ବଜାର ପୁଞ୍ଜୀକରଣରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ

ମୁମ୍ବାଇ, ୧୧।୯ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ବଜାର ମୂଲ୍ୟାୟନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଭାରତୀୟ ସୂଚୀଭୁକ୍ତ କମ୍ପାନୀ ଭାବେ ରିଲାଏନ୍ସ ୨୦୦ ବିଲିୟନ ଡଲାର (ପ୍ରାୟ ୧୫ ଲକ୍ଷ କୋଟି) ବଜାର ପୁଞ୍ଜୀକରଣ ସ୍ତର ଟପିବାକୁ ସକ୍ଷମ ହୋଇଛି। ଗୁରୁବାର ଦିନ ମଧ୍ୟରେ କମ୍ପାନୀର ଶେୟାର କାରବାର ୬.୨% ବଢିବା ଯୋଗୁ ଏହା ନୂଆ ରେକର୍ଡ କରିଛି। ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେଲିକମ୍‌ କ୍ଷେତ୍ରରେ ସ୍ଥିତି ଦୃଢ କରିବା ପରେ ବର୍ତ୍ତମାନ ରିଟେଲ କାରବାର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଭାରତ ଭଳି ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାରରେ ରିଟେଲ କ୍ଷେତ୍ରରେ ଏକ ପ୍ରମୁଖ ଅଂଶୀଦାର ହେବା ନେଇ କମ୍ପାନୀ ଲକ୍ଷ୍ୟ ରଖିଛି। ରିଲାଏନ୍ସ ରିଟେଲର ପ୍ରାୟ ୨୦ ବିଲିୟନ ଡଲାର ଅଂଶଧନ ଆମାଜନ ଡଟ୍‌ କମ୍‌କୁ ବିକ୍ରି ନେଇ ଆଲୋଚନା ଜାରି ରହିଥିବା ଏକ ରିପୋର୍ଟ ବ୍ଲୁମବର୍ଗରେ ପ୍ରକାଶ ପାଇଥିଲା। କମ୍ପାନୀ ଏହାର ୪୦% ଅଂଶଧନ ବିକ୍ରି କରିବା ନେଇ ଏହି ରିପୋର୍ଟ ଉଲ୍ଲେଖ କରିଛି। ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଗୁରୁବାର ଏ ନେଇ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ନିବେଶକ ମାନେ କୌଣସି ମନଗଢା ରିପୋର୍ଟ ଉପରେ ବିଶ୍ୱାସ ନ କରିବା ଉଚିତ। କମ୍ପାନୀ ପକ୍ଷରୁ ଯାହା କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ତାହା ଷ୍ଟକ ବଜାରକୁ ଫାଇଲିଂ ଦ୍ୱାରା ଅବଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩.୧% ଖସିଯିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ଏହାର ପଞ୍ଝାରୁ ଖସି ନ ପାରି...

ପାର୍ବଣ ପୂର୍ବରୁ ମୂଲ୍ୟ ବଢ଼ାଇଲା ହିରୋ

ନୂଆଦିଲ୍ଲୀ,୨୩।୯: ଚଳିତ ବର୍ଷଣ ପାର୍ବଣ ପୂର୍ବରୁ ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ବିଭିନ୍ନ ବର୍ଗର ବାଇକ ମୂଲ୍ୟ ଉପରେ ୧୦୦୦ ଟଙ୍କା...

ବ୍ୟାଙ୍କ ସହ ସୂଚନା ବିନିମୟ କରିବ ଆୟକର ବିଭାଗ

ନୂଆଦିଲ୍ଲୀ,୨।୯: ଆୟକର ବିଭାଗ ପକ୍ଷରୁ ବ୍ୟାଙ୍କଗୁଡିକ ସହ ସୂଚନା ବିନିୟମ ହୋଇ ପାରିବ। ଟିଡିଏସ୍‌ କ୍ଷେତ୍ରରେ ରହୁଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ଲାଗି ଏଭଳି...

ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ...

ରୁପେ ଡେବିଟ କାର୍ଡରେ ଶପିଂ ହେବ ଶସ୍ତା

ନୂଆଦିଲ୍ଲୀ,୧୫-୯: ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରବାକୁ ଯାଇ ରୁପେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ଉପରେ ମର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ...

ଆଉ ୪୭ ଚାଇନା ଆପ୍‌ ବ୍ୟାନ୍‌: ପବ୍‌ଜୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ୫୯...

କୋର୍‌ ସେକ୍ଟର ୩୮.୧% ଖସିଲା

ନୂଆଦିଲ୍ଲୀ,୩୦।୫: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଏପ୍ରିଲରେ ୩୮.୧% ଖସିଛି। ଏହି କ୍ଷେତ୍ରଗୁଡିକ ଭିତ୍ତିଭୂମି ଶିଳ୍ପ ସହ ଜଡିତ। ଗତ ବର୍ଷ ସମାନ ସମୟରେ...

୮୩୧ କୋଟିର ଜିଏସ୍‌ଟି ଠକେଇ

ନୂଆଦିଲ୍ଲୀ,୪।୧: ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୮୩୧ କୋଟି ଟଙ୍କା ଟିକସ ଠକେଇର ପର୍ଦ୍ଦାଫାଶ କରିଛନ୍ତିି। ଗୁଟ୍‌ଖା, ପାନମସଲା ଏବଂ ତମାଖୁ ପ୍ରଡକ୍ଟର ମାନୁଫାକଚର ଏବଂ ଯୋଗାଣ କରୁଥିବା...

Advertisement
Archives

Model This Week