Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ବାପାବୋଉଙ୍କ ପାଇଁ ମଠା କିଣିଥିଲି: ଦେବୀ ପ୍ରସାଦ ପଟ୍ଟନାୟକ

ଖୋର୍ଦ୍ଧା ଜିଲା କୁହୁଡ଼ି ଅଞ୍ଚଳରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରିବା ପରେ ଡିପ୍ଲୋମା ପଢ଼ିଲି। କିନ୍ତୁ ଅଧାରୁ ଭଲ ନ ଲାଗିବାରୁ ତାକୁ ଛାଡ଼ି ଆଇ.ଏସ୍‌ସି. ପଢ଼ିବାକୁ ନିରାକାରପୁର କଲେଜରେ ଆଡ୍‌ମିଶନ ନେଲି, ଆଉ ସେଠାରୁ ବି.ଏସ୍‌ସି. ପାସ୍‌ କରି ଭଦ୍ରକସ୍ଥିତ ରାଲିଶ ଇଣ୍ଡିଆ ପେଷ୍ଟିସାଇଡ୍ସ ଆଣ୍ଡ ଫର୍ଟିଲାଇଜର୍‌ କମ୍ପାନୀରେ ରିପ୍ରେଜେଣ୍ଟେଟିଭ ଭାବେ ଯୋଗଦେଲି। ଏହା ଥିଲା ୧୯୮୨ ମସିହାର କଥା। ସେତେବେଳେ ୧୨୭୫ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇବା ପରେ ଆଖଣ୍ଡଳମଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲି। ତା’ସହିତ ବାପାବୋଉଙ୍କ ପାଇଁ ଠାକୁରପୂଜା ମଠା କିଣିଥିଲି। ଏପରିକି ଘରଖର୍ଚ୍ଚ ପାଇଁ ବାପାଙ୍କ ହାତରେ ୩୨୦ ଟଙ୍କା ବି ଦେଇଥିଲି। ପ୍ରଥମ ଦରମାରେ ବାପାବୋଉଙ୍କ ପାଇଁ ଯେମିତି ନୂଆ ଲୁଗା କିଣିଥିଲି ଦ୍ୱିତୀୟ ମାସରେ ବଡ଼ ପାଞ୍ଚ ଭଉଣୀଙ୍କ ପାଇଁ ବି ଶାଢ଼ି କିଣି ଦେଇଥିଲି। ପ୍ରାୟ ୬ମାସ ଏଠି କାମ କରିବା ପରେ ଚାକିରି ଛାଡ଼ି ଦିଲ୍ଲୀରେ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିଲେଶନ୍‌ ଆଣ୍ଡ୍‌ ପର୍ସନାଲ୍‌ ମ୍ୟାନେଜ୍‌ମେଣ୍ଟ ଉପରେ ଏକ କୋର୍ସ କରିଥିଲି। ତା’ପରେ ମୋତେ ରାଜ୍ୟ ସରକାରଙ୍କ ଏକ୍ସପୋର୍ଟ ପ୍ରମୋଶନ୍‌ ଆଣ୍ଡ ମାର୍କେଟିଂ ଡିପାର୍ଟମେଣ୍ଟରେ ଲାବରେଟୋରି ଆସିଷ୍ଟାଣ୍ଟ ଭାବେ ଚାକିରି ମିଳିଥିଲା। ୩ମାସ ପରେ ସେ ଚାକିରି ବି ଛାଡ଼ିଦେଲି ଆଉ ଲ’ ପଢ଼ିବାକୁ ଇଚ୍ଛାକଲି। କିନ୍ତୁ ଦୁର୍ଭାଗ୍ୟ ଯେଉଁଦିନ ମୋର ଲ’ କଲେଜରେ ଆଡ୍‌ମିଶନ ଥିଲା ସେଦିନ ବାପାଙ୍କର ହଠାତ୍‌ ଦେହ ଖରାପ ହେଲା। ଘରର ଗୋଟେ ପୁଅ ହୋଇଥିବାରୁ ବାପାଙ୍କ ପାଖେ ରହି ତାଙ୍କର ଦେଖାଚାହଁା କଲି। ଏମିତି କିଛିଦିନ ବିତିଗଲା ଆଉ ତା’ପରେ ମୁଁ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ଭାବେ ଏକ ଔଷଧ କମ୍ପାନୀରେ କାମ କରିବାକୁ ଲାଗିଲି। ୫/୬ମାସ ଏଠି କାମ କରିବା ଭିତରେ ଓଡ଼ିଶା ମାଇନିଂ କର୍ପୋରେଶନ ତରଫରୁ ଏକ ଇଣ୍ଟରଭ୍ୟୁ ବାହାରିଲା। ସେଥିରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ପ୍ଲଟ୍‌ ସୁପର୍‌ ଭାଇଜର୍‌ ଭାବେ ୫ବର୍ଷ ବଡ଼ବିଲ୍‌ରେ କାମ କଲି। ସେଠାରେ ଥିଲାବେଳେ ବଡ଼ବିଲ୍‌ ମାଇନିଂ ଟ୍ରାନ୍ସପୋର୍ଟ ଆଣ୍ଡ ଓ୍ବାର୍କର୍ସ ୟୁନିୟନ୍‌ର ସେକ୍ରେଟାରି ଦାୟିତ୍ୱ ବି ତୁଲାଉଥିଲି। ଏହାପରେ ମୋର ଭୁବନେଶ୍ୱରକୁ ବଦଳି ହୋଇଗଲା ଆଉ ମୁଁ ଏଠାରେ ମାଇନିଂ କର୍ପୋରେଶନ୍‌ର ଲୋକ ସମ୍ପର୍କ ବିଭାଗରେ ସୁପରଭାଇଜର୍‌ ଭାବେ କାମ କରିବାକୁ ଲାଗିଲି। ତା’ସହିତ ଭୁବନେଶ୍ୱର ଷ୍ଟାଫ୍‌ ଆସୋସିଏଶନ୍‌ର ଭାଇସ୍‌-ପ୍ରେସିଡେଣ୍ଟ ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲି। ବେଶ୍‌ କିଛିଦିନ ଏମିତି ବିତିବା ପରେ ହଠାତ୍‌ ବାପାଙ୍କର ମୃତ୍ୟୁ ହେଲା। ଧୀରେ ଧୀରେ ମା’ ବି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଗଲେ। ତେଣୁ ମା’ଙ୍କର ଦେଖାଚାହାଁ କରିବାକୁ ମୋତେ ଚାକିରିରୁ ଇଚ୍ଛାଧୀନ ଅବସର ନେବାକୁ ପଡ଼ିଲା। ଚାକିରିରୁ ସିନା ଅବସର ନେଇଗଲି କିନ୍ତୁ ସମାଜମଙ୍ଗଳ କାର୍ଯ୍ୟ ମୋର ସେମିତି ଚାଲିଥିଲା ଆଉ ଏବେ ବି ଚାଲିଛି। ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ଏହି ଝୁଙ୍କ୍‌ ମୋର ସ୍କୁଲ୍‌, କଲେଜବେଳୁ ଆରମ୍ଭ। ଗାଁରେ କେଉଁଠି ରାସ୍ତା ନାହିଁ, କେଉଁଠି ନିଆଁ ଲାଗିଗଲା, କେଉଁଠି ପୋଖରୀ ଖୋଳାହେବ, ବିଭିନ୍ନ ପୂଜାପର୍ବ କେମିତି ହେବ, ପଇସା ଅଭାବରୁ କାହାର ଚିକିତ୍ସା ହୋଇପାରୁନି, କିଏ ପାଠ ପଢ଼ିପାରୁନି, କାହାକୁ ରକ୍ତ ଦରକାର, କେଉଁ ଶ୍ରମିକର ଦରମା କଟିଯାଇଛି କି କାହାର ଇପିଏଫ୍‌ ମିଳିପାରୁନି, ଏସବୁ କଥାରେ ଲୋକେ ମୋତେ ହିଁ ଖୋଜିଥାନ୍ତି। ଆଉ ସେମାନଙ୍କୁ ସାହାଯ୍ୟ କରିବାରେ ମୋତେ ମିଳିଥାଏ ପରମତୃପ୍ତି ଆଉ ଅପୂର୍ବ ଶାନ୍ତି। ପ୍ରତିଦିନ ସକାଳ ହେଲା ମାତ୍ରେ ମୁଁ ବିଭିନ୍ନ ଡାକ୍ତରଖାନାକୁ ଯାଇ ସେଠି କେଉଁ ରୋଗୀଙ୍କର କ’ଣ ଚିକିତ୍ସା ହେଲା, କାହାର କ’ଣ ଦରକାର, କାହାର କ’ଣ ଅସୁବିଧା ରହିଲା ସବୁ କଥା ବୁଝେ ଆଉ ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥାଏ। ଏଥିପାଇଁ ଟଙ୍କା କୁଆଡୁ ଆସେ ବୋଲି ଭାବୁଛନ୍ତି ନା! ଇଚ୍ଛାକୃତ ଅବସର ନେଇଥିଲେ ହେଁ ରାଜ୍ୟ ସରକାରଙ୍କ ତରଫରୁ ମୋତେ ପ୍ରତିମାସ କିଛି ଇପିଏଫ୍‌ ପେନ୍‌ସନ୍‌ ମିଳେ, ଆଉ ସେହି ଟଙ୍କାକୁ ସମ୍ପୂର୍ଣ୍ଣଭାବେ ମୁଁ ଏହିସବୁ କାମରେ ଖର୍ଚ୍ଚ କରି ଦେଇଥାଏ। ଘରେ ମୋର ସ୍ତ୍ରୀ ଆଉ ପିଲାମାନେ ବି ଅଛନ୍ତି। ସ୍ତ୍ରୀ ଯେହେତୁ ଚାକିରି କରିଛନ୍ତି, ତେଣୁ ମୋର ବ୍ୟକ୍ତିଗତ ଖର୍ଚ୍ଚ ସହ ଘର, ପିଲାମାନଙ୍କ କଥା ସବୁକିଛି ସିଏ ହିଁ ବୁଝିଥାନ୍ତି। ମୋତେ କେବେ ବି ପ୍ରତିବାଦ କରିନାହାନ୍ତି। ସମାଜସେବା ବାଦ୍‌ ମୁଁ ସ୍ବାସ୍ଥ୍ୟ, ଶିକ୍ଷା, ସେବା ତଥା ଆଦର୍ଶଭିତ୍ତିକ କେତୋଟି ପ୍ରବନ୍ଧ ଲେଖି ଅନେକ ପାଠକୀୟ ପ୍ରଶଂସା ମଧ୍ୟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri