ହୋମ୍‌ ଆଇସୋଲେଶନରେ ୭୦% ଆକ୍ରାନ୍ତ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଦେଶ ତୁଳନାରେ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି। ଓଡ଼ିଶାରେ କରୋନା ମୃତ୍ୟୁ ହାର ସାରା ଦେଶରେ କମ୍‌ ରହିଛି। ରାଜ୍ୟରେ ପ୍ରତିଦିନ ୫୦ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଉଛି। ଆରୋଗ୍ୟ ହାର ୭୮% ଥିବାବେଳେ ମୃତ୍ୟୁ ହାର ୦.୪% ରହିଛି। ଏବେ ମଧ୍ୟ ରାଜ୍ୟର ୭୦% ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ଅଛନ୍ତି। ହୋମ୍‌ ଆଇସୋଲେଶନରେ ଥିବା ଅଧିକାଂଶ ଆକ୍ରାନ୍ତ ଆରୋଗ୍ୟ ହେଉଛନ୍ତି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।
ଶୁକ୍ରବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଅଧିକାଂଶ ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହିବାକୁ ପସନ୍ଦ କରୁଥିବାରୁ ସେମାନେ କିପରି ଉପଯୁକ୍ତ ସୂଚନା ଓ ସେବା ପାଇପାରିବେ ସେ ଦିଗରେ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ହୋମ୍‌ ଆଇସୋଲେଶନର ସୁବିଧା ଓ ଅସୁବିଧା ସମ୍ପର୍କରେ ଏକ ସପ୍ତାହ ଧରି ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହେବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୪ଟାରେ ବିଶେଷଜ୍ଞମାନେ ପରାମର୍ଶ ଦେବେ। ଇଚ୍ଛୁକ ବ୍ୟକ୍ତି ଡାକ୍ତରଙ୍କୁ ପ୍ରଶ୍ନ ପଚାରିପାରିବେ। ସେଥିପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ହ୍ବାଟ୍ସଆପ୍‌ ନଂ. ୯୯୩୭୫ ୬୪୦୬୬ ଜାରି କରିଛନ୍ତି। ଦୈନିକ ଅପରାହ୍ନ ୩ଟାରୁ ସାଢ଼େ ୩ଟା ମଧ୍ୟରେ ଲୋକେ ପ୍ରଶ୍ନ କରିପାରିବେ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି।
ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ବରିଷ୍ଠ ଡା. ଅମରେନ୍ଦ୍ରନାଥ ମହାନ୍ତି ଉପସ୍ଥିତ ରହି କହିଲେ, ସବୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ। ଲକ୍ଷଣ ନ ଥିବା ଏବଂ କମ୍‌ ଲକ୍ଷଣ ଥିବା ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ। ହୋମ ଆଇସୋଲେଶନରେ ଥିବାବେଳେ ଲକ୍ଷଣ ଦେଖିଲେ ପ୍ରଶାସନକୁ ଜଣାଇବା ଆବଶ୍ୟକ। ସେମାନଙ୍କୁ ଦିଆଯାଉଥିବା ମାଗଣା କିଟ୍‌ରେ ଔଷଧ, ସୂଚନା, ପୁସ୍ତିକା ଓ ଫୋନ ନମ୍ବର ଦିଆଯାଉଛି। ଘରେ ରହିଲେ ରୋଗୀ ପରିବାର ଲୋକଙ୍କଠାରୁ ଭଲ ସେବା ପାଇପାରିବେ। କିନ୍ତୁ ସେମାନେ ଯଦି ହସ୍ପିଟାଲରେ ରହିବ ଅନ୍ୟମାନଙ୍କୁ ଦେଖି ମନୋବଳ ଭାଙ୍ଗିଯିବ। ତେଣୁ ହୋମ ଆଇସୋଲେଶନରେ ରହି କୋଭିଡ୍‌ ବିରୋଧରେ ଲଢ଼େଇ ଜାରି ରଖିପାରିବା। ତେବେ ହୋମ ଆଇସୋଲେଶନରେ ଥିବାବେଳେ ଲକ୍ଷଣ ଦେଖିଲେ ପ୍ରଶାସନକୁ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ।
ଡିଏମଇଟି ଡା. ସି.ବି.କେ. ମହାନ୍ତି କହିଲେ, ବର୍ତ୍ତମାନ ସୁଦ୍ଧା କରୋନା ଚିକିତ୍ସାର ମୂଳ ଜିନିଷ ହେଲା ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହେବା। ଲକ୍ଷଣ ଦେଖାଗଲେ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଇଯିବା ଏବଂ ସାବଧାନ ହେଲେ ରୋଗରୁ ବର୍ତ୍ତିପାରିବା। କାଶିବା, ଛିଙ୍କିବା, ପଜିଟିଭ ସଂସ୍ପର୍ଶରେ ଆସିଲେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ। ହୋମ ଆଇସୋଲେଶନରେ ଥିବାବେଳେ ଆକ୍ରାନ୍ତ ପ୍ରଚୁର ପାଣି ପିଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇରିଆ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୩ା୭ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ,ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଶନିବାର କାଶୀପୁର ବ୍ଲକର...

ପରୀ ହତ୍ୟା ମାମଲାର ହେବ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ନୟାଗଡ଼ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି...

୧୮୩ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି ନେତା, ଅଫିସର

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ବିଜେଡିର ବହୁ ନେତା ବିଗତ ଦିନରେ ସରକାରୀ ଅର୍ଥରେ ହେଲିକପ୍ଟର ବ୍ୟବହାର କରୁଥିବା ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଥିଲା। ଏନେଇ...

ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୩।୮ (ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍‌ ଗୋଲ୍ଡ ଲୋନ୍‌ ଆପ୍‌ ସମେତ ଅନ୍ୟାନ୍ୟ ଲୋନ ଆପ୍‌ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା...

ଆଖଣ୍ଡଳମଣି ମନ୍ଦିର ଦର୍ଶନ ସମୟ ବଢ଼ିଲା

ଆରଡ଼ି, ୩।୧: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଦର୍ଶନ ସମୟ ବଢ଼ିଛି। ପୂର୍ବରୁ କୋଭିଡ୍‌ କଟକଣା ଅନୁଯାୟୀ ପ୍ରତିଦିନ ସକାଳ ୭ଟାରୁ...

ବ୍ୟାଙ୍କ ପରିଚାଳକଙ୍କୁ ଘେରିଲେ ମହିଳା

ବାହାନଗା, ୧୭।୭(ଡି.ଏନ.ଏ.)-ଋଣ ନ ପାଇ ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ‘ଜୟ ମହାବୀର’ ମହିଳା ଗ୍ରୁପ୍‌ର ସଦସ୍ୟାମାନେ ମଙ୍ଗଳବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକଙ୍କୁ ଘେରିଥିଲେ।...

କର୍ଲାମୁଣ୍ଡାର ଗୌରବ ସୌମ୍ୟାରାଣୀ: ପ୍ରଥମ ମହିଳା ଭାବେ ଯୋଗଦେବେ ସିଆର୍‌ପିଏଫ୍‌ରେ

କର୍ଲାମୁଣ୍ଡା,୨୬ା୧: କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ଝିଅ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ ବ୍ଲକ ଅନ୍ତର୍ଗତ ସର୍ଗୁଲ...

ଆରମ୍ଭ ହେଲା ଅନ୍‌ଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଅନ୍‌ଲାଇନ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା(ଓବିପିଏଏସ୍‌)କୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ବସବାସ...

Advertisement
Archives

Model This Week