ଜିଲାରେ ୮୭୩ ହେକ୍ଟର ସୂର୍ଯ୍ୟମୁଖୀ ଚାଷ

ବ୍ରହ୍ମପୁର ଅଫିସ,୪।୪: ତୈଳବୀଜ ଉତ୍ପାଦନରେ ସୂର୍ଯ୍ୟମୁଖୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ପ୍ରଚୁର ପରିମାଣରେ ଜୀବନଶକ୍ତି ବା ଖାଦ୍ୟପ୍ରାଣ ରହିଛି। ଏଥିରେ ମୁଖ୍ୟତଃ ୨୦.୮% ପୁଷ୍ଟିସାର ଓ ୫୦% ସ୍ନେହସାର ଥିବାରୁ ଖାଇବା ତେଲ ଉତ୍ପାଦନରେ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଏହାର ପ୍ରମୁଖ ଭୂମିକା ରହିଛି। ବିଶେଷକରି ସୂର୍ଯ୍ୟମୁଖୀ ତେଲ ଖାଉଥିବା ଲୋକଙ୍କର କୋଲେଷ୍ଟରଲ, ହୃଦ୍‌ରୋଗ ଓ ରକ୍ତନଳୀ ରୋଗଜନିତ ଆଶଙ୍କା କମ୍‌ ରହିଥାଏ। ସୂର୍ଯ୍ୟମୁଖୀର ପିଡିଆରେ ପୁ୍‌ଷ୍ଟିସାର ମାତ୍ରାଧିକ ଥିବାରୁ ତାହାକୁ ଉତ୍ତମ ଖାଦ୍ୟ ଓ କୁକୁଡା ଖାଦ୍ୟ ଭାବେ ବ୍ୟବହାର କରାଯାଏ। ବର୍ତ୍ତମାନ ସୂର୍ଯ୍ୟମୁଖୀ ଫୁଲଚାଷ ଲୋକପ୍ରିୟ ହେବା ସାଙ୍ଗକୁ ଗଞ୍ଜାମ ଜିଲାରେ ମଧ୍ୟ ଏହି ଚାଷ ପ୍ରତି ଚାଷୀ ଅଧିକ ଆତ୍କୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ଚଳିତବର୍ଷ ୬୬୭ ହେକ୍ଟର ସୂର୍ଯ୍ୟମୁଖୀ ଫୁଲଚାଷ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଲକ୍ଷ୍ୟଠାରୁ ଅଧିକ ଅର୍ଥାତ୍‌ ୮୭୩ ହେକ୍ଟର ଚାଷ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିମଧ୍ୟରୁ ଆସ୍କା ୫୫ ହେକ୍ଟର, ଶେରଗଡ ୩୫ ହେକ୍ଟର, ଧରାକୋଟ ୩୦ ହେକ୍ଟର, ସୋରଡ଼ା ୩୬ ହେକ୍ଟର, ପାତ୍ରପୁର ୮୭ ହେକ୍ଟର, ଚିକିଟି ୬୨ ହେକ୍ଟର, ଭଞ୍ଜନଗର ୨୫ ହେକ୍ଟର, ବେଲଗୁଣ୍ଠା ୧୦, ରଙ୍ଗେଇଲୁଣ୍ଡା ୬୫, ବୁଗୁଡ଼ା ୨୬, ଜଗନ୍ନାଥପ୍ରସାଦ ୭୩, ଛତ୍ରପୁର ୮୮, ପୁରୁଷୋତ୍ତମପୁର ୩୦, ଗଞ୍ଜାମ ୨୭, ହିଞ୍ଜିଳି ୮୬, ସାନଖେମୁଣ୍ଡି ୩, କୁକୁଡ଼ାଖଣ୍ଡି ୧୫, ଖଲ୍ଲିକୋଟ ୧୮, ବେଗୁନିଆପଡ଼ା ୧୨, କବିସୂର୍ଯ୍ୟନଗର ୫୦ ହେକ୍ଟର, ପୋଲସରାରେ ୪୦ ହେକ୍ଟର ସୂର୍ଯ୍ୟମୁଖୀ ଫୁଲଚାଷ ହୋଇଥିବା ସୂଚନା ମିଳିଛି।
ସୂର୍ଯ୍ୟମୁଖୀ ଫୁଲ ପାଇଁ ୮ରୁ ୪୩ ଡିଗ୍ରୀ ସେଲସିୟସ୍‌ ଉତ୍ତାପ ଅନୁଭୂତ ହେଉଥିବା ଅଞ୍ଚଳରେ ଚାଷ କରାଯାଏ। ଗଞ୍ଜାମ ଜିଲାର ତାପମାତ୍ରା ସୂର୍ଯ୍ୟମୁଖୀ ଫୁଲଚାଷ ଉପଯୋଗୀ ଜଳବାୟୁ। ଏହା ସାଧାରଣତଃ ଶୀଘ୍ର ଜଳ ନିଷ୍କାସନ ହୋଇପାରୁଥିବା ନିଗିଡ଼ା, ଦୋରସା ଓ ପଟୁ ଦୋରସା ମାଟିରେ ଭଲ ହୋଇଥାଏ। ଏହାର ହାଲୁକା ଲୁଣା ସହଣୀ ଶକ୍ତି ମଧ୍ୟ ରହିଛି। ଏହି ଚାଷ ଖରିଫ ଋତୁରେ ଅର୍ଥାତ୍‌ ଜୁଲାଇ ୧୫ ମଧ୍ୟରେ, ରବି ଋତୁରେ ନଭେମ୍ବର ୧୫ ସୁଦ୍ଧା ଓ ଖରାଟିଆ ଚାଷ ପାଇଁ ଜାନୁୟାରୀରୁ ଫେବୃୟାରୀ ମଧ୍ୟରେ ବିହନ ବୁଣାଯାଇଥାଏ। ବର୍ତ୍ତମାନ ଜିଲାର ବିଭିନ୍ନ ବ୍ଲକରେ ସୂର୍ଯ୍ୟମୁଖୀ ଫୁଲ ବିହନ ବୁଣା କାର୍ଯ୍ୟ ସରିଥିବା ସୂଚନା ମିଳିଛି। ଅନ୍ୟପଟେ ଜିଲାରେ ଉତ୍ପାଦନ ହେଉଥିବା ସୂର୍ଯ୍ୟମୁଖୀ ଫୁଲ ବହୁଳ ଭାବରେ ଆନ୍ଧ୍ରକୁ ରପ୍ତାନି ହୋଇଥାଏ। ବର୍ତ୍ତମାନ ୨ରୁ ୩ କିସମର ସୂର୍ଯ୍ୟମୁଖୀ ଫୁଲଚାଷ ହେଉଛି। ଏପରିକି ବହୁ ଚାଷୀ ବର୍ତ୍ତମାନ ସୂର୍ଯ୍ୟମୁଖୀ ଫୁଲ ଉତ୍ପାଦନ କରିବା ସାଙ୍ଗକୁ ନିଜେ ଫୁଲରୁ ତେଲ ସଂଗ୍ରହ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri