୭ ଦିନରେ ୩ କୋଟିର ସାମଗ୍ରୀ ଜବତ, ୮୩୨ ଗିରଫ

ଭୁବନେଶ୍ୱର,୭।୨(ବ୍ୟୁରୋ): ଶୃଙ୍ଖଳିତ ନିର୍ବାଚନ ପାଇଁ ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଜିଲାସ୍ତରରେ ଚଢ଼ାଉ ଓ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଫଳରେ ୭ଦିନ ମଧ୍ୟରେ ୩କୋଟି ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଛି। ଏଥିସହିତ ୧,୦୫୦ ମାମଲା ରୁଜୁ କରାଯାଇ ୮୩୨ଜଣଙ୍କୁ ଗିରଫ କରାଯାଇଛି।
ବିଭାଗର ମିଳିଥିବା ସୂଚନାନୁସାରେ, ଏହି ସମୟରେ ୨୭,୨୬୬ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ, ୩,୩୩,୦୦୬ ଲିଟର ଦେଶୀ ମଦ ପ୍ରସ୍ତୁତି ସାମଗ୍ରୀ, ୬୦୪ କିଲୋ ଗଞ୍ଜେଇ, ୩୩୪ ଲିଟର ନକଲି ବିଦେଶୀ ମଦ, ୨୭ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୧୦୦ ଲିଟର ସ୍ପିରିଟ୍‌, ୧୩୩ ଲିଟର ଜିଞ୍ଜର, ୯୭,୨୦୦ଟି ନକଲି ହୋଲୋଗ୍ରାମ, ବିଭିନ୍ନ କମ୍ପାନୀର ୧୨ହଜାର ନକଲି ଲେବୁଲ୍‌, ୨ଲକ୍ଷ ଠିପି ଜବତ ହୋଇଛି। ଏଥିସହିତ ୩୮ଟି ଦୁଇ ଓ ଚାରିଚକିଆ ଯାନ ବି ଜବତ କରାଯାଇଛି। ଏହି ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି।
ରବିବାର କଟକ ଅବକାରୀ ଟିମ୍‌ ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୩୫୦ ବୋତଲ ନକଲି ମଦ ସହ ୧୫୦ ଲିଟର ସ୍ପିରିଟ୍‌, ୩୦ ଲିଟର ନକଲି ବିଦେଶୀ ମଦ ଓ ୧୦୦୦ଟି ଖାଲି ମଦ ବୋତଲ ଜବତ କରିଛି। ଏଥିସହିତ ବିଦେଶୀ ମଦ ରମ୍‌, ହ୍ବିସ୍କି ଆଦି ପ୍ରସ୍ତୁତ ପାଇଁ ଆବଶ୍ୟକ ବାସ୍ନାଯୁକ୍ତ ସାମଗ୍ରୀ ଏବଂ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ମେଶିନ, ୪୩୨୦ଟି ନକଲି ହୋଲୋଗ୍ରାମ ଓ ୪ହଜାର ଠିପି ଜବତ ହୋଇଛି। ଏହାପୂର୍ବରୁ କଟକ ଓ ଅନୁଗୋଳ ଅବକାରୀ ବିଭାଗ ରାଣୀଗୁଡ଼ାଠାରେ ଚଢ଼ାଉ କରି ୨ଲକ୍ଷ ନକଲି ଠିପି, ୯୬ହଜାର ନକଲି ହୋଲୋଗ୍ରାମ ଓ ୧୨୦୦ଟି ବିଭିନ୍ନ କମ୍ପାନୀର ଲେବୁଲ୍‌ ଜବତ କରିଥିଲା। ଗଜପତି ଅବକାରୀ ବିଭାଗ ୨୪୦ କିଲୋ ଗଞ୍ଜେଇ ସହିତ ଗୋଟିଏ ବୋଲେରୋ ଗାଡି ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷ ଟଙ୍କା ଆକଳନ କରାଯାଇଛି। ଗତ ୪ ତାରିଖରେ ମୟୂରଭଞ୍ଜ ଜିଲାରୁ ୧୦୦ ଲିଟର ସ୍ପିରିଟ ଜବତ ହୋଇଥିବାବେଳେ ବ୍ରହ୍ମପୁର ଅବକାରୀ ଅଧିକାରୀମାନେ କେ.ନୂଆଗାଁ ଥାନା ଇଲାକାରୁ ୨୭୨ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଏହିସବୁ ସାମଗ୍ରୀର ମୂଲ୍ୟ ୧୩ଲକ୍ଷ ଟଙ୍କାରୁ ଅଧିକ ହେବ। ସେହିଭଳି ବ୍ରହ୍ମପୁର ଅବକାରୀ ଟିମ୍‌ ୯୬୦ ବୋତଲ (ପ୍ରାୟ ୧୭୩) ନକଲି ବିଦେଶୀ ମଦ ଜବତ କରିଛି। ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୬୫ ଲିଟର ଜିଞ୍ଜର ଓ ବରଗଡ଼ ଅବକାରୀ ବିଭାଗ ମୃତ୍ୟୁ ସଞ୍ଜୀବନୀ ସୁରା ନାମରେ ବିକ୍ରି ହେଉଥିବା ୧୩ଲିଟର ଜିଞ୍ଜର ଜବତ କରିଛି। ରାଜ୍ୟସ୍ତରୀୟ ଫ୍ଲାଇଂ ସ୍କ୍ବାଡ୍‌ ଯାଜପୁର ଜିଲାରୁ ପ୍ରାୟ ୧୦୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ଏହାକୁ ପରିବହନ କରୁଥିବା ଗୋଟିଏ ଇକୋସ୍ପୋର୍ଟସ କାର୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri