ସମୟର ଚକ୍ରବ୍ୟୁହ

ଜଚ୍ଚିଦାନନ୍ଦ ଦାଶ

ଦିନରାତି, ସୁଖଦୁଃଖ ପରି ଉତ୍ଥାନ ପତନ ସୃଷ୍ଟି ଓ ସମୟର ଏକ ବିଭବ। ଏକୁ ଏଡ଼ିବ ତେଢ଼ିବ ବା କିଏ? ସଂସ୍କୃତରେ ପ୍ରବାଦ ଅଛି- ”ଚକ୍ରବତ୍‌ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ“। ଆଜି ଯେ ରାଜେନ୍ଦ୍ରାସେନ କାଲି ସେ ଫକିର। ଏ ସମୟ ଚକ୍ରବୂ୍ୟହରେ କାହାର ବଡ଼ପଣ ବା ଦମ୍ଭ ରହିଛି ଯେ? ସମୟର ଚକ୍ର ଘୂରି ଚାଲିଛି। ସେଥିରେ ମଣିଷ ପଡ଼ି କେତେବେଳେ ଉତ୍ଥାନମୁଖୀ ହେଉଛି ତ ଆଉ କେତେବେଳେ ପତନୋନ୍ମୁଖୀ ହେଉଛି। ସମୟର ଚକ୍ରବୂ୍ୟହକୁ ହାତମୁଠାର ନିୟନ୍ତ୍ରଣରେ ରଖିବା ଏତେ ସହଜ ନୁହେଁ। ସମସ୍ତକୁ ପଛରେ ପକାଇ ମଣିଷ ବହୁ ଉଚ୍ଚକୁ ଉଠିଯାଇଛି ଏ କଥା ତା’ ଭାବନାକୁ ସଂକ୍ରମିତ ହେଲେ, ସମୟ ଏଇ ମଣିଷକୁ ଉପର ପାହାଚ ନ ଦେଖାଇ ତଳ ପାହାଚ ଦୃଶ୍ୟାବଲୋକନ କରାଇଥାଏ। ସମୟର ସ୍ରୋତ ଏଇଆ ଶିଖେଇଛି ଯେ, ନିଜର କାର୍ଯ୍ୟଦକ୍ଷତାକୁ ନେଇ ଜିଉଥିବା ଅଖଣ୍ଡ ବିଶ୍ୱାସ ତାକୁ ଆଗକୁ ଆଗକୁ ଅଗ୍ରସର ହେବାକୁ ଶକ୍ତି ଯୋଗାଇଥାଏ। ଆତ୍ମବିଶ୍ୱାସ ଦୁର୍ବଳ ହୋଇଗଲେ, ନିଜ ଭିତର ନିଷ୍ଠା ଓ ଦୃଢ଼ତା ସମୟକ୍ରମେ ନଷ୍ଟ ହୋଇଥାଏ। ଭଗବାନ୍‌ ଶ୍ରୀରାମଚନ୍ଦ୍ର ସମୟର ଚକ୍ରବୂ୍ୟହରେ ପଡ଼ି ଦିନେ ରାଜା ହେବା ପରିବର୍ତ୍ତେ ୧୪ ବର୍ଷ ବନବାସ ଯାଇଥିଲେ। ଇତିହାସରେ ବହୁତ ବଡ଼ ମଣିଷ ଏଇ ଦଶାର ସମ୍ମୁଖୀନ ହୋଇଛନ୍ତି। ପୁରାତନ ଇତିହାସକୁ ଗଲେ ଦେଖିବା, ସମୟର ଚକ୍ରରେ କୁଆଡ଼େଗଲା ସେ ଜମିଦାରି ରାଜା ମହାରାଜାଙ୍କର ବିଳାସର ଦିନକଥା। ରାଜରାଜୁଡ଼ାଙ୍କ ଗର୍ବ, ଦର୍ପ ରାଜନଅର ବିଷୟରେ କବିବର ପାର୍ବତୀ କାବ୍ୟରେ ବଡ଼ ଚମତ୍କାର ଭାବେ ଲେଖିଛନ୍ତି, ”କାଳ ଗର୍ଭେ ଭବେ ଲୀନ ହେଲେ କେତେ ମହାପତି ମହାଯଶା, ହୋଇଅଛି ୟା’ଙ୍କ ଜୀର୍ଣ୍ଣ ସୌଧ ଏବେ ବ୍ୟାଘ୍ର, ଭଲ୍ଲୁକର ବସା।“ ନିଜର ସ୍ଥିତିକୁ ବଜାୟ ରଖିବା ବା ଆଗକୁ ନେବାରେ ସେଇ ଲୋକ ବିଫଳ ହୋଇଥାଏ, ଯିଏ ସମୟ ଅନୁସାରେ ନିଜର ସ୍ଥିତିକୁ ଠିକ୍‌ ଭାବେ ଆକଳନ କରିବାରେ ଅସମର୍ଥ ହୋଇଥାଏ। ବଳୀୟାନ ହିଟଲର ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଲେ। ମାତ୍ର ସେ ଯେତେବେଳେ ଭାବିଲେ- ମୋତେ ଛୁଇଁବାକୁ କାହାର ବି ସାମର୍ଥ୍ୟ ନାହିଁ, ସେତେବେଳେ ସେ ସମୟ ଆହ୍ବାନରେ ପତନର ଗହ୍ବରକୁ ଦେଖିଲେ।
ରାଜନୈତିକ କ୍ଷେତ୍ରରେ ମଧ୍ୟ ସମୟ ଚକ୍ରବୂ୍ୟହ ମଣିଷକୁ ପ୍ରଭାବିତ କରିଥାଏ। ସମୟର କରାଳ ସ୍ରୋତରେ ଏମିତି କିଛି ଘଟିଥାଏ ଯେ, ରାଜନୀତିର ବଡ଼ ବଡ଼ ନେତାଙ୍କୁ ବେଳେ ବେଳେ ଛୋଟ ନେତା ପାଖରୁ ବି ପରାଜିତ ହେବାକୁ ପଡ଼ିଥାଏ। କିଛି ସମୟକୁ ନେଇ ଛୋଟ ନେତା ନିଜକୁ ସର୍ବଶକ୍ତିମାନ ବୋଲି ଦାବି କରିଥାଏ ଯେ, ତାକୁ ସାମ୍ନା କରିବାକୁ କେହି ସମକକ୍ଷ ନୁହନ୍ତି। ଏଇ ସମୟର କ୍ରୂର ଭାବନା ତାକୁ ଅହଂକାରୀ କରିଦେଇଥାଏ। ଫଳରେ ତାକୁ ବାଟ ଝୁଣ୍ଟିବାର ଘୋର ଆଶଙ୍କା ଥାଏ। ସମୟର ଚକ୍ରବୂ୍ୟହ ଖୁବ୍‌ ଜଟିଳ। ସମୟର ଚକ୍ରବୂ୍ୟହରେ ପଡ଼ି ଛୋଟ ନେତା ପାଖରେ ଆଉ ସୁଯୋଗ ନ ଥାଏ ପଶ୍ଚାତ୍ତାପ କରିବାକୁ। ବେଳେ ବେଳେ ବଡ଼ ବଡ଼ ନେତାମାନେ ମଧ୍ୟ ସମ୍ମାନଜନକ ପଦବୀର ସ୍ଥାୟିତ୍ୱକୁ ପାଞ୍ଚବର୍ଷ ପୂରିବାକୁ ଦେଇପାରନ୍ତି ନାହିଁ । ଅଧାରୁ ପଦବୀ ତାଙ୍କୁ ଛାଡ଼ି ଚାଲିଯାଏ। କୌଣସି କାରଣରୁ ରାତିଅଧିଆ ଧନ ସମ୍ପତ୍ତିରେ ବଡ଼ ହୋଇଯାଇଥିବା ମଣିଷ ଅନ୍ୟମାନଙ୍କୁ ତୁଚ୍ଛ ମନେ କରିଥାଏ। ପାହାଡ଼ର ଶୀର୍ଷରେ ଠିଆ ହୋଇଥିବା ମଣିଷର ଗୋଡ଼ ଯେ ସଦାକାଳ ଶକ୍ତ ଏ କଥା ପାହାଡ଼ ଉପରେ ଠିଆ ହୋଇଥିବା ବ୍ୟକ୍ତି ଭାବିବା ଉଚିତ ନୁହେଁ । ଆଖିବୁଜି ଖୋଲିବା ସମୟ ଭିତରେ ସେ ପାହାଡ଼ରୁ ତଳକୁ ଖସି ପଡ଼ିବାର ଆଶଙ୍କା ଥାଏ। ସାମାଜିକ କ୍ଷେତ୍ରରେ ମଧ୍ୟ ମଣିଷ ଚକ୍ରବୂ୍ୟହରେ ପ୍ରଭାବିତ ହୋଇଥାଏ। ସକାରାତ୍ମକ ବ୍ୟକ୍ତି ସମୟର ଚକ୍ରକୁ ସାମ୍‌ନା କରେ ଠିକ୍‌ ଭାବରେ। ସେ ସମୟର ସ୍ରୋତକୁ ଉପଯୁକ୍ତ ଭାବେ ବିନିଯୋଗ କରିଥାଏ। ମାତ୍ର ନକାରାମତ୍କ ବ୍ୟକ୍ତି ସମୟର ମୂଲ୍ୟ ବୁଝି ନ ଥାଏ, ସମୟର ଚକ୍ରବୂ୍ୟହରେ ପଡ଼ି ସମୟକୁ ଅପଚୟ କରିଥାଏ ଏବଂ ଅବାଟରେ ଯାଇଥାଏ। ସମୟ ଆଜିର ଯୁବଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ। ସେମାନେ ସମୟର ସଦୁପଯୋଗ କରନ୍ତୁ ଏବଂ ଯୁବ ପ୍ରତିଭାକୁ ଦେଶର ଗଠନମୂଳକ କାର୍ଯ୍ୟରେ ଲଗାନ୍ତୁ। ଏଇ ମର୍ମରେ ସ୍ବାମୀ ବିବେକାନନ୍ଦ ଯୁବ ଶକ୍ତି ଆହ୍ବାନ ଦେଇ କହିଥିଲେ, ”ହେ ଯୁବଶକ୍ତି, ସମୟର ଠିକ୍‌ ଉପଯୋଗ କର।
ସମୟର ଶକ୍ତିକୁ ଅପଚୟ କରନାହିଁ। ସମୟକୁ ନେଇ ନିଜ କର୍ତ୍ତବ୍ୟରେ ଏବଂ ଦେଶମାତୃକା ସେବାରେ ଆଗେଇ ଚାଲ, ସମୟକୁ ଅପେକ୍ଷା କର ନାହିଁ । ସମୟ ସାଙ୍ଗରେ ତାଳ ଦିଅ“।
ସିଡିଏ, ସେକ୍ଟର-୭, କଟକ
ମୋ :୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri