Posted inଜାତୀୟ

୮୮ ବର୍ଷ ପରେ କୋସି ନଦୀ ଉପରେ ଟ୍ରେନ୍‌ ଚଳାଚଳ ଆରମ୍ଭ …

ପାଟନା, ୭।୫ : ବିହାରର ଉତ୍ତର-ପୂର୍ବ ଭାଗକୁ ମିଥିଲାଞ୍ଚଳରେ କୋସି ନଦୀ ସବୁଠାରୁ ବିନାଶକାରୀ ନଦୀ ଭାବରେ ଜଣାଶୁଣା । କୋସିକୁ ବିହାରର ଦୁଃଖ ବୋଲି ମଧ୍ୟ କୁହାଯାଏ। ଏବେ କୋସି ନଦୀ ଉପରେ ପୁଣି ୮୮ ବର୍ଷ ପରେ ଟ୍ରେନ୍‌ ଚଳାଚଳ କରିଛି। ୧୯୩୪ ପର୍ଯ୍ୟନ୍ତ କୋସି ନଦୀ ଉପରେ ଥିବା ପୋଲି ଉପରେ ଟ୍ରେନ୍‌ ଚଳାଚଳ କରୁଥିଲା। ୧୯୩୪ରେ ହୋଇଥିବା ଭୂକମ୍ପରେ ପୋଲଟି ନଷ୍ଟ ହୋଇଯାଇଥିଲା।

ଏହି ପୋଲ ମଧୁବାଣୀ-ସୁପାଲ-ଦରଭଙ୍ଗା ପରି ସହରଗୁଡ଼ିକ ମଧ୍ୟରେ ଯୋଗାଯୋଗ କରୁଥିଲା। ଏବେ ୮୮ ବର୍ଷ ପରେ ୨୦୨୨ ମେ’ ୭ରେ କୋସି ନଦୀ ଉପରେ ନିର୍ମିତ ହୋଇଥିବା ପୋଲରେ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ମଧୁବାନୀ-ସୁପାଲ ମଧ୍ୟରେ ଦୂରତା ୧୦୦ କିଲୋମିଟର ହ୍ରାସ ପାଇବ।

ଏହା ମାଧ୍ୟମରେ ମଧୁବାଣୀ ଜିଲାର ଜାନଜପୁର ରେଳ ଷ୍ଟେଶନରୁ ନିରମାଲି ରେଳ ଷ୍ଟେଶନ ଏବଂ ନିରମାଲିରୁ ଆସାନପୁର କୁପାହା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବ। ସେପ୍ଟେମ୍ବର ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋସି ରେଳ ବ୍ରିଜର ଲୋକାର୍ପଣ କରିଥିଲେ। ଏହାପୂର୍ବରୁ ବହୁ ସରକାର ଦେଶକୁ ଆସିଥିଲେ ମଧ୍ୟ କେବଳ ମୋଦି ସରକାର ଏହି ପ୍ରକଳ୍ପ ଶେଷ କରିବାରେ ସଫଳ ହୋଇଥିଲେ।

ଏବେ ଏହା ମଧ୍ୟ ଦେଇ ଦରଭଙ୍ଗା ଜିଲାର ଲାହେରିଆସାରାଇ ଷ୍ଟେଶନରୁ ଜାନଜପୁର ଦେଇ ସାହାରା ପର୍ଯ୍ୟନ୍ତ ରେଳ ସେବା ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର ହେବ। ଦୈନିକ ୩ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ଲାହରିୟାସରାଇରୁ ସାହାରାକୁ ଦରଭଙ୍ଗା, ସାକ୍ରି, ଜାନଜପୁର,ତୈମୁରିଆ, ନିରମାଲି, ସରିଗର ଏବଂ ସୁପାଲ ଦେଇ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?