ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ରେ ଭାରତରୁ ୯

ନୂଆଦିଲ୍ଲୀ, ୧୨ା୩: ଉଚ୍ଚଶିକ୍ଷାକୁ ନେଇ ବିଶ୍ଳେଷଣ କରୁଥିବା ସଙ୍ଗଠନ ‘କ୍ୟୁଏସ୍‌’ ପକ୍ଷରୁ ବୁଧବାର ‘କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସ ୨୦୨୫’ର ତାଲିକା ଜାରି କରାଯାଇଛି। କ୍ୟୁଏସ୍‌ ପକ୍ଷରୁ ଜାରି ଏହି ବିଷୟଭିତ୍ତିିକ ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ରେ ଭାରତର ୯ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର ନାମକୁ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ଗତବର୍ଷ ତୁଳନାରେ ଏହି ତାଲିକାରେ ରହିଥିବା ଭାରତର ୩ଟି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ୨ଟି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଆଇଆଇଏମ୍‌) ଏବଂ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ର଼୍ୟାଙ୍କିଙ୍ଗ୍‌ରେ ହ୍ରାସ ଘଟିଛି। କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସର ଏହି ୧୫ତମ ସଂସ୍କରଣରେ ବିଷୟଭିତ୍ତିକ ର଼୍ୟାଙ୍କିଙ୍ଗ୍‌ ଏବଂ ବ୍ୟାପକ ଅଧ୍ୟାପନା କ୍ଷେତ୍ରରେ ଭାରତ ୧୨ଶ ସ୍ଥାନ ଅଧିକାର କରିଛି।

ଇଞ୍ଜିନିୟରିଂ-ମିନେରାଲ୍ସ ଏବଂ ମାଇନିଂ ବିଷୟ ପାଇଁ ଧାନବାଦ୍‌ସ୍ଥିତ ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ମାଇନିଂ(ଆଇଏସ୍‌ଏମ୍‌) ବିଶ୍ୱସ୍ତରରେ ୨୦ତମ ସ୍ଥାନ ହାସଲ କରିଛି। ଇଞ୍ଜିନିୟରିଂ-ମିନେରାଲ୍ସ ଏବଂ ମାଇନିଂ ବିଷୟ ପାଇଁ ଆଇଆଇଟି ବମ୍ବେ ଏବଂ ଖଡ଼ଗପୁର ଯଥାକ୍ରମେ ୨୮ତମ ଏବଂ ୪୫ତମ ସ୍ଥାନରେ ରହିଛନ୍ତି।

ତେବେ ଗତବର୍ଷର ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଉଭୟ ଅନୁଷ୍ଠାନର ପ୍ରଦର୍ଶନରେ ସାମାନ୍ୟ ହ୍ରାସ ଘଟିଛି। ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ବିଷୟ ପାଇଁ ଆଇଆଇଟି ଦିଲ୍ଲୀ ଏବଂ ବମ୍ବେ ଯଥାକ୍ରମେ ୨୬ତମ ଏବଂ ୨୮ତମ ସ୍ଥାନରେ ରହିଛନ୍ତି। ଗତବର୍ଷଠାରୁ ଉଭୟ ଅନୁଷ୍ଠାନର ପ୍ରଦର୍ଶନରେ ସୁଧାର ଆସିଛି।

ଗତବର୍ଷ ଏହି ୨ ଉଚ୍ଚ ଶିକ୍ଷାନୁଷ୍ଠାନ ଯୁଗ୍ମ ଭାବେ ୪୫ତମ ସ୍ଥାନରେ ରହିଥିଲେ। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋନିକ୍ସରେ ମଧ୍ୟ ଉଭୟ ଆଇଆଇଟି ଦିଲ୍ଲୀ ଏବଂ ବମ୍ବେ ନିଜ ପ୍ରଦର୍ଶନରେ ସୁଧାର ଆଣି ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛନ୍ତି। ସେହିପରି ‘ବ୍ୟବସାୟ ଏବଂ ପରିଚାଳନା ଅଧ୍ୟୟନ’ ବିଷୟ ପାଇଁ ଆଇଆଇଏମ୍‌ ଅହମଦାବାଦ ଏବଂ ବେଙ୍ଗାଲୁରୁ ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଥିଲେ ମଧ୍ୟ ଗତବର୍ଷଠାରୁ ଉଭୟଙ୍କ ପ୍ରଦର୍ଶନରେ ହ୍ରାସ ଘଟିଛି।

ଆଇଆଇଏମ୍‌ ଅହମଦାବାଦ୍‌ର ର଼୍ୟାଙ୍କିଙ୍ଗ୍‌ ୨୨ରୁ ଖସି ୨୭ରେ ପହଞ୍ଚିଥିବାବେଳେ ଆଇଆଇଏମ୍‌ ବେଙ୍ଗାଲୁରୁର ର଼୍ୟାଙ୍କିଙ୍ଗ୍‌ ୩୨ରୁ ୪୦କୁ ଖସିଆସିଛି। ସେହିପରି ପେଟ୍ରୋଲିୟମ ଇଞ୍ଜିନିୟରିଂ ବିଷୟରେ ଆଇଆଇଟି ମାଡ୍ରାସ୍‌ ଏବଂ ବିକାଶ ଅଧ୍ୟୟନ ବିଷୟରେ ଜେଏନ୍‌ୟୁକୁ ଶ୍ରେଷ୍ଠ ୫୦ ୟୁନିଭର୍ସିଟି ମଧ୍ୟରେ ସ୍ଥାନ ମିଳିଛି। ତେବେ ଗତବର୍ଷଠାରୁ ଉଭୟ ଅନୁଷ୍ଠାନର ପ୍ରଦର୍ଶନରେ ହ୍ରାସ ଘଟିଛି। ପ୍ରାୟ ୫୫ଟି ବିଷୟକୁ ଭିତ୍ତିକରି କ୍ୟୁଏସ୍‌ ପକ୍ଷରୁ ଏହି ର଼୍ୟାଙ୍କିଙ୍ଗ ତାଲିକା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri