Posted inରାଜ୍ୟ

ଶହୀଦ ଡାକ୍ତରଙ୍କୁ ସଲାମ

ନିଜ ଦେଶର ମଙ୍ଗଳ ପାଇଁ ଯେ ଜୀବନ ଦିଏ ତାହାଙ୍କୁ ଶହୀଦ୍‌ କୁହାଯାଏ। ଜଣେ ନିଜର ବିଚାରଧାରା ପାଇଁ କୌଣସି ବିରୋଧୀ କିମ୍ବା ଶତ୍ରୁ ଦ୍ୱାରା ନିହତ ହେଲେ ସେହି ଦେଶ, ଜାତି, ଧର୍ମ ଓ ସମାଜ ‘ଶହୀଦ’ର ମର୍ଯ୍ୟାଦା ଦେଇଥାଏ। ଅନେକ ବୈଜ୍ଞାନିକ ଓ ଚିକିତ୍ସା ବିଜ୍ଞାନୀ ବିଶ୍ୱର ମଙ୍ଗଳ ପାଇଁ ଜୀବନ ଦେଇ ଅମର ହୋଇଛନ୍ତି। କିନ୍ତୁ ଶହୀଦର ମର୍ଯ୍ୟାଦା ପିନ୍ଧି ନାହିଁ। ବିଜ୍ଞାନର ପ୍ରଗତି ଫଳରେ ମଣିଷର ସୁଖ, ସ୍ବାଛନ୍ଦ୍ୟ, ସୁସ୍ଥତା, ସ୍ବପ୍ନ ଓ ସମୃଦ୍ଧିର ପ୍ରଗତି ହୋଇଛି। ଅନେକ ଡାକ୍ତର ଓ ବୈଜ୍ଞାନିକ ଏଥିପାଇଁ ଅକଥନୀୟ ଅତ୍ୟାଚାର, ନିର୍ଯାତନା ଓ ଲାଞ୍ଛନା ସହ୍ୟ କରି ଜେଲ୍‌ ଯାଇଛନ୍ତି, ବିଷପାନ କରିଛନ୍ତି ଓ ଜଳନ୍ତା ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କର ବଳିଦାନ ମାନବ ସମାଜ ପାଇଁ ଅମର ହୋଇ ରହିଛି।
କରୋନା ଯୁଦ୍ଧର ପ୍ରଥମ ଶହୀଦ୍‌ ଚାଇନାର ଉହାନ୍‌ ସହରର ଡାକ୍ତର ଲି ୱେନ୍ଲିୟାଙ୍ଗ୍‌। କୋଭିଡ୍‌-୧୯ ଭୂତାଣୁର ସୃଷ୍ଟି ଓ ସଂକ୍ରମଣ ବିଷୟରେ ପ୍ରଥମେ ଡାକ୍ତର ଲିୱେନ୍ଳିୟାଙ୍ଗ୍‌ ଜାଣି ତାଙ୍କର ଡାକ୍ତର ବନ୍ଧୁମାନଙ୍କୁ ଜଣାଇଲେ। ଏଥିରେ ପ୍ରଶାସନ କ୍ଷୁବ୍ଧ ହୋଇ ତାଙ୍କୁ ଜେଲ୍‌ ଦଣ୍ଡ ଦେଲେ। ଅପରପକ୍ଷେ ସେ ନିଜେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ। ଏହି ତଥ୍ୟକୁ ଗୁଜବ କହି ଲୁଚାଇବାକୁ ଚେଷ୍ଟା କରିବା ଫଳରେ ଏହା ବିଶ୍ୱ ମହାମାରୀରେ ପରିଣତ ହେଲା।
ସୂଚନାଯୋଗ୍ୟ ବହୁ ପୁରାତନ ‘ହିପୋକ୍ରାଟିକ୍‌ ଶପଥ’ ରୋଗୀ ଚିକିତ୍ସା ପ୍ରାରମ୍ଭରୁ ଡାକ୍ତରମାନେ ନେଇଥାନ୍ତି। ସେମାନେ ଈଶ୍ୱରଙ୍କୁ ସାକ୍ଷୀ ରଖି ଶପଥ କରନ୍ତି ଯେ, ରୋଗୀ ସେବା ମୋର ପରମ ଧର୍ମ ହେବ। ମୋର ଶକ୍ତି ଓ ବିଚାରକୁ ନେଇ ରୋଗୀମାନଙ୍କ ଚିକିତ୍ସାରେ ଅବହେଳା କରିବି ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ନମ୍ରତା ଓ ଶ୍ରଦ୍ଧାର ସହିତ ପାଳନ କରିବା ପାଇଁ ଈଶ୍ୱର ପ୍ରେରଣା ଦିଅନ୍ତୁ। ନିଷ୍ଠାପର ଡାକ୍ତର ସର୍ବଦା ରୋଗୀର କଷ୍ଟ, ଯନ୍ତ୍ରଣା ଓ ଦୁଃଖ ଅପନୋଜଦନ କରି ବିଶ୍ୱାସଭାଜନ ହୁଅନ୍ତି। ମାନବ ସେବା ହିଁ ମାଧବ ସେବା। ଏହା କିନ୍ତୁ ସତ୍ୟ ଯେ- ସ୍ବାସ୍ଥ୍ୟ ସେବା ହେଉଛି ବିପଦପୂର୍ଣ୍ଣ। ଏଥିରେ ଅନେକ ଉନ୍ନତି ସମ୍ଭବ ହୋଇଛି। ଅନେକ ସଂକ୍ରାମକ ରୋଗ, କୀଟବାହକ ରୋଗ ଓ ଭୟାନକ କ୍ୟାନ୍‌ସର ଅପସରି ଗଲାଣି। ବଞ୍ଚିବାର ବୟସ ସୀମା ଦ୍ୱିଗୁଣିତ ହେଲାଣି। ଏହା ସବୁ ଡାକ୍ତରଙ୍କର ଅବଦାନ। ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ସାର୍ବଦେଶିକ ହୋଇ ବିଶ୍ୱରେ ଭୟାନକ ରୂପ ନେଇଛି। ଏଥିପାଇଁ ଫଳପ୍ରଦ ଔଷଧ ଓ ଟିକା ନାହିଁ। କେବଳ ଉପଯୁକ୍ତ ରୋଗୀ ଲୋକ ଓ ଭୂତାଣୁଠାରୁ ଦୂରେଇ ରହିବା ବାଞ୍ଛନୀୟ। ଏହି ପରିସ୍ଥିତିରେ ରୋଗୀ ଡାକ୍ତରଠାରୁ ସାନ୍ତ୍ୱନା, ଶ୍ରଦ୍ଧା ଓ ସେବା ଆଶା କରେ। ତା’ର ପ୍ରତିବଦଳରେ ପ୍ରତିଦାନ ଦେବା ସମ୍ଭବ ନୁହେଁ। ସେହି ପ୍ରତିଦାନ ହେଉଛି ଚିକିତ୍ସା କରୁଥିବା ଡାକ୍ତରଙ୍କର ଅମାପ, ଅକ୍ଷୟ ଓ ଅତୁଳନୀୟ ଧର୍ମ।
ମାଆ ଆମକୁ ଜନ୍ମ ଦିଅନ୍ତି; କିନ୍ତୁ ଡାକ୍ତର ପୁନର୍ଜନ୍ମ ଦିଅନ୍ତି। ଡାକ୍ତରମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ ରୋଗୀ ସେବା କରନ୍ତି। କରୋନା ଯୁଦ୍ଧରେ ଯୋଦ୍ଧାଭାବେ ପରିଗଣିତ କେତେକ ଡାକ୍ତର ଶହୀଦ୍‌ ହେଲେଣି। ଆଜି ଦିନରେ ଜନସାଧାରଣଙ୍କୁ ଅନୁରୋଧ ଡାକ୍ତରଙ୍କର ବହୁମୂଲ୍ୟ ଅବଦାନ ପାଇଁ ସ୍ନେହ ଓ ଶ୍ରଦ୍ଧା ସୁମନ ଅର୍ପଣ କରନ୍ତୁ।
– ଡା. ଦ୍ୱିଜେଶ କୁମାର ପଣ୍ଡା
୧୨, ଆଚାର୍ଯ୍ୟ ବିହାର,ଭୁବନେଶ୍ୱର
ମୋ:୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri