Posted inଫୁରସତ

ନୂତନ ବ୍ରେନ୍‌ ସର୍କିଟର ଅନୁସନ୍ଧାନ

ମୁମ୍ବାଇ: ମାନସିକ ଚାପ ଯୋଗୁ ମାନବ ଶରୀରରେ ଦେଖାଦେଉଥିବା ପ୍ରତିକ୍ରିୟା ତଥା ଅସୁସ୍ଥତାର କାରଣ ଜାଣିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ମଣିଷର ମସ୍ତିଷ୍କରେ ଥିବା ଏକ ସ୍ବତନ୍ତ୍ର ସର୍କିଟ ଏଥିପାଇଁ ଦାୟୀ ବୋଲି ସେମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି। ଉକ୍ତ ନୂତନ ସର୍କିଟର ଆବିଷ୍କାର କରିବାରେ ବୈଜ୍ଞାନିକମାନେ ସଫଳ ହୋଇଥିବା ସାଇନ୍ସ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି।
ସାଧାରଣତଃ ହଠାତ ଅଧିକ ଭାବପ୍ରବଣ ବା ସମ୍ବେଦନଶୀଳ ହୋଇଗଲେ ମଣିଷ ଦେହର ହୃଦ୍‌ସ୍ପନ୍ଦନ ବଢ଼ିିଯାଇଥାଏ। ଝାଳ ବାହାରିବା ସହ ରକ୍ତଚାପ ଓ ତାପମାତ୍ରାରେ ବୃଦ୍ଧି ଘଟିବା ଭଳି ଶାରୀରିକ ପ୍ରତିକ୍ରିୟାମାନ ଦେଖାଦେଇଥାଏ। ଅଧିକ ସମୟ ଧରି ଏହି ମାନସିକ ଚାପ ଲାଗିରହିଲେ ଏହା ଶରୀରର ବିଭିନ୍ନ ଅଂଶକୁ ପ୍ରଭାବିତ କରି ମଣିଷକୁ ରୋଗଗ୍ରସ୍ତ ମଧ୍ୟ କରିଦିଏ। ଏହି କାରଣରୁ ଅନେକ ଲୋକ ମସ୍ତିଷ୍କ ବିକୃତି, ପିଟିଏସ୍‌ଡି (ପୋଷ୍ଟ ଟ୍ରମାଟିକ୍‌ ଷ୍ଟ୍ରେସ୍‌ ଡିଜ୍‌ଅର୍ଡର) ବା ଚାପ ପରବର୍ତ୍ତୀ ବ୍ୟାଧିର ଶୀକାର ହୋଇଥାନ୍ତି। ଏସବୁ ପଛର କାରଣ ଜାଣିବା ଏବଂ ଚିକିତ୍ସା ପାଇଁ ନାଗୋୟା ୟୁନିଭର୍ସିଟି ଗ୍ରାଜୁଏଟ ସ୍କୁଲ ଅଫ୍‌ ମେଡିସିନ ପକ୍ଷରୁ ପ୍ରଫେସର କାଜୁହିରୋ ନାକାମୁରା ଏବଂ ସହକାରୀ ପ୍ରଫେସର ନାଓୟା କାଟୋକାଙ୍କ ନେତୃତ୍ୱରେ ଗଠିତ ଅନୁସନ୍ଧାନକାରୀ ଦଳ ଏକ ଅଧ୍ୟୟନ କରିଥିଲେ। ସେମାନେ ମୂଷା ଶରୀରରେ ଚାପ ସୃଷ୍ଟି କରାଇ ମସ୍ତିଷ୍କକୁ ଇଞ୍ଜେକ୍ସନ ମାଧ୍ୟମରେ ଟ୍ରାକର ପଠାଇଥିଲେ। ଉକ୍ତ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଲେ ଯେ, ମାନସିକ ଚାପ ଯୋଗୁ ମସ୍ତିଷ୍କର ଡିପି/ଡିଟିଟି ଅଂଶ (ଡୋରସାଲ ପେଡୁକୁଲାର କର୍ଟେକ୍ସ ଏବଂ ଡୋରସାଲ ଟେନିଆ ଟେକ୍ଟା) ଅଧିକ ସକ୍ରିୟ ହୋଇଉଠେ। ଏହା ହାଇପୋଥାଲାମସ (ପିଟୁଇଟାରି ଗ୍ରନ୍ଥି ନିକଟରେ ଅବସ୍ଥିତ, ଯାହା ହରମୋନ ରିଲିଜ କରିବା, ତାପମାତ୍ରା ନିୟନ୍ତ୍ରଣ, ଦୈନନ୍ଦିନ ମନସ୍ତତ୍ତ୍ୱିକ ଚକ୍ର ବଜାୟ ରଖିବା ଆଦି କରିଥାଏ) କୁ ଏକ ସର୍କିଟ ବା ରାସ୍ତା ମାଧ୍ୟମରେ ଚାପର ସଙ୍କେତ ପଠାଇଥାଏ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନସିକ ଚାପ ଲାଗି ରହିଲେ ହାଇପୋଥାଲାମସ ଅତ୍ୟଧିକ ପରିମାଣର ସଂକେତ ପାଇ ଅନାବଶ୍ୟକ ଭାବେ ଶରୀରରେ ବିଭିନ୍ନ ପରିବର୍ତ୍ତନ କରାଇଥାଏ, ଯାହାକି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କାରଣରୁ ମୂଷାର ଶରୀରରେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପରେ ଗବେଷକମାନେ ହାଇପୋଥାଲାମସକୁ ସଂଯୋଗ କରୁଥିବା ଉକ୍ତ ରାସ୍ତା ବା ସର୍କିଟକୁ ବନ୍ଦ କରି ମୂଷାକୁ ପୁଣି ଚାପର ସମ୍ମୁଖୀନ କରାଇ ନିରୀକ୍ଷଣ କରିଥିଲେ। ଏହାପରେ ମୂଷା ଶରୀରରେ ପୂର୍ବଭଳି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା। ମାନସିକ ଚାପ ଯୋଗୁ ମସ୍ତିଷ୍କରେ ଡିପି/ଡିଟିଟିରୁ ହାଇପୋଥାଲାମସକୁ ଯାଇଥିବା ସ୍ବତନ୍ତ୍ର ସର୍କିଟ ଶରୀରରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟିର କାରଣ ହୋଇଥାଏ ବୋଲି ଜଣାପଡ଼ିଥିବା ପ୍ରଫେସର ନାକାମୁରା କହିଛନ୍ତି। ଏହି ସର୍କିଟର ଆବିଷ୍କାର ଆଗାମୀ ଦିନରେ ମାନସିକ ରୋଗୀ ବା ଚାପର ବଶବର୍ତ୍ତୀ ହୋଇ ରୋଗଗ୍ରସ୍ତ ହେଉଥିବା ଲୋକଙ୍କ ଚିକିତ୍ସା ପାଇଁ ଉପଯୋଗୀ ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri