Posted inଖେଳ

ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା

କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା ୧୫ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ତଥାପି ପ୍ରାଥମିକ ଭୋଟର ତାଲିକାକୁ ନେଇ ସମୀକରଣ କରୁଛନ୍ତି ଆଶାୟୀ ପ୍ରାର୍ଥୀ। କେଉଁ ପ୍ରତିନିଧି କାହାକୁ ଭୋଟ ଦେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କିନ୍ତୁ ଭୋଟର ତାଲିକାରେ ତ୍ରୁଟି ଥିବା ବିଷୟ ଏସ୍‌ବିଆଇ, ଓଡ଼ିଶା ସରକାରୀ ମୁଦ୍ରଣାଳୟ(ଓଜିପି) ଓ ଗଞ୍ଜାମ ଜିଲା ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନଙ୍କ ଅଭିଯୋଗକୁ ଗ୍ରହଣ ମଧ୍ୟ କରିଛି ଓସିଏ। ସୂଚନାଥାଉକି ଗୁରୁବାର ଅନୁବନ୍ଧିତ ୟୁନିଟ ଗୁଡ଼ିକ ପ୍ରତିନିଧିଙ୍କ ନାମ ପଠାଇବା ପରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ପ୍ରାଥମିକ ପର୍ଯ୍ୟାୟରେ ଏକ ଭୋଟର ତାଲିକା ଘୋଷଣା କରିଛନ୍ତି। ଶୁକ୍ରବାର ଓ ଶନିବାର ଯାଞ୍ଚ ସହ ଅଭିଯୋଗ ଗ୍ରହଣ କରାଯିବାପରେ ରବିବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ବୌଦ୍ଧ ଜିଲାରୁ ପଙ୍କଜ ଲୋଚନ ମହାନ୍ତି, କଟକ ଜିଲାରୁ ସଞ୍ଜୟ ବେହେରା, ସୋନପୁର ଜିଲାରୁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ, ନୟାଗଡ଼ ଜିଲାରୁ ସଂଗ୍ରାମ କେଶରୀ ଗୁମାନସିଂ, କଳାହାଣ୍ଡି ଜିଲାରୁ ଜଗମୋହନ ପଟ୍ଟନାୟକ, ଗଜପତି ଜିଲାରୁ ଦେବାଶିଷ ପାଢୀ, ଢେଙ୍କାନାଳ ଜିଲାରୁ ନଳିନୀ କୁମାର ଦାସ, ମାଲକାନଗିରି ଜିଲାରୁ ସତବୀର ସିଂ ରିଆର, ନବରଙ୍ଗପୁର ଜିଲାରୁ ପ୍ରହଲ୍ଲାଦ ତ୍ରିପାଠୀ, ଖୋର୍ଦ୍ଧା ଜିଲାରୁ ବିକାଶ ପ୍ରଧାନ, କୋରାପୁଟ ଜିଲାରୁ ଅନୁପ କୁମାର ପାତ୍ର, ବାଲେଶ୍ୱର ଜିଲାର ଅଧୀପ ଦାସ, ଦେବଗଡ଼ ଜିଲାରୁ ସୁଜିତ କୁମାର ପ୍ରଧାନ, ବଲାଙ୍ଗୀର ଜିଲାରୁ ହରିନାରାୟଣ ପୂଜାରୀ, ଗଞ୍ଜାମ ଜିଲାରୁ ଅଶୋକ କୁମାର ସାହୁ, କନ୍ଧମାଳ ଜିଲାରୁ ଶିବପ୍ରସାଦ ତ୍ରିପାଠୀ, ମୟୂରଭଞ୍ଜ ଜିଲାରୁ କିଶୋର କୁମାର ବିଶ୍ୱାଳ, ରାୟଗଡ଼ା ଜିଲାରୁ ଡ. ନିରଞ୍ଜନ ପ୍ରସାଦ ବକ୍ସିପାତ୍ର, କେନ୍ଦୁଝର ଜିଲାରୁ ଜନାର୍ଦ୍ଦନ ଦାସ, ସୁନ୍ଦରଗଡ଼ ଜିଲାରୁ ପ୍ରଭାତ କୁମାର ଭୋଳ, ସମ୍ବଲପୁର ଜିଲାରୁ ଦୁଲାଲ ଚନ୍ଦ୍ର ପ୍ରଧାନ, ନୂଆପଡ଼ା ଜିଲାରୁ ସରୋଜ କୁମାର ସାହୁ, ପୁରୀ ଜିଲାରୁ ରବି ଶଙ୍କର ପ୍ରତିହାରୀ, ଝାରସୁଗୁଡ଼ା ଜିଲାରୁ ମେହତାବ ଖାଁ, ଭଦ୍ରକ ଜିଲାରୁ ଧୀରେନ ପଲେଇ, କେନ୍ଦ୍ରାପଡ଼ା ଜିଲାରୁ ସୁଭାଶିଷ ସେନାପତି, ବରଗଡ଼ ଜିଲାରୁ ରବିନାରାୟଣ ପଣ୍ଡା, ଅନୁଗୋଳ ଜିଲାରୁ ଅକ୍ଷୟ କୁମାର ସାମନ୍ତ, ଜଗତ୍‌ସିଂହପୁର ଜିଲାରୁ ଅନିଲ କୁମାର ବିଶ୍ୱାଳ, ଯାଜପୁର ଜିଲାରୁ ଜ୍ଞାନଚନ୍ଦ୍ର ଦାସ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନରୁ ଡ. ଏସ୍‌.ଆର୍‌. ପରିଜା ପ୍ରତିନିଧି ଭାବେ ଭୋଟର ତାଲିକାରେ ଅଛନ୍ତି। ସେହିପରି ଏସ୍‌ବିଆଇ ସ୍ପୋଟର୍‌ସ କ୍ଲବରୁ ଉପେନ୍ଦ୍ର କୁମାର ଦାସ, ଓଜିପିରୁ ବୀରେନ୍ଦ୍ର କୁମାର ବେହେରା, ସହୀଦ ସ୍ପୋର୍ଟିଂ କ୍ଲବରୁ ସନ୍ତୋଷ କୁମାର ଦାସ, ଜୟଦୁର୍ଗା କ୍ଲବରୁ ଅସିତ ପଟ୍ଟନାୟକ, ଏଲ୍‌ଆଇସି ସ୍ପୋଟର୍‌ସ କ୍ଲବରୁ ଅଶୋକ କୁମାର ଦାସ, ମଙ୍ଗଳା କ୍ଲବରୁ ନବରଞ୍ଜନ ପଟ୍ଟନାୟକ, ବାରବାଟୀ କଲଚରାଲ ୟୁନିୟନରୁ ପ୍ରତାପ ଶତପଥୀ, ବିଶ୍ୱଭାରତୀ କ୍ଲବରୁ ସୁଶାନ୍ତ କୁମାର ମହାନ୍ତି, କିଶୋର କ୍ଲବରୁ ନୃସିଂହ ଚରଣ ଚୌଧୁରୀ, ସନରାଇଜ କ୍ଲବରୁ ତଡିତ କୁମାର ରାଉତ, ଜଗତପୁର ଆଥ୍‌ଲେଟିକ ଆସୋସିଏଶନରୁ ଗଣେଶ ପ୍ରସାଦ ସିଂ, ରୟାଲ କ୍ଲବରୁ ବଙ୍କିମ ଚନ୍ଦ୍ର ଦାସ, ଟାଉନ କ୍ଲବରୁ କ୍ଷୀତିଶ ଚନ୍ଦ୍ର ସାମନ୍ତରାୟ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବରୁ ଆଶୀର୍ବାଦ ବେହେରା, ରାଇଜିଂ ଷ୍ଟାର୍‌ରୁ ବିଜୟ କୁମାର ଦାସ, ଜୁଭେନାଇଲରୁ ନିର୍ବାଣ ରାୟ, ସନସାଇନ କ୍ଲବରୁ ସଞ୍ଜୀବ ଦତ୍ତ, ରୋଭର୍ସ ଆଥ୍‌ଲେଟିକ କ୍ଲବରୁ ଶ୍ରଦ୍ଧାନନ୍ଦ ଦାସ, ଏସିସିରୁ ସୌଭାଗ୍ୟ କୁମାର ମହାପାତ୍ର ଓ ୟୁନିୟନ ସ୍ପୋର୍ଟିଂ କ୍ଲବରୁ ପ୍ରଦୀପ ଚୌହ୍ବାନ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ୧୧ଟି ସ୍କୁଲ ଓ ୩ କଲେଜର ପ୍ରତିନିଧି ଭାବେ ଆସିଥିବା ନାମକୁ ମଧ୍ୟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଅଞ୍ଜନ କୁମାର ଖୁଣ୍ଟିଆ, କିଟ୍‌ ବିଶ୍ୱବିଦ୍ୟାଳୟରୁ ଡ. ଗଗନେନ୍ଦୁ ଦାସଙ୍କ ନାମ ରହିଥିବା ବେଳେ ପୂର୍ବତଟ ରେଲୱେରୁ ବିଜୟ କୁମାର ମିଶ୍ର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରୁ ଆର୍‌.ଏନ୍‌. ପାଢୀ, ପାରାଦୀପ ପୋର୍ଟରୁ ରବୀନ୍ଦ୍ର କୁମାର ଦାସ ରହିଛନ୍ତି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ ଓ ସଞ୍ଜୟ ରାଉଳଙ୍କ ନାମ ମଧ୍ୟ ଭୋଟର ତାଲିକାରେ ରହିଛି ।
ଆସିଲେ ଆଶୀର୍ବାଦ
ଓସିଏର ପଦବୀରେ ବସିବା ନିମନ୍ତେ ଲୋଧା କମିଟିର ମାନଦଣ୍ଡ ପୂରଣ କରିବା ପାଇଁ ବରିଷ୍ଠ କ୍ରୀଡ଼ା ସଙ୍ଗଠକ ତଥା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅସମର୍ଥ। ହେଲେ ସଦସ୍ୟ ଭାବେ ରହିବା ନିମନ୍ତେ ତାଙ୍କୁ ବାରଣ କରାଯାଇପାରିବ ନାହିଁ। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ଆଶୀର୍ବାଦ ପ୍ରତିନିଧି ଭାବେ ଭୋଟର ତାଲିକାରେ ରହିଛନ୍ତି । ଯାହା ଫଳରେ ପ୍ରତ୍ୟକ୍ଷ ହେଉ କି ପରୋକ୍ଷ, ଆଶୀର୍ବାଦଙ୍କ ଉପସ୍ଥିତି ଏବେ ନିର୍ବାଚନ ସମୀକରଣରେ ପ୍ରଭାବ ପକାଇବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri