୯% ଖସିବ ଜିଡିପି: କ୍ରିସିଲ

ମୁମ୍ବାଇ, ୧୧।୯ : ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ(ଜିଡିପି) ୯% ହ୍ରାସ ଘଟିବ। କରୋନା ସଂକ୍ରମରଣ ବର୍ତ୍ତମାନ ବଢିଚାଲିଛି। ଏଭଳି ସ୍ଥିତିରେ ସରକାର ପ୍ରତ୍ୟକ୍ଷ ଭାବେ ବିତ୍ତୀୟ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରେଟିଂ ଏଜେନ୍ସି କ୍ରିସିଲ ଗୁରୁବାର ପରାମର୍ଶ ଦେଇଛି। ଚଳିତ ବର୍ଷ ମେ ମାସରେ କ୍ରିସିଲ ପକ୍ଷରୁ କରାଯାଇଥିବା ଅନୁମାନରେ କୁହାଯାଇଥିଲା, ଭାରତୀୟ ଅର୍ଥ ବ୍ୟବସ୍ଥା ୫% ଖସିଯିବ। ଏପ୍ରିଲ ଜୁନ ତ୍ରୈମାସରେ ଦେଶର ଜିଡିପି -୨୩.୯% ଖସିଯାଇଛି। ୯% ବିକାଶ ହାର ଖସିବା ୧୯୫୦ ଠାରୁ ସବୁଠୁ ଖରାପ ଅବସ୍ଥା ବୋଲି କ୍ରିସିଲ ଏହାର ରିପୋର୍ଟରେ କହିଛି।
ଭାରତ ସରକାର ଆତ୍ମ ନିର୍ଭର ପ୍ୟାକେଜ ଭାବେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ସମ୍ପର୍କରେ ଘୋଷଣା କରିଥିଲେ। ଏହା ଜିଡିପିର ପ୍ରାୟ ୧୦% ବୋଲି କୁହାଯାଇଥିଲେ ମଧ୍ୟ ପ୍ରକୃତ ପକ୍ଷେ ବିତ୍ତୀୟ ସହାୟତା ଭାବେ ସରକାର ୨%ରୁ କମ୍‌ ଖର୍ଚ୍ଚ କରିଛନ୍ତି। ପୂର୍ବରୁ ହୋଇଥିବା ଆକଳନ ଅନୁସାରେ ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ବେଶି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ମାତ୍ର ସରକାର ପ୍ରକୃତ ବିତ୍ତିୟ ପଦକ୍ଷେପ ଏ ଯାଏ ନେଇ ନ ଥିବା ଏଜେନ୍ସି ଏହାର ରିପୋର୍ଟରେ ପ୍ରକାଶ କରିଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ସରକାର ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି।
ମଧ୍ୟବର୍ତ୍ତୀକାଳୀନ ସମୟ ଲାଗି ଭାରତର ଅର୍ଥ ବ୍ୟବସ୍ଥା ୧୩% କ୍ଷତି ସହିପାରେ। ମୋଟ ଭାଲ୍ୟୁ ଦେଖିଲେ ଏହା ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ହେବ। କୋଭିଡ ପୂର୍ବବର୍ତ୍ତୀ ସ୍ଥିତିକୁ ବଜାର ଫେରିବାକୁ ହେଲେ ଆଗାମୀ ୩ ଆର୍ଥତ୍କ ବର୍ଷରେ ବାର୍ଷିକ ୧୩ ରିୟଲ ଜିଡିପି ଅଭିବୃଦ୍ଧି ଲୋଡା ରହିଛି। କ୍ରିସିଲ ପକ୍ଷରୁ କୁହାଯାଇଛି ଯେ, ଦେଶର ଜିଡିପି ଚଳିତ ଆର୍ଥତ୍କ ବର୍ଷରେ ୨.୫% ଖସିବ। ଏହାବାଦ ୨୦୨୧-୨୨ରେ ଜିଡିପି ଉନ୍ନତ ହୋଇ ୧୦% ଛୁଇଁବା ନେଇ ଏହା ଆଶାପ୍ରକଟ କରିଛି। ଅର୍ଥ ବ୍ୟବସ୍ଥାର ପ୍ରକୃତ ସମସ୍ୟାକୁ ବୁଝି ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହେଉଥିବା ବ୍ୟକ୍ତି ବିଶେଷ ଏବଂ ବାଣିଜ୍ୟକୁ ସହାୟତା ପ୍ରଦାନ ନେଇ ଏହା ସରକାରଙ୍କୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri