Posted inଜାତୀୟ

NEET ରେ ୯୯.୯୯ ପର୍ସେଣ୍ଟାଇଲ ହାସଲ କରିଥିଲେ, ଡାକ୍ତର ହେବାକୁ ଇଛା ନ ଥିବାରୁ ଝୁଲିପଡିଲେ

ନୂଆଦିଲ୍ଲୀ,୨୪ା୯: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ୧୯ ବର୍ଷୀୟ ଛାତ୍ର ଅନୁରାଗ ଅନିଲ ବୋରକର ମେଡିକାଲ କଲେଜରେ ନାମଲେଖା ପାଇଁ ଯିବାର ନିର୍ଦ୍ଧାରିତ ଦିନରେ ଆତ୍ମହତ୍ୟା କରିଛନ୍ତି। ସେ ଏକ ଆତ୍ମହତ୍ୟା ନୋଟ୍‌ରେ ଲେଖିଥିଲେ ଯେ ସେ ଡାକ୍ତର ହେବାକୁ ଚାହୁଁ ନ ଥିଲେ।

ସିନ୍ଦେଓ୍ୱାହି ତାଲୁକାର ନାୱାରଗାଁର ଅନୁରାଗ ନୀଟ ୟୁଜି ୨୦୨୫ରେ ୯୯.୯୯ ପର୍ସେଣ୍ଟାଇଲ ସହ ଓବିସି ବର୍ଗରେ ୧୪୭୫ ଅଲ ଇଣ୍ଡିଆ ରାଙ୍କ ହାସଲ କରିଥିଲେ। ସେ ଉତ୍ତରପ୍ରଦେଶର ଗୋରଖପୁରରେ ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଯିବାର ପ୍ରସ୍ତୁତି କରୁଥିଲେ। କିନ୍ତୁ, ନାୱାରଗାଁ ପୋଲିସ ଅନୁଯାୟୀ, ସେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ୍ ମିଳିଛି, ଯେଉଁଥିରେ ସେ ଡାକ୍ତର ହେବାକୁ ଅନିଚ୍ଛୁକ ଥିବା ଉଲ୍ଲେଖ କରିଥିଲେ। ଏହି ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଲାଗି ୫ କୋଟି ଦାବି କରୁଥିଲା ଟିଏମ୍‌ସି, ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ପୂର୍ବତନ କ୍ରିକେଟର

କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା…

କୋଟିଆରେ ସ୍ଥାପନ ହେଲା ଦେବୀ ସୁଭଦ୍ରାଙ୍କ ରଥର ଚକ

କୋରାପୁଟ, ୫/୫(ଅମିତାଭ ବେହେରା ) ମଙ୍ଗଳବାର ପୂର୍ବାହ୍ନରେ କୋରାପୁଟ ଜିଲାର ସୀମାନ୍ତ କୋଟିଆ ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରାଙ୍କ ରଥର ଚକ ସ୍ଥାପନ କରାଯାଇଛି।ରାଜ୍ୟ ରାଜସ୍ୱ ଓ…

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ…

ବଜ୍ରପାତ ନେଲା ଜୀବନ

ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ…

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ରତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି: କହିଲେ…

ବଞ୍ଚୋ,୫।୫(ପ୍ରଦୋଷ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅଫିସ ଆର୍ଡର ନଂ ୩୬, ତାରିଖ ୦୫/୦୫/୨୦୨୫ ଅନୁଯାୟୀ ରାଜ୍ୟର ବିଭିନ୍ନ ପଦବୀ ପାଇଁ ନୂତନ…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ୨ ବର୍ଷ ଜେଲ ଦଣ୍ଡ: ରାୟ ଶୁଣାଇଲେ ଭିଜିଲନ୍ସ କୋର୍ଟ

ଗୁଣପୁର,୫।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଡୁକୁମ କଲ୍ୟାଣ ବିଭାଗର ପୂର୍ବତନ ଶିକ୍ଷକ ୟୁ.ରାଜେନ୍ଦ୍ର ପାତ୍ରଙ୍କୁ ଜୟପୁର ଭିଜିଲାନସ ସ୍ବତନ୍ତ୍ର ଅଦାଲତ ବିଚାରପତି ଆୟବର୍ହିଭୂତ ସମ୍ପତି ଠୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri