Advertisement

ପାର୍ବଣରେ ବନ୍ଧା ହେଲେଣି ୮୮୨ ଜୁଆଡି

ଛତ୍ରପୁର,୧୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂଜା ପାର୍ବଣ ଋତୁ ଆସିଲେ ଜୁଆଖେଳ ଆସର ଜମିଥାଏ। ଦଶହରା ପୂର୍ବରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଓ କାଜୀପୂଜା ପର୍ଯ୍ୟନ୍ତ ଏହି ଖେଳ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥାଏ । ଉଭୟ ପୁରୁଷ, ମହିଳା, ଯୁବକ ଜୁଆ ଖେଳିଥାନ୍ତି। ପୂର୍ବରୁ ଏହା ପରିବାର ମଧ୍ୟରେ ଘରେ ହେଉଥିଲା। ସମୟକ୍ରମେ ବିଭିନ୍ନ କ୍ଲବ, ପୂଜାମଣ୍ଡପ ପଛପଟ, ଗାଁ ବିଲ ଆଦିରେ ବ୍ୟାପକ ଭାବେ ଏହି ଖେଳ ହେବାରେ ଲାଗିଛି।

ପୂଜା ପରିପ୍ରେକ୍ଷୀରେ ଜିଲାରେ ଜୁଆଖେଳ ଉପରେ ଅଙ୍କୁଶ ଲଗାଇବା ଲାଗି ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଚଳିତ ୧ ତାରିଖରୁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ସହରରେ ଚାଲିଛି। ବିଭିନ୍ନ ସ୍ଥାନରେ ହେଉଥିବା ଜୁଆଖେଳ ଉପରେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଳିତ ମାସ ୧ରୁ ୯ ତାରିଖ ମଧ୍ୟରେ ଜୁଆଖେଳରେ ସମ୍ପୃକ୍ତ ୮୮୨ ଜୁଆଡିଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ୯ ଦିନ ମଧ୍ୟରେ ୧୬୨ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ସେଥିରୁ ୨୭ ଲକ୍ଷ ୨୯ ହଜାର ୨୪୦ ଟଙ୍କା ଜବତ ମଧ୍ୟ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଡାକ୍ତରଙ୍କ ଚିକିତ୍ସାରେ ୨ ମୃତ୍ୟୁ ଅଭିଯୋଗ

ମହାକାଳପଡ଼ା,୪।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ...

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ସରୀସୃପଙ୍କ ବାସସ୍ଥଳୀ

କୁଜଙ୍ଗ,୨୦ା୯(ଡି.ଏନ୍‌.ଏ.):କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ କାର୍ଯ୍ୟାଳୟ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଏଠାରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଛି। ୨୦୧୯ରେ ଏଠାରେ ଲକ୍ଷାଧିକ...

ରାଜା ବେଶରେ ସଜ୍ଜିତ ୩ ଠାକୁର

ଆରଡି, ୭।୫, (ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ଜଗନ୍ନାଥ ମନ୍ଦିରରେ ଗୁରୁବାର ଚନ୍ଦନ ପୂର୍ଣ୍ଣିମାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏଠାରେ...

ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି

ନାକଟିଦେଉଳ,୨୧ା୧୦(ଡି.ଏନ.ଏ.): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ବିଟର ମହୁକୁଦ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି ହୋଇଛି। ହାତୀପଲ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର...

ମାଲକାନଗିରିରେ ପହଞ୍ଚି ବିଏ୍‌କେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୨୦।୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲାକାନଗିରି ଷ୍ଟାଡିୟମରେ ପହଞ୍ଚି ଥିଲେ। ପରେ ସେଠାରୁ ସଂସ୍କୃତି...

ନିମ୍ନମାନର ରାସ୍ତା କାମକୁ ନେଇ ଉତ୍ତେଜନା: କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୩।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଦୁର୍ଗମ ପଞ୍ଚାୟତ ଦନେକବାଡ଼ିର ପାଡ଼ନକେତା ଗ୍ରାମଦେଇ ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ତାହା ଅତି ନିମ୍ନ ମାନର...

ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ...

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ...

Advertisement
Archives

Model This Week