୯ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୨୨।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଜନତା ମଇଦାନଠାରେ ୯ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର କ୍ରୀଡ଼ା ଯୁବ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଏମ୍‌ଏସ୍‌ଏମ୍‌ଇ ନିର୍ଦ୍ଦେଶକ ପୱନ୍‌ ଗୁପ୍ତା, ଉତ୍କଳ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ମାନସ ବୁଖେର, ଜୁପିଟର ଗ୍ରୁପ୍‌ର ଉପନିର୍ଦ୍ଦେଶକ ବିଶ୍ବରଞ୍ଜନ ପାତ୍ର, ଫ୍ରିଡମ୍‌ ଅଏଲର ରାଜ୍ୟ ମୁଖ୍ୟ ଅମିୟ ଧଳ, ଗୁପ୍ତା ଏଭେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୁଜିତ କୁମାର ଗୁପ୍ତା, ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତା, ପ୍ରୋପୋଟି ବ୍ରାଣ୍ଡ୍‌ର ସଚିନ ସିଂ, ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଦୀପକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଳାରେ ବିଭିନ୍ନ ରାଜ୍ୟ ଏବଂ ଦେଶ ବାହାରୁ ସେମାନଙ୍କ ସ୍ବତନ୍ତ୍ର ସାମଗ୍ରୀର ପ୍ରଦର୍ଶନୀ କରିବାକୁ ଆସିଛନ୍ତି। ବିଭିନ୍ନ ପ୍ରକାର ଜିନିଷ ସହ ପ୍ରାୟ ୨୨ଟି ରାଜ୍ୟ ଏବଂ ୧୦ଟି ଦେଶ ଭାଗ ନେଇଛନ୍ତି। ଏଠାରେ ଘରକରଣାଠାରୁ ଆରମ୍ଭକରି ବାହାରେ ବ୍ୟବହାର ଉପଯୋଗୀ ଫାଉଣ୍ଟେନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜିନିଷ ସୁଲଭ ମୂଲ୍ୟରେ ପାଇପାରିବେ। ଏହି ମେଳା ଜୁନ୍‌ ୨୧ରୁ ଜୁଲାଇ ୧ ପର୍ଯ୍ୟନ୍ତ ଜନତା ମଇଦାନଠାରେ ପ୍ରତିଦିନ ଅପରାହ୍ନ ୨ଘଟିକାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏହି ବାଣିଜ୍ୟ ମେଳାରେ ରିଅଲ ଇଷ୍ଟେଟ, କନ୍‌ଷ୍ଟ୍ରକଶନରେ ବ୍ୟବହାର ଉପଯୋଗୀ ଦ୍ରବ୍ୟ, ଫର୍ନିଚର, ଇଣ୍ଟେରିୟର, ହୋମ୍‌ ଡେକୋର, ଗୃହ ଉପଯୋଗୀ ଉପକରଣ, ଜୀବନଶୈଳୀ ଏବଂ ପୋଷାକ, ଅଟୋମୋବଇଲ, ପ୍ରାଚୀନ ଦ୍ରବ୍ୟ, ସମସ୍ତ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ, ବୁଟିକ୍‌ ଓ ବିଉଟି, ଘର ସାଜସଜ୍ଜା ଉପକରଣ, ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରାଚୀନ ଦ୍ରବ୍ୟ, ଭଳି ୪୦୦୦ରୁ ଊଦ୍ଧର୍‌ବ ସାମଗ୍ରୀ ଆପଣ ପାଇପାରିବେ। ଏହା ସହ ବୁଲାବୁଲି କରି ପ୍ରତିଦିନ ସନ୍ଧ୍ୟାରେ ଫ୍ୟାଶନ ଶୋ, ଟାଲେଣ୍ଟ ହଣ୍ଟ, ରକ୍‌ ବ୍ୟାଣ୍ଡ ପ୍ରତିଯୋଗିତା, ନାମୀଦାମୀ ଓଲିଉଡ୍‌ ଓ ବଲିଉଡ୍‌ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri