କଏଦୀଙ୍କୁ ୯୦ ଦିନିଆ ପାରୋଲ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ଜେଲ୍‌ରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବହୁ କଏଦୀ ଆକ୍ରାନ୍ତ ହେବା ସହିତ କେତେକଙ୍କର ଜୀବନ ମଧ୍ୟ କରୋନାରେ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଗତବର୍ଷ ନିୟମ ପାଳନ କରିବା ଲାଗି ସମସ୍ତ ଜେଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ୭ ବର୍ଷରୁ କମ୍‌ ଜେଲ୍‌ଦଣ୍ଡ ମିଳିବାକୁ ଥିବା ଅପରାଧ କ୍ଷେତ୍ରରେ ଜରୁରୀ ନ ଥିଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଜେଲ୍‌ରେ ରହୁଥିବା କଏଦୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯେପରି ମିଳେ, ତାହା ସୁନିଶ୍ଚିତ କରିବା ଲାଗି ସର୍ବୋଚ୍ଚ ଅଦାଲତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରି ସଂକ୍ରମଣ ବିପଦ ଥିବା ବନ୍ଦୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ତୁରନ୍ତ ପାରୋଲରେ ଛାଡ଼ିଦେବା ଲାଗି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଗତବର୍ଷ ଯେଉଁ କଏଦୀମାନଙ୍କୁ ପାରୋଲରେ ଛଡ଼ା ଯାଇଥିଲା, ଚଳିତ ବର୍ଷ ସେମାନଙ୍କୁ ୯୦ ଦିନିଆ ଛୁଟି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ଦ୍ୱାରା ଜେଲ୍‌ରେ ଭିଡ଼ କମିବା ସହିତ କରୋନା ସଂକ୍ରମଣ ଆଶଙ୍କା ଅନେକାଂଶରେ ହ୍ରାସ ପାଇବାର ସମ୍ଭାବନା ରହିବ ବୋଲି କୋର୍ଟ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଏବଂ ବିଚାରପତି ଏଲ୍‌. ନାଗେଶ୍ୱର ରାଓ ଏବଂ ସୂର୍ଯ୍ୟକାନ୍ତଙ୍କ ନେତୃତରେ ଗଠିତ ଖଣ୍ଡପୀଠ ପକ୍ଷରୁ ଜେଲ୍‌ ଗୁଡ଼ିକର ସ୍ଥିତି ସମୀକ୍ଷା କରାଯିବା ପରେ ୧୪ ପୃଷ୍ଠା ସମ୍ବଳିତ ନିର୍ଦ୍ଦେଶ ଶନିବାର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର

ମୁମ୍ବାଇ,୪।୫: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇରେ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ୩୩ ବର୍ଷ ପୂର୍ବେ ତାଙ୍କୁ ଦିଆଯାଇଥିବା ଏକ ସରକାରୀ ଜମି...

ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ

ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି...

ଡିଆର୍‌ଡିଓ ଭବନରେ ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ଏହି ଅବସରରେ ଡିଆର୍‌ଡିଓ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,...

ଗତ ୬ ବର୍ଷ ଧରି ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ମୋଦି: ମନମୋହନ

ନୂଆଦିଲ୍ଲୀ,୧୪।୧୨: ଗତ ୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କୁ ଭୂଆଁ ବୁଲାଇଛନ୍ତି। ଭାରତ ବଚାଓ ରାଲିରେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ...

‘ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୨ା୬(ପି.ଟି.): ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଏବଂ ରୁକ୍ଷ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଏଗୁଡ଼ିକ ଭିଡ଼ ମାନସିକତାର...

ପୁଣି କୋର୍ଟ ଯାଇପାରେ ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ରବିବାର ଅଲ୍‌ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(ଏଆଇଏମ୍‌ପିଏଲ୍‌ବି)ରବିବାର ଏକ ବୈଠକର...

ପ୍ରଥମରେ ୧୫, ଦ୍ୱିତୀୟରେ ୨୬, ମୁମ୍ବାଇରେ ହେବାକୁ ଥିବା ତୃତୀୟ ବୈଠକରେ ବଢିବକି ବିରୋଧୀ ମେଣ୍ଟର ସଂଖ୍ୟା

ନୂଆଦିଲ୍ଲୀ,୨୭।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଅଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି। ଅଗଷ୍ଟ ୩୧ରେ ଏହି ବୈଠକ ଅନୁଷ୍ଠିତ ହେବ। ଜୁନ ୨୩ରେ ପାଟନାରେ ‘ଇଣ୍ଡିଆ’ର...

Advertisement
Archives

Model This Week