Posted inଜାତୀୟ

ମକ୍କାରେ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, ୬୮ ଭାରତୀୟ ସାମିଲ

ମକ୍କା,୨୦।୬: ଚଳିତ ବର୍ଷ ହଜ୍‌ଯାତ୍ରା ପାଇଁ ସାଉଦି ଆରବର ମକ୍କା ଓ ମଦିନା ସହରରେ ୨୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଘଟିଥିଲା। ହେଲେ ଭୀଷଣ ଗରମ ସହ ଗୁଳୁଗୁଳି କାରଣରୁ ସାଉଦି ଆରବରେ ୯୦୦ରୁ ଅଧିକ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ହଜ୍‌ଯାତ୍ରୀଙ୍କ ମଧ୍ୟରେ ୬୮ଜଣ ଭାରତୀୟ ରହିଥିବା ନେଇ ଯାତ୍ରା ସହ ଜଡ଼ିତ ଜଣେ ସାଉଦି ଆରବର କୁଟନୀତିଜ୍ଞ କହିଛନ୍ତି। ତେବେ ଭାରତରୁ ଚଳିତ ବର୍ଷ ୧,୭୫,୦୦୦ ଯାତ୍ରୀ ହଜ୍‌ ପାଇଁ ଯାଇଥିବା ବେଳେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଆଧିକାରୀକ ସୂଚନା ଜାରି କରାଯାଇ ନାହିଁ।

ଗୁରୁବାର ଏଏଫ୍‌ପିର ନୂଆ ରିପୋର୍ଟ ମୁତାବକ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି। ଗତ ବର୍ଷ ହଜ୍‌ ସମୟରେ ୨୦୦ରୁ ଅଧିକ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ମୃତକ ହଜ୍‌ଯାତ୍ରୀଙ୍କ ମଧ୍ୟରେ ସର୍ବାଧିକ ଇଜିପ୍ଟରୁ ଥିବା ବେଳେ ବାକି ଟ୍ୟୁନିସିଆରୁ, ଇଣ୍ଡୋନେସିଆରୁ, ଜୋର୍ଡାନରୁ, ଭାରତ ଏବଂ ଇରାନର ରହିଉନ୍ତି। ଖବର ଅନୁଯାୟୀ ସମସ୍ତ ତୀର୍ଥଯାତ୍ରୀଙ୍କ ମୃତଦେହ ନିଜ ନିଜ ଦେଶକୁ ପଠାଯିବ ନାହିଁ, ସାଉଦି ଆରବରେ ହିଁ ସେମାନଙ୍କୁ ସମାଧି ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ୟୁପିଏସସି ପ୍ରିଲିମ ରେଜଷ୍ଟ, ରୋଲ ନମ୍ବର ଅନୁଯାୟୀ କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୦।୭: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ର ପ୍ରିଲିମ୍ସ ପରୀକ୍ଷାର ଫଳାଫଳକୁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଘୋଷଣା କରିଛି। ଏହି ଫଳାଫଳକୁ ରୋଲ ନମ୍ବର...

ଅମିତ ଶାହାଙ୍କ ଗାଡ଼ିକୁ ପିଛା କଲେ କିଛି ଲୋକ, ଡିଏସ୍‌ପି କହିଲେ…

ନୂଆଦିଲ୍ଲୀ,୨୦ା୭: ଶନିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। କିଛି ଲୋକ ଭାଜପା କାର୍ଯ୍ୟକ୍ରମରେ...

କଶ୍ମୀରରେ ପ୍ରଥମଥର ଆତଙ୍କବାଦୀଙ୍କ ପାଖରୁ ମିଳିଲା Steyer AUG ରାଇଫଲ

ନୂଆଦିଲ୍ଲୀ,୨୦।୭: ଅଷ୍ଟ୍ରିଆରେ ନିର୍ମିତ ଷ୍ଟିର ଏୟୁଜି (Steyer AUG) ଆକ୍ରମଣ ରାଇଫଲ ଗୁରୁବାର (ଜୁଲାଇ୧୮) ଜମ୍ମୁ କଶ୍ମୀରର କୁପୱାରା ଜିଲାର କେରନ ସେକ୍ଟରରେ ହୋଇଥିବା ଏକ...

ପରାଜୟ ପରେ ବି ଅହଂକାରରେ କଂଗ୍ରେସ, ଝାଡ଼ଖଣ୍ଡରେ ଭାଜପା ଗଢିବ ସରକାର: ଅମିତ ଶାହା

ରାଞ୍ଚି,୨୦।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଝାଡ଼ଖଣ୍ଡର ବିରସାମୁଣ୍ଡା ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ସେ ଏକ ରାଲିରେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ‘କଂଗ୍ରେସର...

ସିଜେଆଇଙ୍କ ବଡ ବୟାନ, କହିଲେ ‘ଟେକ୍ନୋଲଜି ଇଫେକ୍ଟର..’

ନୂଆଦିଲ୍ଲୀ,୨୦।୭: ଭାରତୀୟ ନ୍ୟାୟପାଳିକାରେ ଟେକ୍ନୋଲୋଜି ପ୍ରଗତିର ଆରମ୍ଭ କରିଥିବା ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ଶନିବାର (ଜୁଲାଇ୨୦) କହିଛନ୍ତି ଯେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳତାରେ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିବା ପରେ ସର୍ବିଆରେ ଏପରି କରୁଛନ୍ତି ନତାଶା

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନ୍‌କୋଭିକ ଏବେ ସର୍ବିଆରେ ରହୁଛନ୍ତି । ପାଣ୍ଡ୍ୟାଙ୍କ ସହ ବିଚ୍ଛେଦ ଘୋଷଣା କରିବାର...

ଡରାଇଲାଣି କୋଭିଡର ନୂଆ ଭାରିଏଣ୍ଟ KP.3

ଟୋକିଓ,୨୦।୭: ଯଦିଓ କୋଭିଡ -୧୯କୁ ନେଇ ଲୋକଙ୍କ ମନରେ ଭୟ ପ୍ରାୟତଃ ଶେଷ ହୋଇଛି, ତଥାପି ଏହି ଜୀବାଣୁ ବିପର୍ଯ୍ୟୟ ଘଟାଉଛନ୍ତି। ଆଜିକାଲି, ଜାପାନରେ କୋଭିଡ...

ମାଇକ୍ରୋସଫ୍ଟ ଆଉଟେଜର ପ୍ରଭାବ ଜାରି, ବିମାନ ବନ୍ଦରରୁ ବ୍ୟାଙ୍କିଙ୍କ ସିଷ୍ଟମ ଏବେବି ଅସୁବିଧାରେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୭: ମାଇକ୍ରୋସଫ୍ଟ ଟେକ୍ନିକାଲ ଆଉଟେଜ ମାଇକ୍ରୋସଫ୍ଟର କ୍ରାଉଡ ଷ୍ଟ୍ରାଇକ ଅପଡେଟ ଯୋଗୁଁ ଗତକାଲି ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ଏକ ବୈଷୟିକ ତ୍ରୁଟି ହେତୁ ହଜାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri