୧୦୦ କୋଟିର ମାଲିକାଣୀ ଡିମ୍ପଲ ଗର୍ଲ

ମୁମ୍ବାଇ: ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ବୁଧବାର ତାଙ୍କ ୩୬ତମ ଜନ୍ମଦିନ ପାଳିଛନ୍ତି। ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍‌ରେ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଦୀପିକାଙ୍କ ପ୍ରଥମ ଫିଲ୍କ ‘ଓମ୍‌ ଶାନ୍ତି ଓମ୍‌’ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଡ଼ ବ୍ରେକ୍‌ ଦେଇଥିଲା। ଏହାପରେ ସେ ୬ଟି ବ୍ଲକ ବଷ୍ଟର, ୬ଟି ହିଟ୍‌, ଗୋଟିଏ ସୁପରହିଟ୍‌ ଫିଲ୍ମ ସହ ଅନ୍ୟ ଚଳଚ୍ଚିତ୍ରରେ ମଧ୍ୟ ସୁନ୍ଦର ଅଭିନୟ କରିଛନ୍ତି, ଯାହା ଏବେ ତାଙ୍କୁ ଏକ ସଫଳ ଅଭିନେତ୍ରୀ ଭାବେ ଇଣ୍ଡଷ୍ଟ୍ରିରେ ନାଁ ଦେଇଛି। ସେ ଅନୂ୍ୟନ ୨୩ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି। ସିନେମାରେ ତାଙ୍କ ରୋଲ୍‌ ପାଇଁ ୮ କୋଟି ତ ଆଉ କେତେ ସିନେମାରେ ୧୨ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି। ଚଳଚ୍ଚିତ୍ର ବ୍ୟତୀତ ବଡ଼ ବ୍ରାଣ୍ଡ ପାଇଁ ବିଜ୍ଞାପନରୁ ମଧ୍ୟ ସେ ଆୟ କରିଥାନ୍ତି। ଯାହାକି ତାଙ୍କ ରୋଜଗାରକୁ ବଢାଇଛି। ୨୦୧୮ରେ ଦୀପିକାଙ୍କ ରୋଜଗାର ୪୦ କୋଟିରୁ ଉର୍ଦ୍ଧ୍ୱ ଥିବାବେଳେ ୨୦୧୯ ବୋଳକୁ ତାଙ୍କ ରୋଜଗାର ୪୮କୋଟିରେ ପହଞ୍ଚିଥିଲା। ଏବେ ସେ ଶହେ କୋଟିରୁ ଅଧିକ ସମ୍ପତ୍ତିର ମାଲିକାଣୀ। ମୁମ୍ବାଇରେ ତାଙ୍କର ୧୬ କୋଟିର ଘର ମଧ୍ୟ ରହିଛି। ଏହାଛଡା ତାଙ୍କର ଦାମୀକିଆ ଗାଡିର ସଉକ ରହିଛି। ତା ମଧ୍ୟରେ ମର୍ସିଡିଜ୍‌, ଅଡି ଏବଂ ମେବ୍ୟାକ୍‌ ୫୦୦ ସାମିଲ ଅଛି, ଯାହାର ମୂଲ୍ୟ ବହୁ କୋଟ ଟଙ୍କା ହେବ। ଏଥିସହ ତାଙ୍କୁ ଦାମୀ ଗହଣା ଏବଂ ବ୍ୟାଗ୍‌ର ସଉକ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri