ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ ଜଳୀୟ ଅଂଶ ଭରପୂର ହୋଇ ରହିଥାଏ।“

ବର୍ଷତମାମ ବିଭିନ୍ନ ଋତୁ ମଧ୍ୟରେ ବିଶେଷଭାବରେ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏହି ସମୟରେ ମହିଳାମାନେ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ଆଜିକାଲି ଅନେକ ମହିଳା ସ୍ବାବଲମ୍ବୀ ହେବାକୁ ପସନ୍ଦ କରୁଛନ୍ତି। କେବଳ ଜଣେ ଗୃହିଣୀ ନୁହେଁ, କର୍ମଜୀବୀ ହୋଇଥିଲେ ମଧ୍ୟ ଏହି ଋତୁରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ। ଉକ୍ତ ଋତୁରେ ଅତ୍ୟଧିକ ଗରମ ସ୍ବାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ପ୍ରବଳ ଗରମରେ ବାହାରକୁ ଯିବାକୁ ଥିଲେ ସେଥିପ୍ରତି ସତର୍କ ହୁଅନ୍ତୁ। ତା’ସହ ଏହି ଋତୁରେ ଖାଦ୍ୟପେୟ ଏବଂ ବିଶ୍ରାମ ଆଦି ପ୍ରତି ଧ୍ୟାନ ଦିଅନ୍ତୁ। ଗ୍ରୀଷ୍ମଋତୁରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କେତେକ ରୋଗ ସୃଷ୍ଟି କରିଥାଏ। ଅଂଶୁଘାତ, ସନ୍‌ବର୍ନ ତନ୍ମଧ୍ୟରୁ ଅନ୍ୟତମ। ତେଣୁ ଏହି ଋତୁରେ ନିଜକୁ ସୁସ୍ଥ ରଖିବା ଲାଗି ନିମ୍ନଲିଖିତ ଟିପ୍ସ ଆପଣେଇପାରନ୍ତି…
ଖାଦ୍ୟପେୟ: ଗ୍ରୀଷ୍ମଋତୁରେ ପ୍ରଥମେ ନିଜର ଖାଦ୍ୟପେୟ ପ୍ରତି ସର୍ତକ ରହିବା ନିହାତି ଦରକାର। ଏହି ଋତୁରେ ଅଧିକ ମସଲାଯୁକ୍ତ ଏବଂ ଗରିଷ୍ଠ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ। ଏହିଦିନରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗଡ଼ିକରେ ଜଳୀୟ ଅଂଶ ଭରପୂର ହୋଇ ରହିଥାଏ। ବିଶେଷଭାବରେ ଖରାଦିନେ ଶରୀରରେ ଜଳ ଶୁଷ୍କତା (ଡିହାଇଡ୍ରେଶନ) ସୃଷ୍ଟି ହେବା ଆଶଙ୍କା ରହିଛି। ତେଣୁ ଏହି ଋତୁରେ ଲେମ୍ବୁପାଣି, ଆଖୁରସ, ଲସି, ପଇଡ଼ ପାଣି ଆଦି ପିଅନ୍ତୁ। ଏସବୁ ମଧ୍ୟ ଶରରୀରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗ୍ରୀଷ୍ମ ଋତୁରେ ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ତା’ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। କାରଣ ଅସହ୍ୟ ଗରମ ଏବଂ ଗୁଳୁଗୁଳିର ପ୍ରଭାବକୁ ଶରୀରରେ ଜଳୀୟ ଅଂଶ ଅନେକାଂଶରେ ନିୟନ୍ତ୍ରଣ କରିଥାଏ।
ପୋଷାକ : ବିଶେଷଭାବରେ ଋତୁ ଅନୁସାରେ ଡ୍ରେସ୍‌ ପିନ୍ଧିବାକୁ ପଡ଼ିଥାଏ। ଏଦିନେ ମହିଳାମାନେ ନିଜର ଡ୍ରେସ୍‌ ପ୍ରତି ନଜର ଦେବା ଆବଶ୍ୟକ। ଏହି ଖରାଦିନରେ ହାଲ୍‌କା ପୋଷାକ ପିନ୍ଧନ୍ତୁ। ଏଭଳି ପୋଷାକ ପିନ୍ଧନ୍ତୁ ନାହିଁ, ଯାହା ଗରମ ସମୟରେ ଆପଣଙ୍କୁ ବ୍ୟତିବ୍ୟସ୍ତ କରିଦେବ। ଏହି ଋତୁରେ ପଲିଷ୍ଟର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ। ଗ୍ରୀଷ୍ମଋତୁରେ ହାଲ୍‌କା ତଥା କଟନରେ ପ୍ରସ୍ତୁତ ପୋଷାକ ପିନ୍ଧିଲେ ଆରାମ ଲାଗିଥାଏ।
ବାହାରକୁ ଯାଉଥିଲେ..
ଗରମ ଯେତେ ପ୍ରବଳ ଅନୁଭୂତ ହେଉଥିଲେ ମଧ୍ୟ ଯଦି କାମ ଅଛି କିମ୍ବା ଆପଣ କୌଣସି ଚାକିରି କରିଛନ୍ତି ତେବେ ବାହାରକୁ ଯିବାକୁ ହିଁ ପଡ଼ିବ। ଏହି ଋତୁରେ ବାହାରକୁ ଯାଉଥିଲେ ପ୍ରଥମେ ସୂର୍ଯ୍ୟଙ୍କର ପ୍ରଖର କିରଣର ପ୍ରଭାବ ଯେପରି ଶରୀର ଉପରେ ନ ପଡ଼ିବ ସେ ନେଇ ସତର୍କ ରୁହନ୍ତୁ। ବିଶେଷଭାବରେ ଧଳା ପୋଷାକ ପିନ୍ଧିଲେ ତାହା ସୂର୍ଯ୍ୟକିରଣକୁ ସହଜରେ ଶରୀର ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାଏ। ଗାଡ଼ି ଚଲାଇବା ସମୟରେ ମୁହଁକୁ .ଭଲଭାବେ ଷ୍ଟ୍ରୋଲରେ ବାନ୍ଧି ଦିଅନ୍ତୁ। ସାଙ୍ଗରେ ପାଣିବୋତଲ ନେବାକୁ ଭୁଲନ୍ତୁ ନାହିଁ। ଯଦି ବାହାରେ ଅଧିକ ସମୟ ରହୁଛନ୍ତି, ତେବେ ନିୟମିତ ସମୟ ଅନ୍ତରାଳରେ ମୁହଁକୁ ଧୋଇଦିଅନ୍ତୁ। ଏହାଦ୍ୱାରା ଆରାମ ଲାଗିଥାଏ। ପ୍ରବଳ ଖରାରେ ବାହାରେ ବୁଲୁଥିଲେ ଶରୀରରେ ଯେପିର ଜଳ ଶୁଷ୍ମତା ଦେଖା ନ ଦିଏ ସେନେଇ ସଚେତନ ରୁହନ୍ତୁ। ଆଖିକୁ ସୁରକ୍ଷା ଦେଉଥିବା ଭଲ ବ୍ରାଣ୍ଡ୍‌ର ସନ୍‌ ଗ୍ଲାସ୍‌ ପିନ୍ଧନ୍ତୁ।
କର୍ମଜୀବୀ ହୋଇଥିଲେ..
କର୍ମଜୀବୀ ହୋଇଥିଲେ ଦିନତମାମ ନିଜ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବାକୁ ପଡ଼ିଥାଏ। ତେଣୁ ସେ ସମୟରେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଖରାଦିନେ ଅଧିକ ସମୟ ଖାଲି ପେଟରେ ରୁହନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ କିଛି ଖାଦ୍ୟ ଖାଇବା ସହ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
ସ୍ବାସ୍ଥ୍ୟ ସତର୍କତା
ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏହି ଋତୁରେ ନିଜ ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ତେଣୁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଘର ଭିତର ଏବଂ ବାହାର ଭାଗ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ମଶା ଉପଦ୍ରବରୁ ରକ୍ଷାପାଇବା ପାଇଁ ମଶାରି ଟାଙ୍ଗି ଶୁଅନ୍ତୁ।
ରୂପଚର୍ଯ୍ୟା: ଖରାଦିନେ ପ୍ରଖର ସୂର୍ଯ୍ୟକିରଣର ପ୍ରଭାବ ଚର୍ମ ବା ସ୍କିନ୍‌ ଉପରେ ପଡ଼ିଥାଏ। ତେଣୁ ଏହି ସମୟରେ ଚର୍ମ କିପରି ମୁଲାୟମ ରହିବ ସେ ନେଇ ସ୍କିନ୍‌ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ। ଏହି ଦିନରେ ସନ୍‌ସ୍କ୍ରିନ୍‌ ଲୋଶନ ବ୍ୟବହାର କରନ୍ତୁ। କୌଣସି ପାର୍ଟିରେ ଯୋଗଦେବାକୁ ଥିଲେ ହାଲ୍‌କା ମେକ୍‌ଅପ୍‌ ନିଅନ୍ତୁ। ଏହି ଋତୁରେ ସ୍କିନ୍‌ରେ ଯେମିତି ଶୁଷ୍କତା ଦେଖା ନ ଯାଏ ସେଥିପ୍ରତି ସତର୍କ ରୁହନ୍ତୁ। ଏ ନେଇ ବିୟୁଟି ଏକ୍ସପର୍ଟଙ୍କ ସହ ଆଲୋଚନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?