୯ ମାସ ବିତିଲା: ବାହାରିନି ରେଜଲ୍ଟ

କଟକ ଅଫିସ, ୨୩।୯:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଗତ ୨୦ ତାରିଖରୁ ପିଜି ଏବଂ ୟୁଜିର ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ଘରେ ରହି ଅନ୍‌ଲାଇନରେ ପରୀକ୍ଷା ଦେଉଛନ୍ତି। ହେଲେ ପିଜିର ପ୍ରଥମ ସେମିଷ୍ଟର ବ୍ୟାକ ପେପର ପରୀକ୍ଷା ରେଜଲ୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଯାହାକୁ ନେଇ ଏବେ ଛାତ୍ର ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ କେତେଜଣ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟୁଇଟ୍‌ କରିଥିବା ଜଣାପଡ଼ିିଛି।

ଯେଉଁ ପିଜି ଛାତ୍ରୀଛାତ୍ରମାନେ ପ୍ରଥମ ସେମିଷ୍ଟର ପରୀକ୍ଷାରେ ଫେଲ ହୋଇଥିଲେ ସେମାନଙ୍କ ପାଇଁ ଗତ ଡିସେମ୍ବରରେ ବ୍ୟାକ୍‌ ପେପର ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷା ସରିବାର ୯ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଫଳ ବାହାରି ନାହିଁ। ଗତ ସେପ୍ଟେମ୍ବର ୨୦ ତାରିଖରୁ ପିଜି ଶେଷବର୍ଷର ଛାତ୍ରୀଛାତ୍ରଙ୍କ ୪ର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି। ଏହା ଶେଷ ହେବା ପରେ ସେମାନଙ୍କର ଯେଉଁ ସେମିଷ୍ଟରରେ ବ୍ୟାକ ଲାଗିଛି ତା’ ପାଇଁ ପୁନଃ ଏକ ପରୀକ୍ଷା କରାଯିବ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଫର୍ମପୂରଣ କରିବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟର କେତେକ ବିଭାଗର ପ୍ରଥମ ସେମିଷ୍ଟର ପରୀକ୍ଷାଫଳ ବାହାରି ନାହିଁ। ତେଣୁ ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ରହୁଛନ୍ତି। ସମସ୍ତ ବିଭାଗରେ ହୋଇଥିବା ସୋସିଆଲ ମିଡିଆ ଗ୍ରୁପରେ ବ୍ୟାକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ସମ୍ପୃକ୍ତ ଅଧିକାରୀମାନେ କହୁଥିବା ବେଳେ ଏହାକୁ ଛାତ୍ରୀଛାତ୍ର ବିରୋଧ କରିଛନ୍ତି। ଛାତ୍ରୀଛାତ୍ରମାନେ କହିଛନ୍ତି, ବ୍ୟାକ ପେପର ପରୀକ୍ଷା ପାଇଁ ଡିସେମ୍ବରରେ ଫର୍ମ ପୂରଣ କରିଥିଲୁ ଏବଂ ଫି’ ଦେଇଥିଲୁ। ଏଯାଏ ଫଳ ବାହାରି ନାହିଁ। ପୁନଃ କିପରି ଫର୍ମ ପୂରଣ କରିବୁ ଓ ଫି ଦେବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ କେତେଜଣ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ଟୁଇଟ୍‌ କରିଥିବା ଜଣାପଡ଼ିିଛି। ଶେଷ ସେମିଷ୍ଟର ଅକ୍ଟୋବର ୧୦ ସୁଦ୍ଧା ସରିବାକୁ ଥିବାବେଳେ ବିଶ୍ୱବିଦ୍ୟାଳୟ କରୋନା ଆଳରେ ଏପର୍ଯ୍ୟନ୍ତ ପରୀକ୍ଷାଫଳ ପ୍ରକାଶ କରୁନାହିଁ। ତେଣୁ ଛାତ୍ରୀଛାତ୍ର ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡ. ସୁଦର୍ଶନ ମିଶ୍ରଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ତଥ୍ୟ ନ ଥିବା କହିଛନ୍ତି। ଅନ୍ୟପକ୍ଷେ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର କହିଛନ୍ତି ଯେ, କରୋନା ଯୋଗୁ ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଦେଇଛି। ଯେଉଁଥିପାଇଁ ଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଛି। ତେବେ ଶୀଘ୍ର ଫଳ ପ୍ରକାଶ ଲାଗି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri