୯ ଅଷ୍ଟଧାତୁ ମୂର୍ତ୍ତି, ବିଦ୍ୟୁତ୍‌ ତାର ଜବତ: ୬ ଗିରଫ

ମାର୍ଶାଘାଇ,୨୮ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରୁ ଗତ ୨୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଡକାୟତି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ବିଦ୍ୟୁତ୍‌ ତାର ଜବତ ସହ ୯ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରାଯାଇଛି ବୋଲି କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର ଥାନା ପରିସରରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁନ୍ଦପାଟଣା ଗଁାର ନାରାୟଣ ସାହୁ, କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ମହମ୍ମଦପୁର ଗଁାର ଜ୍ୟୋତି ପ୍ରକାଶ ବେହେରା ଓରଫ ସିମ୍ପା, କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ଗଁାର ହେମନ୍ତ ନାୟକ, ଅନିଲ ସାହୁ, କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ବାଇନପଡା ଗଁାର ଦେବେନ୍ଦ୍ର ନାୟକ ଓରଫ ସୋନୁ, କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ଛପଚିକଣା ଗଁାର ସଂଗ୍ରାମ ରାଉଳ ଓରଫ କୁନା। ଏସ୍‌ଡିପିଓ ମହାପାତ୍ର କହିଥିଲେ ଯେ, ଅଭିଯୁକ୍ତ ସିମ୍ପା ୧୦ରୁ ୧୫ଜଣ ଅପରାଧୀଙ୍କୁ ସାଙ୍ଗରେ ଧରି ଗୋଟିଏ ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ଟାଟା ଏସିଇ ଓ ଗୋଟିଏ ହୋଣ୍ଡା ଆମେଜ କାର ଆଣି ଲୁଣା ବିଦ୍ୟୁତ୍‌ କାର୍ଯ୍ୟାଳୟ ପରିସରରେ ପଶି ୨ଜଣ କଣ୍ଟ୍ରୋଲ ରୁମ୍‌ ଅପରେଟରଙ୍କୁ ଭୟଭୀତ କରି ଆଲୁମିନିୟମ, ତମ୍ବା ତାର ଓ ଅନ୍ୟ ଯନ୍ତ୍ରାଂଶ ଲୁଟି ନେଇଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ପରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ମହାପାତ୍ର, ମାର୍ଶାଘାଇ ଥାନା ଅଧିକାରୀ, ପାଟକୁରା ଥାନା ଅଧିକାରୀ, କୁଦାନଗରୀ ଥାନା, କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ବାଡ୍‌ ଓ ଘଟଣାର ତଦନ୍ତକାରୀ ଅଧିକାରୀ ବିଜୟ ଖଟୁଆଙ୍କୁ ନେଇ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ହୋଣ୍ଡା ଆମେଜ କାରକୁ ଜବତ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାଶ୍‌ ହେବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଲୁଟ କରିଥିବା ବିଦ୍ୟୁତ୍‌ ତାରକୁ ସେମାନେ ଭଟିମୁଣ୍ଡାର ହେମନ୍ତ ଓ ଅନିଲଙ୍କୁ ୭୦ ହଜାର ଟଙ୍କାରେ ବିକ୍ରି କରି ନିଜ ଭିତରେ ବାଣ୍ଟି ନେଇଥିଲେ। ଅଭିଯୁକ୍ତମାନେ ଡିସେମ୍ବର ଶେଷ ସପ୍ତାହ ଓ ଜାନୁୟାରୀର ପ୍ରଥମ ସପ୍ତାହ ମଧ୍ୟରେ ଡେରାବିଶ ଥାନା ଅନ୍ତର୍ଗତ ଛତା ବିଦ୍ୟୁତ୍‌ କାର୍ଯ୍ୟାଳୟ, ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଓ ଧୂମାତ, କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଚକଡା, ମାହାଙ୍ଗା ଥାନା ଭଦ୍ରେଶ୍ୱର ଅଞ୍ଚଳରୁ ମଧ୍ୟ ବିଦ୍ୟୁତ୍‌ ତାର ଚୋରି କରିଥିଲେ ବୋଲି ଏସଡିପିଓ ମହାପାତ୍ର କହିଥିଲେ। ଅଭିଯୁକ୍ତମାନଙ୍କଠାରୁ ୩ଟି ବାଇକ୍‌, ଗୋଟିଏ କଟର ମେଶିନ, ଗୋଟିଏ ଓଜନ ମେଶିନ ଜବତ କରାଯାଇଛି। ଜବତ କରାଯାଇଥିବା ଆଲୁମିନିୟମ କଣ୍ଡକ୍ଟରର ଓଜନ ୫ ଟନ୍‌ ୧୧୦ କେଜି ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ଏମାନେ ଆନ୍ତଃ ଜିଲା ଡକାୟତି ଗ୍ୟାଙ୍ଗର ସଦସ୍ୟ ଅଟନ୍ତି। ଏ ନେଇ ଥାନାରେ ନଂ. ୩୫/୨୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri