ଅସହାୟ ଜୀବନ ଓ ଦିଗହରା ରାଜନୀତ

ବ୍ରଜକିଶୋର ଦାସ

ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ। ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା, ମରୁଡ଼ି ସବୁବେଳେ ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦିଏ। ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଆଦିବାସୀ, ଗରିବ ଓ ନାମମାତ୍ର ଚାଷୀ। ଉନ୍ନତମାନର ଜୀବନ ଜିଇବାର କୌଶଳ ଏମାନଙ୍କୁ ଜଣାନାହିଁ। ପ୍ରତିବାଦ କରି ଶିଖିନାହାନ୍ତି। ପ୍ରତାରଣାରେ ଶଢୁଥାନ୍ତି। ପ୍ରାୟତଃ ପ୍ରଦେଶର ୭୦ଭାଗ ଖଟିଖିଆ ଦିନ ମଜୁରିଆଙ୍କୁ ନିଯୁକ୍ତି ଦେଲା ଭଳି ଉଚ୍ଚମାନର କଳକାରଖାନା, କମ୍ପାନୀ ଓଡ଼ିଶାରେ ନାହିଁ। କୁଟୀରଶିଳ୍ପ, କ୍ଷୁଦ୍ର, ମଧ୍ୟମଶିଳ୍ପ ଯାହା ଅଛି ମୃତ ଅବସ୍ଥାରେ। ସେଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାରଙ୍କ ପାଖରେ ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ଯିଏ ଭାଙ୍ଗିଗଲା ସିଏ ଜରାଜୀର୍ଣ୍ଣ ହୋଇ ମାଟିରେ ମିଶିଲା। ତା’ପାଇଁ ଖର୍ଚ୍ଚ ହୋଇଥିବା ରାଜକୋଷର ସମ୍ବଳ ଡୁବିଗଲା। ଖଣି, ଖାଦାନ, କୃଷି ଓ ଜଙ୍ଗଲଜାତ ଦ୍ରବ୍ୟରେ ଭରପୂର ଓଡ଼ିଶାରୁ ଖଣିଜ ପଦାର୍ଥ ଓ କଞ୍ଚାମାଲ ଚାଲାଣ ହୁଏ ବାହାରକୁ। କିଛି ପରିମାଣରେ ମଧ୍ୟ ଚୋରି ହୁଏ ମାଫିଆ ଓ କଳାବଜାରକାରୀଙ୍କ ହାତରେ। ସେହିସବୁ କଞ୍ଚାମାଲ ଓ ଖଣିଜ ପଦାର୍ଥ ବିନିଯୋଗକରି ଓଡ଼ିଶାରେ କଳକାରଖାନା ଗଢ଼ା ହୁଏନାହିଁ କିମ୍ବା ଗଢ଼ା ହେବାର ସ୍ବପ୍ନ କୌଣସି ଉଚ୍ଚ ରାଜନେତାଙ୍କ ମୁଣ୍ଡରେ ଜୁଟେ ନାହିଁ। ଦଳ ନାମରେ ରାଜ୍ୟରେ ଖାଲି ବାଇଦ ବାଜା ବାଜେ। କୋଟି କୋଟି ଟଙ୍କାର ପ୍ରକଳ୍ପ ଖାଲି ଘୋଷଣାରେ ସୀମିତ ରହେ। ବୈଷୟିକ ବିଦ୍ୟାବୁଦ୍ଧି ଓଡ଼ିଶାରେ ସମ୍ପୂର୍ଣ୍ଣ ଅଚଳ। ତୁଚ୍ଛା ସ୍ଲୋଗାନ। ଲୋକଦେଖାଣିଆ ବୋବାଳି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ମିଥ୍ୟା ବିକାଶ ନାମରେ ବିକଳାଙ୍ଗ ଓ ବିବର୍ଣ୍ଣ। ପ୍ରାକୃତିକ ସମ୍ପଦକୁ ଶାଗମାଛ ମୂଲ୍ୟରେ ଧ୍ୱଂସ କରାଯାଉଛି। ପ୍ରଗତି ନାମରେ ପ୍ରଳାପ ଚାଲିଛି। ଦରିଦ୍ର୍ୟ ଶ୍ରମିକମାନେ କର୍ମବିହୁନେ ହାହୁତାଶନରେ ଜୀବନ କାଟୁଛନ୍ତି।
କର୍ମସଂସ୍ଥାନ ଶୂନ୍ୟ ଯୁବ ବେକାରି ରାସ୍ତାକଡ଼ରେ ୫ଟଙ୍କିଆ ଖାଦ୍ୟ ପାଇଁ ଥାଳି ତାଟିଆ ବାଡ଼ୋଉଛନ୍ତି। ମନରେ ଘୃଣା ଆସୁଛି ଧୋବଧାବଳିଆ ନେତାଙ୍କ ଧୋକାବାଜ୍‌ କାର୍ଯ୍ୟକ୍ରମ ପ୍ରତି। ଜଳ ବିହୁନେ କୃଷିକ୍ଷେତ୍ର, ଶିକ୍ଷକ ବିହୁନେ ଶିକ୍ଷା, ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବରୁ ସ୍ବାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ଉଦ୍‌ବେଗଜନକ ,ସ୍ବାଭିମାନ ପଥଭ୍ରଷ୍ଟ। ମାଙ୍କଡ଼, ଗୋଧି, ବଣ ମଣିଷ ଯୋଜନା ତିଆରି କରି କର୍ମଠ ଜନସାଧାରଣଙ୍କୁ ସଜାଇ ସାରିଲେଣି ନିଷ୍କର୍ମା। କର୍ମ ବିମୁଖତା ଓଡ଼ିଶାରେ ସୃଷ୍ଟି ହୋଇସାରିଲାଣି। ଓଡ଼ିଆ ଜାତିର କର୍ମ ମୁଖରତା ସ୍ଥାଣୁ ପାଲଟିବାକୁ ବସିଲାଣି। ଜାତୀୟବାଦୀ ଚିନ୍ତାଧାରା ଓ ଜାତିର ଅଗ୍ରଗତି ବିପଦସଙ୍କୁଳ ପରିସ୍ଥିତି ଦେଇ ଗତି କରୁଛି। ନିର୍ବାଚନ , ଭୋଟ, ଶାସନ କ୍ଷମତା ଓ ଧନର ଲୋଭ ଗୋଟିଏ ସମାଜ ମଙ୍ଗଳ ରାଷ୍ଟ୍ରରେ ଦୁଃଖ ଓ ଦୁର୍ଦ୍ଦଶାର କାରଣ ପାଲଟିଛି। ଗଣତନ୍ତ୍ର ଧ୍ୱଂସମୁଖୀ ସାଜିଛି। କେହି ଜଣେ ଛାତିରେ ହାତ ମାରି କହିପାରିବେ ନାହିଁ ନ୍ୟାୟ, ସତ୍ୟ, ଆଦର୍ଶ ଓ ଭଲ କର୍ମ କରି ମୁଁ ଜନପ୍ରତିନିଧି ସାଜିଛି। ମଣିଷର ମାନବୀୟ ସଂହିତା ଦୟା, କ୍ଷମା, ସ୍ନେହ, ମାୟା ଓ ମମତା, ସବୁ ଉଭେଇ ଯାଇଛି। କଳା ଓ ଭାସ୍କର୍ଯ୍ୟର ଏ ବିଭବଶାଳିନୀ ପ୍ରଦେଶ ଦିନକୁ ଦିନ ନିଃସ୍ବ ଅସହାୟ ଦେଖାଯାଉଛି । ଓଡ଼ିଆମିତ୍ୱ ମାଟିରେ ମିଶିଗଲାଣି।
ଜାତି ସଂରକ୍ଷଣ, ଆବାସ ଯୋଜନା, ଧାନମଣ୍ଡିରେ ଅବହେଳା ପ୍ରଦେଶ ପାଇଁ ବିଶୃଙ୍ଖଳାର କାରଣ ହୋଇଛି। ଢାଙ୍କୁଣୀ ଭିତରେ ମୁହଁ ରଖି ରାଜନୈତିକ ଦଳଗୁଡ଼ିକ ନାଚୁଛନ୍ତି। ଢାଙ୍କୁଣୀ କାଢ଼ି ଓଡ଼ିଶାର ପୂର୍ଣ୍ଣାଙ୍ଗ ମାନଚିତ୍ରକୁ ଦେଖନ୍ତୁ। ବୃକ୍ଷମୂଳରେ, ରାସ୍ତାକଡ଼ରେ, ରେଳଷ୍ଟେଶନରେ, ପଲିଥିନ ତଳେ ଶହ ଶହ ଅସହାୟ ଠେଲାପେଲା ଲାଗୁଛନ୍ତି। ବଡ଼ ଦୟନୀୟ ସ୍ଥିତି। ଦିଗହରା ଯୋଜନା ଜାତିର ଅଧୋଗତିକୁ ସୂଚେଇ ଦେଉଛି। ନେତା ଓ ନେତୃତ୍ୱମାନେ ନିଜ ଜୀବନକୁ ଯେତିକି ମୂଲ୍ୟବାନ୍‌ ମଣୁଛନ୍ତି, ଜନସାଧାରଣଙ୍କ ଜୀବନକୁ ସେତିକି ଗୁରୁତ୍ୱ ଦେଉନାହାନ୍ତି। ଜନପ୍ରତିନିଧିମାନେ ଭୁଲିଯାଉଛନ୍ତି ଶପଥପାଠ ବେଳର ମନ୍ତ୍ର, ଗଣତନ୍ତ୍ରର ଅଖଣ୍ଡତା ଓ ଅକ୍ଷୁଣ୍ଣତାର କଥା। ବିଭିନ୍ନତା ଭିତରେ ଏକତାର କଥା ଶୁଭୁନାହିଁ। ଈର୍ଷା ଓ ଶତ୍ରୁତା ବଦଳରେ ନିଷ୍ଠା ଓ ସେବାର କଥା ସୃଷ୍ଟି ହେଉନାହିଁ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଅମର କବିତା ‘ସବୁରି ପାଇଁ ବଶରେ ଘର, ସକଳେ ଲଭିବାକୁ ମୁଠାଏ ଦୁଧଭାତ’ର ସ୍ବପ୍ନ ଆଜି ଦୁଃସ୍ବପ୍ନରେ ପରିଣତ ହୋଇଛି। ମୌଳିକ ଅଧିକାର ପ୍ରତି ଯନତ୍ବାନ୍‌ ହେବାର ସବୁ ଗଣିତ ଭୁଲ୍‌। ପ୍ରଗତି ପାଇଁ ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା । ଯାହା ଜନକଲ୍ୟାଣର ରାସ୍ତା ନିର୍ମାଣ କରିବ , ସେପରି କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ଲଙ୍ଗଳା ପିଲାର ଦୁଃଖ, ବାଟ ପାଉ ନ ଥିବା ବେକାରି ଯୁବକ, ପରସ୍ତ ପରସ୍ତ ଫୁଟା ଲୁଗା ଭିତରେ ଦିନ ମଜୁରିଆଣୀର ନଗ୍ନ ଦୃଶ୍ୟ, ଭରସାହୀନ ବୃଦ୍ଧ ପିତାମାତାଙ୍କର ସାମ୍ରାଜ୍ୟ ଭୟଙ୍କର ହୋଇ ଦିଶୁଛି ସାମାଜିକ ପ୍ରେକ୍ଷାପଟରେ। ସାମାଜିକ, ଆର୍ଥିକ, ସାଂସ୍କୃତିକ ସଙ୍କଟ ବୃଦ୍ଧି ପାଉଛି। ଗଣତନ୍ତ୍ରର ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଦୁର୍ନୀତିର କଳା ବିଲେଇ ପିସି ସରକାର ହୋଇ ବ୍ଲକ ଅଫିସରେ, ଜିଲାପାଳ ଅଫିସରେ, ବିଭିନ୍ନ ବିଭାଗୀୟ ଦପ୍ତରରେ ଘୂରି ବୁଲୁଛି। ଘୁଣଖିଆ ପୋକ ପରି ଦୁର୍ନୀତିଗ୍ରସ୍ତ କର୍ମଚାରୀ କୋରି ଖାଇଗଲେଣି ସବୁ ବିଭାଗ। ଅଭାବର ଡହକନର୍କରେ ତ୍ରାହି ତ୍ରାହି ଶୁଭୁଛି ଦୂରଦୂରାନ୍ତର ଜନପଦ।
-କମଳା ପ୍ୟାଲେସ, ପଞ୍ଜାବୀ, କଲୋନୀ, ସତ୍ୟନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri