ଏନ୍‌ଆର୍‌ଆର୍‌ଆଇର ୯ ନୂଆ ଧାନ

କଟକ ଅଫିସ, ୭।୮: କଟକ ବିଦ୍ୟାଧରପୁର ସ୍ଥିତ ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶକ ଡ.ଦୀପଙ୍କର ମାଇତିଙ୍କ ନେତୃତ୍ୱରେ ୯ କିସମର ନୂତନ ଧାନ ଉଦ୍ଭାବନ କରାଯାଇଛି। ଡ. ଶରତ ପ୍ରଧାନ, ଡ. ମିରା କୁମାରୀ କର, ଡ. କ୍ରିଷ୍ନେନ୍ଦୁ ଚଟ୍ଟୋପାଧ୍ୟାୟ, ଡ. ସୁଶାନ୍ତ ଦାସ ଓ ଡ. ରାମ ଲଖନ ବର୍ମା ତଥା ଅନ୍ୟ ବୈଜ୍ଞାନିକମାନଙ୍କ ସହାୟତାରେ ଏହି ନୂତନ କିସମ ଉଦ୍ଭାବିତ ହୋଇଛି। ଡ. ଶରତ ପ୍ରଧାନଙ୍କ ଦ୍ୱାରା ଉଦ୍ଭାବିତ ଧାନ ହେଲା ସିଆର୍‌ଆର୍‌ଆଇ ୪୧୩(ରୀତା ପାଣିଧାନ), ସିଆର୍‌ଆର୍‌ଆଇ ୫୧୨(ଶତୃଘ୍ନ), ସିଆର୍‌ଆର୍‌ଆଇ ୮୦୩(ତ୍ରିଲୋଚନ)। ଏହି ଧାନ ଗଛଗୁଡ଼ିକ ବିଶେଷ କରି ଉପକୂଳ ଜିଲାର ଖାଲ ଓ ଜଳମଗ୍ନ ଜମି ପାଇଁ ଉପଯୁକ୍ତ ହେବା ସହ ବନ୍ୟା ପାଣିକୁ ସହନ କରିବାର କ୍ଷମତା ରହିଛି। ଏଥ୍‌ତ୍ରେ କାଣ୍ଡବିନ୍ଧା, ପତ୍ରମୋଡା, ଚକଡା ପୋକ, ନେକ୍‌ ବ୍ଲାଷ୍ଟ ରୋଗ ପ୍ରତିରୋଧକ ଶକ୍ତି ରହିଛି। ୧୪୫ ଦିନରେ ଧାନ ଅମଳ ହେଉଥ୍‌ତ୍ବା ଏହି କିସମରୁ ହେକ୍ଟର ପିଛା ୫୦ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ। ଡ.କ୍ରିଷ୍ନେନ୍ଦୁ ଚଟ୍ଟୋପାଧ୍ୟାୟଙ୍କ ଉଦ୍ଭାବିତ ଧାନ କିସମ ସିଆର୍‌ଆର୍‌ଆଇ ୪୧୧(ସ୍ବଣର୍‌ସ), ସିଆର୍‌ଆର୍‌ଆଇ ୪୧୨(ସ୍ବଣର୍‌ସାଞ୍ଜଳି)। ଏହା ସମୁଦ୍ରକୂଳ ଅଞ୍ଚଳ ଜମି ପାଇଁ ଉପଯୁକ୍ତ। ଏହି ଧାନର ଚାଉଳରେ ୧୦ ପ୍ରତିଶତ ପୁଷ୍ଟିସାର ରହିଛି। ୧୪୦ରୁ ୧୫୫ ଦିନ ମଧ୍ୟରେ ଏହି କିସମ ଧାନ ଅମଳ ହୋଇଥାଏ। ଡ. ସୁଶାନ୍ତ ଦାସଙ୍କ ଉଦ୍ଭାବିତ ଧାନ କିସମ ସିଆର୍‌ଆର୍‌ଆଇ ୩୧୬(ଗୌରବ)୧୩୦ରୁ ୧୩୫ ଦିନରେ ଅମଳ ହୋଇଥାଏ। ଏହା ହେକ୍ଟର ପିଛା ୬୫ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ। ଡ. ମିରା କୁମାରୀ କରଙ୍କ ଉଦ୍ଭାବିତ ଧାନ ହେଲା ସିଆର୍‌ଆର୍‌ଆଇ ୩୧୭(ରୋଷନ)। ଏହି କିସମରୁ ୧୩୦ରୁ ୧୩୫ ଦିନରେ ହେକ୍ଟର ପିଛା ୫୦ କ୍ବିଣ୍ଟାଲ ଅମଳ ମିଳିଥାଏ। ଡ. ରାମ ଲଖନ ବର୍ମାଙ୍କ ଉ୍‌ଦ୍ଭାବିତ ଧାନ ସିଆର୍‌ଆର୍‌ଆଇ ୭୦୨, ସିଆର୍‌ଆର୍‌ଆଇ ୭୦୩ର ଗଛ ଗୁଡିକ କାଣ୍ଡ ମୋଟା ହୋଇଥ୍‌ତ୍ବାରୁ ସହଜରେ ଭାଙ୍ଗେନାହିଁ। ଜଳ ସେଚିତ ଓ ଅଳ୍ପ ଖାଲୁଆ ଜମି ଗୁଡିକ ପାଇଁ ଉପଯୁକ୍ତ ଏହି କିସମ ଧାନ ଗଛରୁ ୧୩୫ ରୁ ୧୪୦ ଦିନରେ ଧାନ ଅମଳ ହୋଇଥାଏ। ଏଥିରୁ ହେକ୍ଟର ପିଛା ୮୦ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ ବୋଲି ଏନ୍‌ଆର୍‌ଆର୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?