ପ୍ରଥମ ଦିନରେ ଧରାହେଲେ ୮୪ ନାବାଳକ

କଟକ ଅଫିସ୍‌,୨୯ା୩: ରାଜ୍ୟରେ ଦୁର୍ଘଟଣା ରୋକିବାକୁ ମଙ୍ଗଳବାରଠାରୁ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଛି। ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ ପୋଲିସର ମିଳିତ ସହଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ପ୍ରଥମ ଦିନରେ ୮୪ଜଣ ନାବାଳକ ଚାଳକ ଧରାପଡ଼ିଛନ୍ତି। ସବୁ ଜିଲାରେ ସକାଳୁ ରାତିଯାଏ ଧରପଗଡ଼ ଚାଲିଥିଲା। ସମସ୍ତ ୮୪ ଜଣ ନାବାଳକଙ୍କ ଗାଡ଼ି ଜବତ କରାଯାଇଛି। ଗାଡ଼ି ମାଲିକଙ୍କ ନାମରେ ୨୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ପାଇଁ ଚାଲାଣ କଟାଯାଇଛି। କେତେକ ଗାଡ଼ି ମାଲିକ ୨୫ ହଜାର ଟଙ୍କା ଜରିମାନା ଦାଖଲ କରି ମଙ୍ଗଳବାର ଗାଡ଼ି ନେଇଥିବା ବେଳେ ଅନ୍ୟମାନଙ୍କ ଗାଡ଼ି ବୁଧବାର ଅଦାଲତଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଜ୍ୟ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା। ବେଆଇନ ଗାଡ଼ି ଚାଳକଙ୍କ ସମେତ ନାବାଳକ ଗାଡ଼ି ଚାଳକଙ୍କୁ ଧରିବା ଉପରେ ଜୋର୍‌ ଦିଆଯାଇଥିଲା। ଧରାପଡ଼ିଥିବା ୮୪ ଜଣ ନାବାଳକଙ୍କ ମଧ୍ୟରୁ ରାଉରକେଲାରେ ୧୧, ଝାରସୁଗୁଡ଼ାରେ ୫, ସମ୍ବଲପୁର ୩, ସୁନ୍ଦରଗଡ଼ ୧, ବାଲେଶ୍ୱର ୯, ଯାଜପୁର ୩, ଚଣ୍ଡିଖୋଲ ୨, ବରଗଡ଼ ୧, ଢେଙ୍କାନାଳ ୩, ଅନୁଗୋଳ ୧, ତାଳଚେର ୧, ବଡ଼ବିଲ ୫, କୋରାପୁଟ ୨, ନବରଙ୍ଗପୁର ୧, ରାୟଗଡ଼ା ୩, କଳାହାଣ୍ଡି ୫, ନୂଆପଡ଼ା ୧, ଗଞ୍ଜାମ ୧୨, ଭଞ୍ଜନଗର ୨, କଟକ ୭, ଭୁବନେଶ୍ୱର(୧) ୫ ଏବଂ ଭୁବନେଶ୍ୱର(୨) ଜଣେ ମିଶି ମୋଟ ୮୪ ଜଣ ଅଛନ୍ତି। କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ଗାଡ଼ି ଚାଳକଙ୍କୁ ଧରାଯାଇଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୩ଜଣ ଚାଳକ ଧରାପଡ଼ିଛନ୍ତି। ସେମାନଙ୍କ ଗାଡ଼ିଗୁଡ଼ିକୁ ଜବତ କରାଯିବା ସହ ଜରିମାନା ବାବଦରେ ଚାଲାଣ କଟାଯାଇଛି। ଏହାବାଦ୍‌ ବସ୍‌ ଓ ଟ୍ରକ୍‌ ଚାଳକମାନଙ୍କୁ ସଚେତନ କରାଇବା ଲାଗି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବେହେରା ସୂଚନା ଦେଇଛନ୍ତି। ଅଲ୍‌ ଓଡ଼ିଶା ଟ୍ରକ ଓନର୍ସ ଫେଡେରେଶନର ସଭାପତି ଶରତ ପ୍ରଧାନ, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ଶତପଥୀ, ମାଲଗୋଦାମ ଟ୍ରକ ମାଲିକ ସଂଘ ସଭାପତି ସୁଜିତ ସେନାପତିଙ୍କ ସମେତ ଚାଳକ, ମାଲିକ ଓ ଏନ୍‌ଜିଓ ପ୍ରତିନିଧିମାନେ ଯୋଗଦେଇ ଜିରୋ ଫାଟାଲିଟି(ଶୂନ ମୃତ୍ୟୁ) ସପ୍ତାହ ପାଳନ ଉପରେ ଚାଳକମାନଙ୍କୁ ସଚେତନ କରାଇବା ନିମନ୍ତେ ଅବଗତ ହୋଇଥିଲେ। ସେହିପରି ଅଲ୍‌ ଓଡ଼ିଶା ବସ୍‌ ଓନର୍ସ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କଟକ ଘରୋଇ ବସ୍‌ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ, ସାଧାରଣ ସମ୍ପାଦକ ନିରଞ୍ଜନ ସାହୁ, ଟ୍ରାଫିକ ଏସିପି ସୁଶାନ୍ତ ସିଂହ, ଏମ୍‌ଭିଆଇ ବିଶ୍ୱଜିତ ଦାଶ ପ୍ରମୁଖ ବସ୍‌ ପରିବହନ କ୍ଷେତ୍ରରେ ଜିରୋ ଫାଟାଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରକାଶ ଯେ, ନାବାଳକ ଗାଡ଼ି ଚଳାଇବା ଧରାପଡ଼ିଲେ ସେମାନଙ୍କୁ ୨୫ବର୍ଷ ହେବା ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ ଉପରେ ରୋକ ଲଗାଯିବା ସହ ଅଭିଭାବକଙ୍କ ଠାରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ସୋମବାର ରାଜ୍ୟ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲ୍‌ ମୋହନ ସେଠୀ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri