ଶ୍ରୀନଗର,୧୪।୩: ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ୍ ୯ ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କରାଯାଇଛି। ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି। ସୂଚନା ପ୍ରଦାନକାରୀଙ୍କ ଯୋଗାଯୋଗ ପାଇଁ ଫୋନ୍ ନମ୍ବର ମଧ୍ୟ ତାଲିକାରେ ପ୍ରକାଶ ପାଇଛି। କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ନିଜର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଓ୍ବାସିକ୍ କାଦିର୍, ଆଦିଲ୍ ମୁଶତାକ୍, ଇରଫାନ୍ ସୋଫି, ସାକିବ୍ ମଞ୍ଜୁର୍, ବିଲାଲ ଅହମ୍ମଦ୍ ଭଟ୍, ଉବାଇଦ୍ ଶାଫି, ମହମ୍ମଦ ଆବାସ ଶେଖ୍, ମହମ୍ମଦ ୟୁସଫ୍ ଡାର୍ ଏବଂ ଅବରାରା ନଦିମ୍ ଆଦି ଆତଙ୍କବାଦୀଙ୍କ ନାମ ଦର୍ଶାଯାଇଥିବା ତାଲିକାକୁ ଅପଲୋଡ୍ କରାଯାଇଛି।