ଲକ୍‌ଡାଉନ ଯୋଗୁ କମିଛି ୯୬ ପ୍ରତିଶତଙ୍କ ରୋଜଗାର

ମୁମ୍ବାଇ,୨୮ ।୨: କରୋନା ମହାମାରୀ ପାଇଁ ଗତ ବର୍ଷ ଲଗାଯାଇଥିବା ଳକ୍‌ଡାଉନକୁ ଏବେ ବର୍ଷେ ପୂରଣ ହେବାକୁ ଯାଉଛି । ତେବେ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଲକ୍ ଡାଉନ ଯୋଗୁ ପ୍ରାୟ ୯୬ ପ୍ରତିଶତ ଲୋକଙ୍କର ରୋଜଗାର କମିଛି ବୋଲି ଏକ ସର୍ଭେରୁ ଜଣାପଡିଛି । ଅନ୍ନ ଅଧିକାର ଅଭିଯାନ ଦ୍ୱାରା କରାଯାଇଥିବା ଏହି ଅଭିଯାନରୁ ଏହା ସାମ୍ନାକୁ ଆସିଛି । ତେବେ ରୋଜଗାର କମ୍ ହେବାର ମୁଖ୍ୟ କାରଣ ହେଉଛି ଲକ୍‌ଡାଉନ ସମୟରେ ଅଧିକାଂଶ ଲୋକଙ୍କର ଚାକିରି ଚାଲିଯିବା । ବିଶେଷ କରି ବେସରକାରୀ କ୍ଷେତ୍ରରେ କାମ କରୁଥିବା ଅନେକ ଲୋକଙ୍କର ଚାକିରି ଚାଲିଯାଇଥିଲା । ଛୋଟ ଛୋଟ ବ୍ୟୟସାୟ ପ୍ରତିଷ୍ଠାନ ବନ୍ଦ ହୋଇଯିବା ପରେ ଏମାନେ ରୋଜଗାର ହରାଇ ବସିଥିଲେ । ଉକ୍ତ ସର୍ବେକ୍ଷଣ ଅନୁଯାୟୀ ଲକ୍‌ଡାଉନ୍ ସମୟରେ ପ୍ରତି ୫ ଜଣରେ ଜଣଙ୍କୁ ଉପାବାସ ରହିବାକୁ ପଡୁଥିଲେ । ଏବେ ପୁଣିଥରେ କରୋନା ଫେରିବା ଶୁଣିଲେ ଆପଣାଛାଏଁ କେମିତି ଏକ ଭୟ ମନରେ ଆସୁଛି । କାରଣ କରୋନା ସଂକ୍ରମଣ ଦେଶରେ କମ୍ ହେବା ପରେ ଧିରେ ଧିରେ ସମସ୍ତ ବ୍ୟବସାୟ ଏକ ପ୍ରକାର ଆରମ୍ଭ ହୋଇ ଯାଇଥିଲା କହିଲେ ଚଳେ । ଏବେ କିନ୍ତୁ କରୋନାର ନୂଆ ଷ୍ଟ୍ରେନ୍ ପୂର୍ବାପେକ୍ଷା ଅଧିକ କ୍ଷତିକାରକ ହୋଇଥିବାରୁ ଏବେ ଏହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପିଏ କହି ବିଧାୟକ ଓ ଏମ୍‌ପିଙ୍କୁ ଠକୁଥିଲେ ବିଟେକ୍‌ ଛାତ୍ର

ହାଇଦ୍ରାବାଦ,୨୦।୬: ଆନ୍ଧ୍ର ପ୍ରଦେଶରେ ବିଧାୟକଙ୍କ ସହ ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ଉକ୍ତ ସହରର ୪ଜଣ ଛାତ୍ର ବିଟେକ ପାଠପଢ଼ା ଛାଡ଼ି ନିଜର ଏକ...

ହରିୟାଣା କଂଗ୍ରେସକୁ ଏକଜୁଟ କରିବାରେ ବ୍ୟସ୍ତ ହାଇକମାଣ୍ଡ, ସଂଗଠନ ଗଠନ ପାଇଁ ପ୍ରସ୍ତୁତି ଜାରି…

ଚଣ୍ଡିଗଡ଼,୧୨।୯ : ଗତ ସାଢ଼େ ୯ ବର୍ଷ ଧରି ହରିୟାଣାରେ କଂଗ୍ରେସ ସଂଗଠନକୁ ପୁନଃ ନିର୍ମାଣ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ଉଦ୍ୟମ କରାଯାଉଛି।...

ଜୀବନ ସହ ସଂଘର୍ଷ କରୁଛନ୍ତି ‘ବଚପନ କା ପ୍ୟାର’ ଗାୟକ

ସୁକମା,୨୮।୧୨: ‘ବଚପନ କା ପ୍ୟାର’ ଗୀତ ଗାଇ ଇଣ୍ଟରନେଟ୍‌ରେ ସେନସେଶନ ପାଲଟି ଯାଇଥିବା ଶହଦେବ ଦିର୍ଦୋ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଛତିଶଗଡ଼ର ସୁକମା...

୪ ବିଧାୟକ ଭାଜପାରେ ସାମିଲ

ଶିଲଂ,୧୪।୧୨: ମେଘାଳୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଏନପିପିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉଭୟ ଦଳର ମୋଟ ତିନିଜଣ ବିଧାୟକ...

ଛଟପଟ ହୋଇ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ: ମିଳିଲାନି ଅକ୍ସିଜେନ୍‌..

ନୂଆଦିଲ୍ଲୀ,୨୪।୪: କରୋନା ମହାମାରୀ ସଂକ୍ରମଣ ସମୟରେ ଅକ୍ସିଜେନ୍‌ ଅଭାବ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍‌...

ସିବିଆଇ ତଦନ୍ତ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୪ା୩: ଭାରତର ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର କେତେଜଣ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ ପଛରେ ଆପରାଧିକ ଷଡ଼ଯନ୍ତ୍ର ଥିବା ଭାଜପାର ଅଭିଯୋଗ ଉପରେ ତଦନ୍ତକୁ...

ପାରମ୍ପାରିକ ହିମାଚଳ ପୋଷାକରେ ନଜର ଆସିଲେ ମୋଦି

ଡେରାଡୁନ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ରବାର ୬ଷ୍ଠ ଥର ପାଇଁ ବାବା କେଦାରନାଥ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ତୀଥପୁରୋହିତମାନେ ତାଙ୍କୁ ସ୍ବାଗତ...

ଡିପ୍ରେସନର ରୂପ ନେଲା ‘ନସର୍ଗ’

ନୂଆଦିଲ୍ଲୀ,୧।୬: କ୍ରମଶଃ ଉଗ୍ରରୂପ ଧାରଣ କରୁଛି ବାତ୍ୟା ‘ନସର୍ଗ’। ସୋମବାର ଏହା ଡିପ୍ରେସନର ରୂପ ନେଇଥିବା ବେଳେ ଆଗାମୀ ୧୨ ଘଣ୍ଟା ପରେ ଏହା ଡିପ୍‌...

Advertisement
Archives

Model This Week