Posted inଫୁରସତ

୧ ହଜାର ଡଙ୍ଗରିଆ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପଠାଇଛନ୍ତି ସୁବର୍ଦ୍ଦିନୀ

ଶିକ୍ଷାର ଅଭାବ ଯୋଗୁ ଡଙ୍ଗରିଆ ଜନଜାତି ଲୋକେ ସମାଜର ମୁଖ୍ୟସ୍ରୋତରୁ ଦୂରରେ ରହିଥିଲେ। ତେବେ ଏମାନଙ୍କୁ ଶିକ୍ଷିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ଜଣେ ଆଦିବାସୀ ମହିଳା ନିଜକୁ ଉତ୍ସର୍ଗ କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ସରପଞ୍ଚ ସୁବର୍ଦ୍ଦିନୀ ଓ୍ବାଡକା(୪୫)। ନିଜ ପଞ୍ଚାୟତରେ ଏଯାଏ ପ୍ରାୟ ୧ହଜାର ପିଲାଙ୍କୁ ସେ ଶିକ୍ଷାନୁଷ୍ଠାନ ପଠାଇବାରେ ସଫଳ ହୋଇପାରିଛନ୍ତି।
ସୁବର୍ଦ୍ଦିନୀଙ୍କ ନିଜ ଘର କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ସେରେଣ୍ଡା ଗ୍ରାମରେ। ଯୁକ୍ତ ୨ ପଢ଼ା ପରେ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ ଜରିଆରେ ସେ ମଧ୍ୟପ୍ରଦେଶରେ ଏଏନ୍‌ଏମ୍‌ ପ୍ରଶିକ୍ଷଣ ନେଇଥିଲେ। ଉକ୍ତ ସଂସ୍ଥା ମାଧ୍ୟମରେ ତାଙ୍କୁ ଯାଜପୁର ଜିଲା ବରିସ୍ଥିତ ମାତୃ ମଙ୍ଗଳ କେନ୍ଦ୍ରରେ ଏଏନ୍‌ଏମ୍‌ ଚାକିରି ମିଳିଥିଲା। ସେଠାରେ ବର୍ଷେ କାମ କରିବା ପରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଖମ୍ବେସୁ ଗ୍ରାମକୁ ଆସି କାର୍ଯ୍ୟ କଲେ। ୨୦୦୦ ମସିହାରେ ସୁବର୍ଦ୍ଦିନୀ ଖମ୍ବେସୁ ଗ୍ରାମର ସୁରେଶ ଓ୍ବାଡକାଙ୍କୁ ବିବାହ କରିଥିଲେ। ଏହା ଡଙ୍ଗରିଆ ଜନଜାତିଙ୍କ ଅଞ୍ଚଳ ହୋଇଥିବାବେଳେ ଅଞ୍ଚଳବାସୀ ଶିକ୍ଷା ଏବଂ ବିକାଶଠାରୁ ବହୁ ଦୂରରେ ଥିବା ଦେଖି ସୁବର୍ଦ୍ଦିନୀ ସେମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ବାମୀ ସୁରେଶ ୧୯୯୫ରୁ ରାଜନୀତି କରୁଥିବାବେଳେ ଡଙ୍ଗରିଆଙ୍କ ଉନ୍ନତି ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହା ସୁବର୍ଦ୍ଦିନୀଙ୍କୁ ଅଧିକ ପ୍ରେରିତ କରିଥିଲା। ପ୍ରଥମେ ସେ ଡଙ୍ଗରିଆଙ୍କ ଘରକୁ ଯାଇ ପାଠ ପଢ଼ିବା ଏବଂ ଅନ୍ୟ ଭାଷା ଶିଖିବାକୁ ସଚେତନ କରିଥିଲେ। ଉଭୟ ଝିଅ ଏବଂ ପୁଅ ପାଠ ପଢ଼ିଲେ ଅଧିକାର ପାଇଁ ଲଢ଼େଇ କରିବା ସହ ସ୍ବାବଲମ୍ବୀ ହୋଇପାରିବେ ବୋଲି ସଭା କରି ସୁବର୍ଦ୍ଦିନୀ ଲୋକଙ୍କୁ ବୁଝାଉଥିଲେ। ଏଥିରେ ସେ କିଛି ମାତ୍ରାରେ ସଫଳତା ମଧ୍ୟ ପାଇଥିଲେ। ପରେ ସରପଞ୍ଚ ହୋଇ ଅଞ୍ଚଳର ଅଧିକ ବିକାଶ କରିହେବ ବୋଲି ସେ ଚିନ୍ତା କରିଥିଲେ।
ଏଥିପାଇଁ ଏଏନ୍‌ଏମ୍‌ ଚାକିରି ଛାଡ଼ି ରାଜନୀତିରେ ପାଦ ଦେଲେ। ୨୦୦୨ରୁ ୨୦୧୨ ପର୍ଯ୍ୟନ୍ତ ସେ କୁର୍ଲି ପଞ୍ଚାୟତରୁ ଦୁଇଥର ସରପଞ୍ଚ ନିର୍ବାଚିତ ହୋଇଥିଲେ। ଇତି ମଧ୍ୟରେ ସୁବର୍ଦ୍ଦନୀ କୁର୍ଲି ପଞ୍ଚାୟତର ୨୩ ଗ୍ରାମରୁ ପ୍ରାୟ ୧୦୦୦ ଯୁବତୀ, ଯୁବକଙ୍କୁ ପାଠ ପଢ଼ିବାକୁ ପଠାଇ ପାରିଛନ୍ତି। ବିଶେଷକରି ଯୁବତୀମାନେ କିପରି ପାଠ ପଢ଼ିବେ ସେ ନେଇ ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରିଛନ୍ତି। ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ହାଟ ମୁନିଗୁଡ଼ାସ୍ଥିତ ରାମକୃଷ୍ଣ ମିଶନ ସ୍କୁଲ ଏବଂ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନକୁ ଯୁବତୀ ଯୁବକଙ୍କୁ ପାଠ ପଢ଼ିବା ପାଇଁ ପଠାଇଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ସେ ପୁଣି କୁର୍ଲି ପଞ୍ଚାୟତରୁ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ଆଗକୁ ଅଞ୍ଚଳରେ ଟାୱାର ସ୍ଥାପନ, ହାଇସ୍କୁଲ ପ୍ରତିଷ୍ଠା ଏବଂ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଗରେ କାର୍ଯ୍ୟ କରିବେ ବୋଲି ସୁବର୍ଦ୍ଦିନୀ କହିଛନ୍ତି।
– ଭାଗ୍ୟଶ୍ରୀ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri