ବାୟୁ ପ୍ରଦୂଷଣ: ଅରେଞ୍ଜ ଜୋନ୍‌ରେ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ,୬ା୧: କେନ୍ଦ୍ରାପଡ଼ା ଜିଲାରେ ଖଣି ନାହିଁ। ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ନ ଥିବା ବେଳେ ରେଳରୁ ଧୂଅଁା ବାହାରୁ ନାହିଁ। ଏହାସତ୍ତ୍ୱେ ବାୟୁର ଗୁଣବତ୍ତାକୁ ନେଇ ୨୦୨୧ ନଭେମ୍ବରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହୋଇଥିତ୍ବା ଅନୁଧ୍ୟାନ ରିପୋର୍ଟ ଚିନ୍ତାର କାରଣ ସାଜିଛି। କେନ୍ଦ୍ରାପଡ଼ାର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୱ୍ୟୁଆଇ) ୧୨୯ରେ ପହଞ୍ଚତ୍ ଗ୍ରୀନ, ୟେଲୋକୁ ଟପି ଅରେଞ୍ଜ ଜୋନରେ ପହଞ୍ଚତ୍ଛି। ଏଠାରେ ଏୟାର ପାର୍ଟିକୁଲେଟ ମ୍ୟାଟର (ଏପିଏମ୍‌) ୧୦ ଓ ପିଏମ୍‌ ୨.୫ ସ୍ତରରୁ ଅଧିକ ହେବାରେ ଲାଗିଛି। ଫଳରେ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିଛି। ଜଳ ସହିତ ବାୟୁ ପ୍ରଦୂଷଣ ତୁରନ୍ତ ନିୟନ୍ତ୍ରଣ ନ ହେଲେ ଏକ୍ୱ୍ୟୁଆଇ ବଢ଼ି ରେଡ୍‌ ଜୋନରେ ରହିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ଜଳ ଓ ବାୟୁକୁ ଶିଳ୍ପ ପ୍ରଦୂଷିତ କରୁଛି। ଏକ୍ୱ୍ୟୁଆଇ ଶୂନରୁ ୫୦ ମଧ୍ୟରେ ରହିଲେ ସର୍ବୋତ୍ତମ ଭାବେ ଧରାଯାଇ ଗ୍ରୀନ ଜୋନରେ ରଖାଯାଏ। ଏହି ଅଞ୍ଚଳରେ ବାୟୁ ପ୍ରଦୂଷଣ ନ ଥିବାରୁ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ନ ଥାଏ। ଏକ୍ୱ୍ୟୁଆଇ ୫୧ରୁ ୧୦୦ ମଧ୍ୟରେ ରହିଲେ ସାଟିସଫାକ୍‌ଟୋରି ଜୋନ ଓ ୧୦୧ରୁ ୨୫୦ ମଧ୍ୟରେ ରହିଲେ ମଡରେଟଲି ପଲ୍ୟୁଟେଡ ବା ୟେଲୋ ଜୋନ ମଧ୍ୟରେ ରଖାଯାଇଥାଏ। ସେହିପରି ୟେଲୋ ଜୋନର ନିମ୍ନମାନର ଏକ୍ୱ୍ୟୁଆଇ ୨୫୧ରୁ ୩୫୦ ହୋଇଥିବା ବେଳେ ଏହାକୁ ଅଧିକ ମାତ୍ରାରେ ରେଡ ଜୋନ ଭାବେ ବିବେଚନା କରାଯାଇଥାଏ। ୟେଲୋ ଜୋନ ଅଧୀନରେ ଥିବା ସାଧାରଣ ସୁସ୍ଥ ଲୋକ ମଧ୍ୟ ଚର୍ମ, ଆଜମା, ଟିବି, କିଡ୍‌ନୀ, ଲିଭର, କ୍ୟାନସର ଆଦି ହେବା ସମ୍ଭାବନା ଅଧିକ। ୨୦୨୧ ନଭେମ୍ବରରେ ରାଜ୍ୟର କେତେକ ଶିଳ୍ପାଞ୍ଚଳ ସହ କେନ୍ଦ୍ରାପଡ଼ାର ବାୟୁମଣ୍ଡଳକୁ ନିରୀକ୍ଷଣ କରାଯାଇଥିଲା। ଏଥିରେ କେନ୍ଦ୍ରାପଡ଼ାର ବାୟୁ ପ୍ରଦୂଷଣ ଦ୍ରୁତ ବେଗରେ ବଢୁଥିବା ରିପୋର୍ଟ ଆସିଛି। ଏହି ଜିଲାରେ ପ୍ରଦୂଷଣ ପାଇଁ କୌଣସି କାର୍ଯ୍ୟ ହେଉ ନ ଥିବା ବେଳେ ପଡୋଶୀ ଜିଲାର ଶିଳ୍ପ ଏହାକୁ ପ୍ରଦୂଷିତ କରୁଛି। ବ୍ରାହ୍ମଣୀ ଓ ମହାନଦୀ କୂଳରେ ଥିବା ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜଳରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା ମଧ୍ୟ ଦେଇ ସମୁଦ୍ରରେ ମିଶୁଛି। ସେହିପରି ଜିଲାର ଅତି ନିକଟରେ ଥିବା ଜଗତ୍‌ସିଂହପୁର, ଯାଜପୁର, କଟକ ଜିଲାର ଶିଳ୍ପରୁ ନିର୍ଗତ ରାସାୟନିକ ବାଷ୍ପ, ଧୂଅଁା, ଧୂଳି ଆଦି କେନ୍ଦ୍ରାପଡ଼ାକୁ ଭାସି ଆସି ବାୟୁ ପ୍ରଦୂଷଣକୁ ବଢ଼ାଉଛି। ଏହି ବିଷାକ୍ତ ଜଳ ଓ ବାୟୁ ସାଧାରଣ ଜନଜୀବନକୁ ରୋଗଗ୍ରସ୍ତ କରୁଥିବା ବେଳେ ଚାଷ ପ୍ରଭାବିତ ହେଉଛି। ସେହିପରି ଭିତରକନିକାର ଜୈବ ବିବିଧତା, ବନ୍ୟ ଓ ସାମୁଦ୍ରିକ ପ୍ରାଣୀକୁ ନଷ୍ଟ କରୁଛି। ଏପରିକି ଭୂତଳ ଜଳରେ ନାଇଟ୍ରେଟ, ଆଇରନ, ଫ୍ଲୋରାଇଡ ଅଧିକ ପରିମାଣରେ ଥିବା ୨୦୨୧ ମାର୍ଚ୍ଚରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ପ୍ରଦାନ କରିଥିଲେ। ସମୁଦ୍ର ମୁହାଣରେ ଜମା ହେଉଥିବା ବର୍ଜ୍ୟବସ୍ତୁ ବାହାର କରିବା ସହିତ ବ୍ୟାପକ ଜଙ୍ଗଲ ସୃଷ୍ଟି ପାଇଁ ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri