Posted inଜାତୀୟ

ଭୋଜଶାଳାରୁ ମିଳିଛି ୯୪ ଭଗ୍ନ ମୂର୍ତ୍ତି

ଇନ୍ଦୋର/ନୂଆଦିଲ୍ଲୀ,୧୬ା୭: ମଧ୍ୟପ୍ରଦେଶର ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସ ଉପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍‌ରେ ୨,୦୦୦ ପୃଷ୍ଠାର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିଛି। ଉକ୍ତ ସ୍ଥାନରୁ ୯୪ରୁ ଊର୍ଦ୍ଧ୍ୱ ମୂର୍ତ୍ତି ମିଳିଥିବା ରିପୋର୍ଟରେ କୁହାଯାଇଛି। ସେଠାରେ ହିନ୍ଦୁ ମନ୍ଦିର ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେଣୁ ଏହି ବିବାଦୀୟ ଅଞ୍ଚଳରେ କେବଳ ହିନ୍ଦୁମାନଙ୍କୁ ପୂଜା ପାଇଁ ଅନୁମତି ଦିଆଯିବା ଆବଶ୍ୟକ ବୋଲି ଆଇନଜୀବୀ ହରିଶଙ୍କର ଜୈନ କହିଛନ୍ତି। ଏଏସ୍‌ଆଇ ଓକିଲ ହିମାଂଶୁ ଜୋଷୀ ହାଇକୋର୍ଟ ରେଜିଷ୍ଟ୍ରିରେ ରିପୋର୍ଟ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ଗତ ୪ ତାରିଖରେ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁ ଫ୍ରଣ୍ଟ ଫର୍‌ ଜଷ୍ଟିସ୍‌ ପକ୍ଷରୁ ବିବାଦୀୟ ଭୋଜଶାଳା-କମଲ-ମୌଲା ମସ୍‌ଜିଦ କମ୍ପ୍ଲେକ୍ସର ବିଜ୍ଞାନସମ୍ମତ ସର୍ଭେ ନିମନ୍ତେ ଆବେଦନ କରାଯାଇଥିଲା। ହିନ୍ଦୁ ସମ୍ପ୍ରଦାୟ ଭୋଜଶାଳା କମ୍ପ୍ଲେକ୍ସକୁ ବାଗଦେବୀଙ୍କ ମନ୍ଦିର ଭାବେ ଉତ୍ସର୍ଗ କରିଥିବାବେଳେ ମୁସଲମାନ ସମ୍ପ୍ରଦାୟ ଏହାକୁ କମଲ-ମୌଲା ମସ୍‌ଜିଦ ବୋଲି ଦର୍ଶାଇଥାନ୍ତି। ଏହାକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଥିବାବେଳେ ୨୦୦୩ରେ ଏଏସ୍‌ଆଇ ଏଥିରେ ହସ୍ତକ୍ଷେପ କରି ହିନ୍ଦୁମାନେ ମଙ୍ଗଳବାର ସେଠାରେ ପୂଜା କରିବା ସହ ଶୁକ୍ରବାର ମୁସଲମାନମାନେ ନମାଜ ପାଠ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲା। ଭୋଜଶାଳା କମ୍ପ୍ଲେକ୍ସର ବିଜ୍ଞାନସମ୍ମତ ସର୍ଭେ ପାଇଁ ମାର୍ଚ୍ଚ ୧୧ରେ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ମୌଲାନା କମାଲୁଦ୍ଦିନ ଓ୍ବେଲ୍‌ଫେୟାର ସୋସାଇଟି ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri