ଼ିବ। ଏହି ଋତୁରେ ବାହାରକୁ ଯାଉଥିଲେ ପ୍ରଥମେ ସୂର୍ଯ୍ୟଙ୍କର ପ୍ରଖର କିରଣର ପ୍ରଭାବ ଯେପରି ଶରୀର ଉପରେ ନ ପଡ଼ିବ ସେ ନେଇ ସତର୍କ ରୁହନ୍ତୁ। ବିଶେଷଭାବରେ ଧଳା ପୋଷାକ ପିନ୍ଧିଲେ ତାହା ସୂର୍ଯ୍ୟକିରଣକୁ ସହଜରେ ଶରୀର ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାଏ। ଗାଡ଼ି ଚଲାଇବା ସମୟରେ ମୁହଁକୁ .ଭଲଭାବେ ଷ୍ଟ୍ରୋଲରେ ବାନ୍ଧି ଦିଅନ୍ତୁ। ସାଙ୍ଗରେ ପାଣିବୋତଲ ନେବାକୁ ଭୁଲନ୍ତୁ ନାହିଁ। ଯଦି ବାହାରେ ଅଧିକ ସମୟ ରହୁଛନ୍ତି, ତେବେ ନିୟମିତ ସମୟ ଅନ୍ତରାଳରେ ମୁହଁକୁ ଧୋଇଦିଅନ୍ତୁ। ଏହାଦ୍ୱାରା ଆରାମ ଲାଗିଥାଏ। ପ୍ରବଳ ଖରାରେ ବାହାରେ ବୁଲୁଥିଲେ ଶରୀରରେ ଯେପିର ଜଳ ଶୁଷ୍ମତା ଦେଖା ନ ଦିଏ ସେନେଇ ସଚେତନ ରୁହନ୍ତୁ। ଆଖିକୁ ସୁରକ୍ଷା ଦେଉଥିବା ଭଲ ବ୍ରାଣ୍ଡ୍‌ର ସନ୍‌ ଗ୍ଲାସ୍‌ ପିନ୍ଧନ୍ତୁ।
କର୍ମଜୀବୀ ହୋଇଥିଲେ..
କର୍ମଜୀବୀ ହୋଇଥିଲେ ଦିନତମାମ ନିଜ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବାକୁ ପଡ଼ିଥାଏ। ତେଣୁ ସେ ସମୟରେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଖରାଦିନେ ଅଧିକ ସମୟ ଖାଲି ପେଟରେ ରୁହନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ କିଛି ଖାଦ୍ୟ ଖାଇବା ସହ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
ସ୍ବାସ୍ଥ୍ୟ ସତର୍କତା
ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏହି ଋତୁରେ ନିଜ ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ତେଣୁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଘର ଭିତର ଏବଂ ବାହାର ଭାଗ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ମଶା ଉପଦ୍ରବରୁ ରକ୍ଷାପାଇବା ପାଇଁ ମଶାରି ଟାଙ୍ଗି ଶୁଅନ୍ତୁ।
ରୂପଚର୍ଯ୍ୟା: ଖରାଦିନେ ପ୍ରଖର ସୂର୍ଯ୍ୟକିରଣର ପ୍ରଭାବ ଚର୍ମ ବା ସ୍କିନ୍‌ ଉପରେ ପଡ଼ିଥାଏ। ତେଣୁ ଏହି ସମୟରେ ଚର୍ମ କିପରି ମୁଲାୟମ ରହିବ ସେ ନେଇ ସ୍କିନ୍‌ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ। ଏହି ଦିନରେ ସନ୍‌ସ୍କ୍ରିନ୍‌ ଲୋଶନ ବ୍ୟବହାର କରନ୍ତୁ। କୌଣସି ପାର୍ଟିରେ ଯୋଗଦେବାକୁ ଥିଲେ ହାଲ୍‌କା ମେକ୍‌ଅପ୍‌ ନିଅନ୍ତୁ। ଏହି ଋତୁରେ ସ୍କିନ୍‌ରେ ଯେମିତି ଶୁଷ୍କତା ଦେଖା ନ ଯାଏ ସେଥିପ୍ରତି ସତର୍କ ରୁହନ୍ତୁ। ଏ ନେଇ ବିୟୁଟି ଏକ୍ସପର୍ଟଙ୍କ ସହ ଆଲୋଚନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଋତୁରେ ଦେଖାଯିବେ ଷ୍ଟାଇଲିଶ୍‌: ଆପଣାନ୍ତୁ ଏହି ଟିପ୍ସ

ଖରାଦିନରେ ଆପଣଙ୍କ ସ୍କିନ୍‌ର ଦେଖାଶୁଣା ବହୁତ ଆବଶ୍ୟକ। ତା’ ସହ ଏହିଦିନରେ ଆପଣ କେଉଁ ପ୍ରକାର କପଡ଼ା ପିନ୍ଧୁଛନ୍ତି ଏହାଦ୍ୱାରା ବି ଆପଣଙ୍କ ତ୍ୱଚା ଉପରେ...

ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଏହି ୫ କଥା ମାନନ୍ତୁ

”ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଉଭୟେ ସ୍ବାମୀସ୍ତ୍ରୀଙ୍କ ଆତ୍ମବିଶ୍ୱାସ ଦୃଢ଼ହେବା ଦରକାର। ନ ହେଲେ ସେମାନେ କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଅସୁବିଧାର...

ବିଲୁପ୍ତି ପଥେ କାଳବୈଶାଖୀ

ସତର୍କତା : କାଳବୈଶାଖୀ ପ୍ରବାହ ସମୟରେ ପବନ ଜୋର୍‌ରେ ବହୁଥିବାରୁ ପୁରୁଣା ଚାଳଘର ପରିବର୍ତ୍ତେ କୋଠାଘରେ ଆଶ୍ରୟ ନେବା ଉଚିତ। ପବନରେ ଗଛ ଡାଳ ଭାଙ୍ଗି...

ମହାକାଶର ଆରମ୍ଭ

ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କୃତ୍ରିମ ଉପଗ୍ରହ ଏବଂ ମହାକାଶ ଯାନ ଅନ୍ତରୀକ୍ଷକୁ ଯିବା ପରେ ମହାକାଶ ଯୁଗର ଆରମ୍ଭ ହେଲା। ବର୍ତ୍ତମାନ ଅନେକ ଦେଶ ମହାକାଶରେ...

ଘରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ବଢ଼ିବ ଅଶାନ୍ତି…

ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ...

ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍‌ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ…

ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍‌ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ,...

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri