ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ରେ ଭାରତରୁ ୯

ନୂଆଦିଲ୍ଲୀ, ୧୨ା୩: ଉଚ୍ଚଶିକ୍ଷାକୁ ନେଇ ବିଶ୍ଳେଷଣ କରୁଥିବା ସଙ୍ଗଠନ ‘କ୍ୟୁଏସ୍‌’ ପକ୍ଷରୁ ବୁଧବାର ‘କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସ ୨୦୨୫’ର ତାଲିକା ଜାରି କରାଯାଇଛି। କ୍ୟୁଏସ୍‌ ପକ୍ଷରୁ ଜାରି ଏହି ବିଷୟଭିତ୍ତିିକ ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ରେ ଭାରତର ୯ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର ନାମକୁ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ଗତବର୍ଷ ତୁଳନାରେ ଏହି ତାଲିକାରେ ରହିଥିବା ଭାରତର ୩ଟି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି), ୨ଟି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଆଇଆଇଏମ୍‌) ଏବଂ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ର଼୍ୟାଙ୍କିଙ୍ଗ୍‌ରେ ହ୍ରାସ ଘଟିଛି। କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସର ଏହି ୧୫ତମ ସଂସ୍କରଣରେ ବିଷୟଭିତ୍ତିକ ର଼୍ୟାଙ୍କିଙ୍ଗ୍‌ ଏବଂ ବ୍ୟାପକ ଅଧ୍ୟାପନା କ୍ଷେତ୍ରରେ ଭାରତ ୧୨ଶ ସ୍ଥାନ ଅଧିକାର କରିଛି।

ଇଞ୍ଜିନିୟରିଂ-ମିନେରାଲ୍ସ ଏବଂ ମାଇନିଂ ବିଷୟ ପାଇଁ ଧାନବାଦ୍‌ସ୍ଥିତ ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ମାଇନିଂ(ଆଇଏସ୍‌ଏମ୍‌) ବିଶ୍ୱସ୍ତରରେ ୨୦ତମ ସ୍ଥାନ ହାସଲ କରିଛି। ଇଞ୍ଜିନିୟରିଂ-ମିନେରାଲ୍ସ ଏବଂ ମାଇନିଂ ବିଷୟ ପାଇଁ ଆଇଆଇଟି ବମ୍ବେ ଏବଂ ଖଡ଼ଗପୁର ଯଥାକ୍ରମେ ୨୮ତମ ଏବଂ ୪୫ତମ ସ୍ଥାନରେ ରହିଛନ୍ତି।

ତେବେ ଗତବର୍ଷର ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଉଭୟ ଅନୁଷ୍ଠାନର ପ୍ରଦର୍ଶନରେ ସାମାନ୍ୟ ହ୍ରାସ ଘଟିଛି। ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ବିଷୟ ପାଇଁ ଆଇଆଇଟି ଦିଲ୍ଲୀ ଏବଂ ବମ୍ବେ ଯଥାକ୍ରମେ ୨୬ତମ ଏବଂ ୨୮ତମ ସ୍ଥାନରେ ରହିଛନ୍ତି। ଗତବର୍ଷଠାରୁ ଉଭୟ ଅନୁଷ୍ଠାନର ପ୍ରଦର୍ଶନରେ ସୁଧାର ଆସିଛି।

ଗତବର୍ଷ ଏହି ୨ ଉଚ୍ଚ ଶିକ୍ଷାନୁଷ୍ଠାନ ଯୁଗ୍ମ ଭାବେ ୪୫ତମ ସ୍ଥାନରେ ରହିଥିଲେ। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋନିକ୍ସରେ ମଧ୍ୟ ଉଭୟ ଆଇଆଇଟି ଦିଲ୍ଲୀ ଏବଂ ବମ୍ବେ ନିଜ ପ୍ରଦର୍ଶନରେ ସୁଧାର ଆଣି ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛନ୍ତି। ସେହିପରି ‘ବ୍ୟବସାୟ ଏବଂ ପରିଚାଳନା ଅଧ୍ୟୟନ’ ବିଷୟ ପାଇଁ ଆଇଆଇଏମ୍‌ ଅହମଦାବାଦ ଏବଂ ବେଙ୍ଗାଲୁରୁ ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଥିଲେ ମଧ୍ୟ ଗତବର୍ଷଠାରୁ ଉଭୟଙ୍କ ପ୍ରଦର୍ଶନରେ ହ୍ରାସ ଘଟିଛି।

ଆଇଆଇଏମ୍‌ ଅହମଦାବାଦ୍‌ର ର଼୍ୟାଙ୍କିଙ୍ଗ୍‌ ୨୨ରୁ ଖସି ୨୭ରେ ପହଞ୍ଚିଥିବାବେଳେ ଆଇଆଇଏମ୍‌ ବେଙ୍ଗାଲୁରୁର ର଼୍ୟାଙ୍କିଙ୍ଗ୍‌ ୩୨ରୁ ୪୦କୁ ଖସିଆସିଛି। ସେହିପରି ପେଟ୍ରୋଲିୟମ ଇଞ୍ଜିନିୟରିଂ ବିଷୟରେ ଆଇଆଇଟି ମାଡ୍ରାସ୍‌ ଏବଂ ବିକାଶ ଅଧ୍ୟୟନ ବିଷୟରେ ଜେଏନ୍‌ୟୁକୁ ଶ୍ରେଷ୍ଠ ୫୦ ୟୁନିଭର୍ସିଟି ମଧ୍ୟରେ ସ୍ଥାନ ମିଳିଛି। ତେବେ ଗତବର୍ଷଠାରୁ ଉଭୟ ଅନୁଷ୍ଠାନର ପ୍ରଦର୍ଶନରେ ହ୍ରାସ ଘଟିଛି। ପ୍ରାୟ ୫୫ଟି ବିଷୟକୁ ଭିତ୍ତିକରି କ୍ୟୁଏସ୍‌ ପକ୍ଷରୁ ଏହି ର଼୍ୟାଙ୍କିଙ୍ଗ ତାଲିକା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ ପୂର୍ବରୁ ମହଙ୍ଗା ମାଡ଼, ଏଠି ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ,୨୨।୩: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୁଦ୍ରାସ୍ଫୀତିର ସ୍ଥିତି କ’ଣ ତାହା ସମସ୍ତେ ଜାଣନ୍ତି। ପାକିସ୍ତାନରେ ମଇଦା, ଚାଉଳ, ତେଲ ଏବଂ ପନିପରିବାର ମୂଲ୍ୟ ଆକାଶଛୁଆଁ।...

ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା

ଢାକା,୨୨।୩: ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରେ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ହିଂସା...

ଭାଜପା ନେତାଙ୍କୁ ମହଙ୍ଗା ପଡିଲା ବିଧାନସଭାରେ ବିରୋଧୀଦଳ ନେତାଙ୍କୁ ଅପଶବ୍ଦ କହିବା

ଗୁଆହାଟୀ,୨୨।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ଆସାମ ୟୁନିଟ ଶନିବାର (୨୨ ମାର୍ଚ୍ଚ, ୨୦୨୫) ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବା...

ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ

ରାୟପୁର,୨୨।୩: ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ତଥା ଲେଖକ ବିନୋଦ ଶୁକ୍ଳା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାକୁ ଶନିବାର ମନୋନୀତ ହୋଇଛନ୍ତି। ୨୦୨୪...

ଶାନ୍ତିର ବାର୍ତ୍ତା ଦେଉଥିବା ଦେଶ ଏବେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବୋମା ତିଆରି ପାଇଁ କରୁଛି ଯୋଜନା

ଓ୍ବାଶିଂଟନ,୨୨।୩: ଆମେରିକାର ଛାୟାରେ ରହୁଥିବା ୟୁରୋପୀୟ ଦେଶଗୁଡ଼ିକ ବର୍ତ୍ତମାନ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଂଘର୍ଷ କରୁଛନ୍ତି। ବହୁ ବର୍ଷ ଧରି, ୟୁରୋପୀୟ ଦେଶଗୁଡ଼ିକ...

ପାକିସ୍ତାନକୁ ସିଧା ଶୁଣାଇଲା ଭାରତ, ଜାକିର ନାଏକଙ୍କ ଆତିଥ୍ୟକୁ ନେଇ ରାଗିଲା ଭାରତ

ନୂଆଦିଲ୍ଲୀ,୨୨।୩: ଭାରତର ପଳାତକ ଧର୍ମପ୍ରଚାରକ ଜାକିର ନାଏକ ପାକିସ୍ତାନ ଗସ୍ତ କରିଛନ୍ତି। ପାକିସ୍ତାନରେ ତାଙ୍କୁ ଖୁବ୍‌ ସ୍ବାଗତ କରାଯାଇଥିଲା। ଏହି ସମୟରେ ଜାକିର ନାଏକ ପାକିସ୍ତାନର...

ଝାଡ଼ଖଣ୍ଡରେ ନକ୍ସଲଙ୍କ IED ବ୍ଲାଷ୍ଟ, ଆହତ ସବ-ଇନ୍ସପେକ୍ଟର ସୁନୀଲ ମଣ୍ଡଳ ଶହୀଦ

ରାଞ୍ଚି,୨୨।୩: ଝାଡ଼ଖଣ୍ଡର ଚୈବାସାରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ ୧୯୩ ବାଟାଲିୟନର ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷା କର୍ମୀ ଆହତ...

Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ

ନାଗପୁର,୨୨।୩: ନାଗପୁର ହିଂସାରେ ଆହତ ୩୮ ବର୍ଷୀୟ ଇରଫାନ ଅନସାରୀଙ୍କ ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ନାଗପୁର ହିଂସାରେ ଇରଫାନ ଅନସାରୀ ଗୁରୁତର ଆହତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri