୯% ଖସିବ ଜିଡିପି: କ୍ରିସିଲ

ମୁମ୍ବାଇ, ୧୧।୯ : ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ(ଜିଡିପି) ୯% ହ୍ରାସ ଘଟିବ। କରୋନା ସଂକ୍ରମରଣ ବର୍ତ୍ତମାନ ବଢିଚାଲିଛି। ଏଭଳି ସ୍ଥିତିରେ ସରକାର ପ୍ରତ୍ୟକ୍ଷ ଭାବେ ବିତ୍ତୀୟ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରେଟିଂ ଏଜେନ୍ସି କ୍ରିସିଲ ଗୁରୁବାର ପରାମର୍ଶ ଦେଇଛି। ଚଳିତ ବର୍ଷ ମେ ମାସରେ କ୍ରିସିଲ ପକ୍ଷରୁ କରାଯାଇଥିବା ଅନୁମାନରେ କୁହାଯାଇଥିଲା, ଭାରତୀୟ ଅର୍ଥ ବ୍ୟବସ୍ଥା ୫% ଖସିଯିବ। ଏପ୍ରିଲ ଜୁନ ତ୍ରୈମାସରେ ଦେଶର ଜିଡିପି -୨୩.୯% ଖସିଯାଇଛି। ୯% ବିକାଶ ହାର ଖସିବା ୧୯୫୦ ଠାରୁ ସବୁଠୁ ଖରାପ ଅବସ୍ଥା ବୋଲି କ୍ରିସିଲ ଏହାର ରିପୋର୍ଟରେ କହିଛି।
ଭାରତ ସରକାର ଆତ୍ମ ନିର୍ଭର ପ୍ୟାକେଜ ଭାବେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ସମ୍ପର୍କରେ ଘୋଷଣା କରିଥିଲେ। ଏହା ଜିଡିପିର ପ୍ରାୟ ୧୦% ବୋଲି କୁହାଯାଇଥିଲେ ମଧ୍ୟ ପ୍ରକୃତ ପକ୍ଷେ ବିତ୍ତୀୟ ସହାୟତା ଭାବେ ସରକାର ୨%ରୁ କମ୍‌ ଖର୍ଚ୍ଚ କରିଛନ୍ତି। ପୂର୍ବରୁ ହୋଇଥିବା ଆକଳନ ଅନୁସାରେ ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ବେଶି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ମାତ୍ର ସରକାର ପ୍ରକୃତ ବିତ୍ତିୟ ପଦକ୍ଷେପ ଏ ଯାଏ ନେଇ ନ ଥିବା ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ସରକାର ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି।
ମଧ୍ୟବର୍ତ୍ତୀକାଳୀନ ସମୟ ଲାଗି ଭାରତର ଅର୍ଥ ବ୍ୟବସ୍ଥା ୧୩% କ୍ଷତି ସହିପାରେ। ମୋଟ ଭାଲ୍ୟୁ ଦେଖିଲେ ଏହା ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ହେବ। କୋଭିଡ ପୂର୍ବବର୍ତ୍ତୀ ସ୍ଥିତିକୁ ବଜାର ଫେରିବାକୁ ହେଲେ ଆଗାମୀ ୩ ଆର୍ଥତ୍କ ବର୍ଷରେ ବାର୍ଷିକ ୧୩ ରିୟଲ ଜିଡିପି ଅଭିବୃଦ୍ଧି ଲୋଡା ରହିଛି। କ୍ରିସିଲ ପକ୍ଷରୁ କୁହାଯାଇଛି ଯେ, ଦେଶର ଜିଡିପି ଚଳିତ ଆର୍ଥତ୍କ ବର୍ଷରେ ୨.୫% ଖସିବ। ଏହାବାଦ ୨୦୨୧-୨୨ରେ ଜିଡିପି ଉନ୍ନତ ହୋଇ ୧୦% ଛୁଇଁବା ନେଇ ଏହା ଆଶାପ୍ରକଟ କରିଛି। ଅର୍ଥ ବ୍ୟବସ୍ଥାର ପ୍ରକୃତ ସମସ୍ୟାକୁ ବୁଝି ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ବିଶେଷ ଏବଂ ବାଣିଜ୍ୟକୁ ସହାୟତା ପ୍ରଦାନ ନେଇ ଏହା ସରକାରଙ୍କୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri