ବନ୍ଧୁକ, ଭୁଜାଲି ଦେଖାଇ ବ୍ୟାଙ୍କ ମାଲିକଙ୍କଠାରୁ ଲୁଟିନେଲେ ୯ ଲକ୍ଷ ଟଙ୍କା

ଖଇରା,୪ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ବଜାରରେ ଥିବା ଏକ କିଓସ୍କୋ ବ୍ୟାଙ୍କ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୭ଜଣ ଯୁବକ ୯ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ପାଇଛି ା ସିସି ଟିଭି ଫୁଟେଜରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ା ଡୁଙ୍ଗୁରା ସମିତି ସଭ୍ୟ ଶିଶିର ସାମଲଙ୍କ ପୁଅ ରାକେଶଙ୍କର ଡୁଙ୍ଗୁରା ବଜାରରେ ଏକ କିଓସ୍କୋ ବ୍ୟାଙ୍କ ରହିଛି ା ଗୁରୁବାର ସକାଳ ସାଢ଼େ ୮ଟାରେ ରାକେଶ ମେଡିକାଲ ନକଟରେ ଥିବା ଘରୁ ନିଜର ଟଙ୍କା ବ୍ୟାଙ୍କ ଧରି ବ୍ୟାଙ୍କ କାର୍ଯ୍ୟାଳୟକୁ ବହାରିଥିଲେ। ଏହି ସମୟରେ କୋଭିଡ୍‌ ଟିକା ପାଇଁ ମେଡିକାଲ ସମ୍ମୁଖରେ କରାଯାଇଥିବା ଧାଡ଼ିରେ ଜଣେ ଲୁଟେରା ଛିଡ଼ା ହୋଇ ରାକେଶଙ୍କ ଗତିବିଧି ଅନୁଧ୍ୟାନ କରୁଥିଲେ। ସେ ତାଙ୍କ ସାଥୀମାନଙ୍କୁ ଖବର ଦେଇଥିଲେ। ଏତିକିବେଳେ ୪ଜଣ ୨ଟି ବାଇକ୍‌ରେ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ୯ ଲକ୍ଷ ଟଙ୍କା ଥିବା ବ୍ୟାଗ ଧରି ପଳାଇଥିଲେ। ସିମୁଳିଆ ଥାନା ଅଧୀନ ଅଡା ୟୁପି ସ୍କୁଲ ନିକଟରେ ଆଉ ୨ଜଣ ପଲସର ଗାଡ଼ିରେ ଜଗି ରହିଥିଲେ ା ୫ଜଣ ଡୁଙ୍ଗୁରାରୁ କେନାଲ ରାସ୍ତା ଦେଇ ଅଡ଼ାରେ ପହଞ୍ଚିବା ପରେ ବ୍ୟାଗରେ ଥିବା ଟଙ୍କାକୁ ଏକ ଗାମୁଛାରେ ବାନ୍ଧି ବ୍ୟାଗଟିକୁ ଫିଙ୍ଗି ଦେଇଥିଲେ ା ହଠାତ୍‌ ପଲସର ଗାଡ଼ିଟି ଷ୍ଟାର୍ଟ ନ ହେବାରୁ ସେମାନେ ସମସ୍ତେ ପଲସର ଗାଡ଼ି ଛାଡି ଅନ୍ୟ ଗାଡ଼ିରେ ପଳାଇଥିଲେ। କିଓସ୍କୋ ବ୍ୟାଙ୍କ ସିସିଟିଭି ଫୁଟେଜରୁ ଗଗନଧୂଳି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ନିକଟରୁ ଅନ୍ୟ ୬ ଜଣଙ୍କର ସୁରାକ ମିଳିଛି ା ସମସ୍ତେ ସୋର ଅଞ୍ଚଳର ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ସିମୁଳିଆ ପୋଲିସ ପକ୍ଷରୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri