Posted inରାଜ୍ୟ

ତୈଳ-ବାଷ୍ପ କ୍ଷେତ୍ରରେ ୮୩୬୩ ପ୍ରକଳ୍ପ

ଭୁବନେଶ୍ୱର,୨୬।୮: ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ତୈଳ ଏବଂ ବାଷ୍ପ କ୍ଷେତ୍ରରେ ୮୩୬୩ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପଗୁଡିକର ମୋଟ ମୂଲ୍ୟ ୫.୮୮ ଲକ୍ଷ କୋଟି ଟଙ୍କା ରହିଛି। ଏହିସବୁ ପ୍ରକଳ୍ପରୁ ପ୍ରାୟ ୩୩.୮ କୋଟି ଶ୍ରମ ଦିବସ ସୃଷ୍ଟି ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ସଙ୍କଟ ସମୟକୁ ସୁଯୋଗରେ ରୂପାନ୍ତରିତ କରିବା ଲାଗି ପେଟ୍ରୋଲିୟମ ଉଦ୍ୟୋଗ କାର୍ଯ୍ୟ କରୁଛି। ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ଏହି ଶିଳ୍ପ ଫୋକସ କରିଥିବା ସରକାର କହିଛନ୍ତି। କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହି ଶିଳ୍ପ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଛି। କରୋନା ନିୟମାବଳୀକୁ ପାଳନ କରାଯାଇ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହି ପ୍ରକଳ୍ପଗୁଡିକ ସିପିଏସ୍‌ସି, ଯୁଗ୍ମ ଉଦ୍ୟୋଗ ଏବଂ ସହାୟକ ଉଦ୍ୟୋଗଗୁଡିକରେ ଜାରି ରହିଛି। ଏଥିରେ ତୈଳ ବିଶୋଧନାଗାର, ଜୈବ ବିଶୋଧନ, ଇ ଆଣ୍ଡ ପି ପ୍ରକଳ୍ପ, ମାର୍କେଟିଂ ଭିତ୍ତିଭୂମି ପ୍ରକଳ୍ପ, ପାଇପଲାଇନ, ସିଜିଡି ପ୍ରକଳ୍ପ ଏବଂ ଡ୍ରିଲିଂ କାମ ସାମିଲ ରହିଛି। ୨୫ଟି ବୃହତ୍‌ ତୈଳ ଏବଂ ବାଷ୍ପ ପ୍ରକଳ୍ପ ସିପିଏସ୍‌ସି ଓ ଯୌଥ ଉଦ୍ୟୋଗରେ କାର୍ଯ୍ୟକାରୀ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ କେମିତି କଟୁଛି ଓରଙ୍ଗ୍‌ଉଟାନଙ୍କ ଜୀବନ: କିଏ କଣ୍ଢେଇ ଧରି ଶୋଉଛି ତ ଆଉ କାହାକୁ ଜ୍ୱର, ଦେଖନ୍ତୁ Video

ବାରଙ୍ଗ/ ତ୍ରିଶୁଳିଆ, ୧୧ା୯ (ଲିଙ୍ଗରାଜ ରାଉତ/ ତୁଷାରକାନ୍ତ ବେହରା):ମା’ଠାରୁ ଅଲଗା ହେବା ପରେ ବାଲେଶ୍ୱର ଜିଲା ରଣକଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫…

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

କଳାହାଣ୍ଡିରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଜାଣନ୍ତୁ…

ଭବାନୀପାଟଣା,୧୦ା୯(ଉତ୍ତମ କୁମାର ଦାଶ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରାଜ୍ୟରେ ବିଭିନ୍ନ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri