Posted inଖେଳ

ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା

କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା ୧୫ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ତଥାପି ପ୍ରାଥମିକ ଭୋଟର ତାଲିକାକୁ ନେଇ ସମୀକରଣ କରୁଛନ୍ତି ଆଶାୟୀ ପ୍ରାର୍ଥୀ। କେଉଁ ପ୍ରତିନିଧି କାହାକୁ ଭୋଟ ଦେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କିନ୍ତୁ ଭୋଟର ତାଲିକାରେ ତ୍ରୁଟି ଥିବା ବିଷୟ ଏସ୍‌ବିଆଇ, ଓଡ଼ିଶା ସରକାରୀ ମୁଦ୍ରଣାଳୟ(ଓଜିପି) ଓ ଗଞ୍ଜାମ ଜିଲା ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନଙ୍କ ଅଭିଯୋଗକୁ ଗ୍ରହଣ ମଧ୍ୟ କରିଛି ଓସିଏ। ସୂଚନାଥାଉକି ଗୁରୁବାର ଅନୁବନ୍ଧିତ ୟୁନିଟ ଗୁଡ଼ିକ ପ୍ରତିନିଧିଙ୍କ ନାମ ପଠାଇବା ପରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ପ୍ରାଥମିକ ପର୍ଯ୍ୟାୟରେ ଏକ ଭୋଟର ତାଲିକା ଘୋଷଣା କରିଛନ୍ତି। ଶୁକ୍ରବାର ଓ ଶନିବାର ଯାଞ୍ଚ ସହ ଅଭିଯୋଗ ଗ୍ରହଣ କରାଯିବାପରେ ରବିବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ବୌଦ୍ଧ ଜିଲାରୁ ପଙ୍କଜ ଲୋଚନ ମହାନ୍ତି, କଟକ ଜିଲାରୁ ସଞ୍ଜୟ ବେହେରା, ସୋନପୁର ଜିଲାରୁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ, ନୟାଗଡ଼ ଜିଲାରୁ ସଂଗ୍ରାମ କେଶରୀ ଗୁମାନସିଂ, କଳାହାଣ୍ଡି ଜିଲାରୁ ଜଗମୋହନ ପଟ୍ଟନାୟକ, ଗଜପତି ଜିଲାରୁ ଦେବାଶିଷ ପାଢୀ, ଢେଙ୍କାନାଳ ଜିଲାରୁ ନଳିନୀ କୁମାର ଦାସ, ମାଲକାନଗିରି ଜିଲାରୁ ସତବୀର ସିଂ ରିଆର, ନବରଙ୍ଗପୁର ଜିଲାରୁ ପ୍ରହଲ୍ଲାଦ ତ୍ରିପାଠୀ, ଖୋର୍ଦ୍ଧା ଜିଲାରୁ ବିକାଶ ପ୍ରଧାନ, କୋରାପୁଟ ଜିଲାରୁ ଅନୁପ କୁମାର ପାତ୍ର, ବାଲେଶ୍ୱର ଜିଲାର ଅଧୀପ ଦାସ, ଦେବଗଡ଼ ଜିଲାରୁ ସୁଜିତ କୁମାର ପ୍ରଧାନ, ବଲାଙ୍ଗୀର ଜିଲାରୁ ହରିନାରାୟଣ ପୂଜାରୀ, ଗଞ୍ଜାମ ଜିଲାରୁ ଅଶୋକ କୁମାର ସାହୁ, କନ୍ଧମାଳ ଜିଲାରୁ ଶିବପ୍ରସାଦ ତ୍ରିପାଠୀ, ମୟୂରଭଞ୍ଜ ଜିଲାରୁ କିଶୋର କୁମାର ବିଶ୍ୱାଳ, ରାୟଗଡ଼ା ଜିଲାରୁ ଡ. ନିରଞ୍ଜନ ପ୍ରସାଦ ବକ୍ସିପାତ୍ର, କେନ୍ଦୁଝର ଜିଲାରୁ ଜନାର୍ଦ୍ଦନ ଦାସ, ସୁନ୍ଦରଗଡ଼ ଜିଲାରୁ ପ୍ରଭାତ କୁମାର ଭୋଳ, ସମ୍ବଲପୁର ଜିଲାରୁ ଦୁଲାଲ ଚନ୍ଦ୍ର ପ୍ରଧାନ, ନୂଆପଡ଼ା ଜିଲାରୁ ସରୋଜ କୁମାର ସାହୁ, ପୁରୀ ଜିଲାରୁ ରବି ଶଙ୍କର ପ୍ରତିହାରୀ, ଝାରସୁଗୁଡ଼ା ଜିଲାରୁ ମେହତାବ ଖାଁ, ଭଦ୍ରକ ଜିଲାରୁ ଧୀରେନ ପଲେଇ, କେନ୍ଦ୍ରାପଡ଼ା ଜିଲାରୁ ସୁଭାଶିଷ ସେନାପତି, ବରଗଡ଼ ଜିଲାରୁ ରବିନାରାୟଣ ପଣ୍ଡା, ଅନୁଗୋଳ ଜିଲାରୁ ଅକ୍ଷୟ କୁମାର ସାମନ୍ତ, ଜଗତ୍‌ସିଂହପୁର ଜିଲାରୁ ଅନିଲ କୁମାର ବିଶ୍ୱାଳ, ଯାଜପୁର ଜିଲାରୁ ଜ୍ଞାନଚନ୍ଦ୍ର ଦାସ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନରୁ ଡ. ଏସ୍‌.ଆର୍‌. ପରିଜା ପ୍ରତିନିଧି ଭାବେ ଭୋଟର ତାଲିକାରେ ଅଛନ୍ତି। ସେହିପରି ଏସ୍‌ବିଆଇ ସ୍ପୋଟର୍‌ସ କ୍ଲବରୁ ଉପେନ୍ଦ୍ର କୁମାର ଦାସ, ଓଜିପିରୁ ବୀରେନ୍ଦ୍ର କୁମାର ବେହେରା, ସହୀଦ ସ୍ପୋର୍ଟିଂ କ୍ଲବରୁ ସନ୍ତୋଷ କୁମାର ଦାସ, ଜୟଦୁର୍ଗା କ୍ଲବରୁ ଅସିତ ପଟ୍ଟନାୟକ, ଏଲ୍‌ଆଇସି ସ୍ପୋଟର୍‌ସ କ୍ଲବରୁ ଅଶୋକ କୁମାର ଦାସ, ମଙ୍ଗଳା କ୍ଲବରୁ ନବରଞ୍ଜନ ପଟ୍ଟନାୟକ, ବାରବାଟୀ କଲଚରାଲ ୟୁନିୟନରୁ ପ୍ରତାପ ଶତପଥୀ, ବିଶ୍ୱଭାରତୀ କ୍ଲବରୁ ସୁଶାନ୍ତ କୁମାର ମହାନ୍ତି, କିଶୋର କ୍ଲବରୁ ନୃସିଂହ ଚରଣ ଚୌଧୁରୀ, ସନରାଇଜ କ୍ଲବରୁ ତଡିତ କୁମାର ରାଉତ, ଜଗତପୁର ଆଥ୍‌ଲେଟିକ ଆସୋସିଏଶନରୁ ଗଣେଶ ପ୍ରସାଦ ସିଂ, ରୟାଲ କ୍ଲବରୁ ବଙ୍କିମ ଚନ୍ଦ୍ର ଦାସ, ଟାଉନ କ୍ଲବରୁ କ୍ଷୀତିଶ ଚନ୍ଦ୍ର ସାମନ୍ତରାୟ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବରୁ ଆଶୀର୍ବାଦ ବେହେରା, ରାଇଜିଂ ଷ୍ଟାର୍‌ରୁ ବିଜୟ କୁମାର ଦାସ, ଜୁଭେନାଇଲରୁ ନିର୍ବାଣ ରାୟ, ସନସାଇନ କ୍ଲବରୁ ସଞ୍ଜୀବ ଦତ୍ତ, ରୋଭର୍ସ ଆଥ୍‌ଲେଟିକ କ୍ଲବରୁ ଶ୍ରଦ୍ଧାନନ୍ଦ ଦାସ, ଏସିସିରୁ ସୌଭାଗ୍ୟ କୁମାର ମହାପାତ୍ର ଓ ୟୁନିୟନ ସ୍ପୋର୍ଟିଂ କ୍ଲବରୁ ପ୍ରଦୀପ ଚୌହ୍ବାନ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ୧୧ଟି ସ୍କୁଲ ଓ ୩ କଲେଜର ପ୍ରତିନିଧି ଭାବେ ଆସିଥିବା ନାମକୁ ମଧ୍ୟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଅଞ୍ଜନ କୁମାର ଖୁଣ୍ଟିଆ, କିଟ୍‌ ବିଶ୍ୱବିଦ୍ୟାଳୟରୁ ଡ. ଗଗନେନ୍ଦୁ ଦାସଙ୍କ ନାମ ରହିଥିବା ବେଳେ ପୂର୍ବତଟ ରେଲୱେରୁ ବିଜୟ କୁମାର ମିଶ୍ର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରୁ ଆର୍‌.ଏନ୍‌. ପାଢୀ, ପାରାଦୀପ ପୋର୍ଟରୁ ରବୀନ୍ଦ୍ର କୁମାର ଦାସ ରହିଛନ୍ତି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାସ ଓ ସଞ୍ଜୟ ରାଉଳଙ୍କ ନାମ ମଧ୍ୟ ଭୋଟର ତାଲିକାରେ ରହିଛି ।
ଆସିଲେ ଆଶୀର୍ବାଦ
ଓସିଏର ପଦବୀରେ ବସିବା ନିମନ୍ତେ ଲୋଧା କମିଟିର ମାନଦଣ୍ଡ ପୂରଣ କରିବା ପାଇଁ ବରିଷ୍ଠ କ୍ରୀଡ଼ା ସଙ୍ଗଠକ ତଥା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅସମର୍ଥ। ହେଲେ ସଦସ୍ୟ ଭାବେ ରହିବା ନିମନ୍ତେ ତାଙ୍କୁ ବାରଣ କରାଯାଇପାରିବ ନାହିଁ। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ଆଶୀର୍ବାଦ ପ୍ରତିନିଧି ଭାବେ ଭୋଟର ତାଲିକାରେ ରହିଛନ୍ତି । ଯାହା ଫଳରେ ପ୍ରତ୍ୟକ୍ଷ ହେଉ କି ପରୋକ୍ଷ, ଆଶୀର୍ବାଦଙ୍କ ଉପସ୍ଥିତି ଏବେ ନିର୍ବାଚନ ସମୀକରଣରେ ପ୍ରଭାବ ପକାଇବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri