୮୧ ବର୍ଷ ପରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ଲଣ୍ଡନ,୧।୩: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମାକୁ ୮୧ ବର୍ଷ ପରେ ଫୁଟାଯାଇଛି। ବ୍ରିଟେନ୍‌ର ଏକ୍ସେଟର ସହରରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ରବିବାର ପହଞ୍ଚି ରିମୋର୍ଟ କଣ୍ଟ୍ରୋଲର ସହାୟତାରେ ଏଭଳି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସହରକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଥିଲା। ୯୦୭ କିଲୋଗ୍ରାମ୍‌ ବିଶିଷ୍ଟ ଏହି ବୋମା ପ୍ରଚଣ୍ଡ ଶବ୍ଦ କରି ଫୁଟିଥିଲା। ଏହାର ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଶବ୍ଦର ତୀବ୍ରତାରେ କେତେକ ଘରର ଝରକା କାଚ ମଧ୍ୟ ଭାଙ୍ଗିଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୋମାକୁ ଏକ୍ସେଟର ବିଶ୍ୱବିଦ୍ୟାଳୟର ପରିତ୍ୟକ୍ତ କ୍ୟାମ୍ପସ୍‌ରୁ ଶୁକ୍ରବାର ମିଳିଥିଲା। ଏହାପରେ ବିଶ୍ୱବିଦ୍ୟାଳୟର ୧୪୦୦ ଶିକ୍ଷାର୍ଥୀ ଏବଂ ୨୬୦୦ ବାସଗୃହକୁ ଖାଲି କରାଯାଇଥିଲା। ରବିବାର ସଂନ୍ଧ୍ୟା ୬ଟା ୧୦ରେ ବୋମାକୁ ଫୁଟାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି। ବୋମା ଫୁଟିବାର ଏକ ମିନିଟ୍‌ ୧୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଖ୍‌ ପରେ ଜଣେ ଖ୍ରୀଷ୍ଟିଆନଙ୍କୁ ହତ୍ୟା

ଇସଲାମାବାଦ,୧ା୪: ଶନିବାର ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ କହିଛି ଯେ,...

ଆଇଏସଆଇ ଓ ପାକିସ୍ତାନୀ ସେନାଙ୍କ ଟାର୍ଗେଟରେ ଇମ୍ରାନଙ୍କ ଘନିଷ୍ଠ ଧନିକ ସହଯୋଗୀ

ଇସଲାମବାଦ,୧୧।୭:ପାକିସ୍ତାନର ପୂବତନ ପ୍ରଧାନମନ୍ତ୍ରୀ ଦିନକୁ ଦିନ ବିବାଦ ଘେରକୁ ଟାଣି ହୋଇ ଯାଉଛନ୍ତି। ବିଭିନ୍ନ ଆପରଧିକ ମାମଲାରେ ସହ ଇମ୍ରାନ ମଙ୍ଗଳବାର ଯାଞ୍ଚ ଟିମ୍‌ ସାମ୍ନାରେ...

ଆଫଗାନିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ

କାବୁଲ୍‌,୮।୯: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ କାର୍ଯ୍ୟାଳୟ ନିକଟରେ ରବିବାର ବିସ୍ଫୋରଣ ଘଟିଛି। ନାନଗରହାର ପ୍ରଦେଶର ଜଲାଲାବାଦ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ...

ସରସ୍ବତୀ ନଦୀ ଭଳି ନ ହେଉ ଗଙ୍ଗା-ବ୍ରହ୍ମପୁତ୍ର ଅବସ୍ଥା: ଜାତିସଂଘ ମୁଖ୍ୟଙ୍କ ଚେତାବନୀ…

ଜେନେଭା,୨୩।୩ : ବିଶ୍ୱ ତାପମାତ୍ରା ହ୍ରାସ ଏବଂ ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି । ଏହାର ସୁଦୂରପ୍ରସାରୀ ପାର୍ଶ୍ୱ...

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା ଜାତିସଂଘ,୧୬ା୫ : ଜାତିସଂଘ ପକ୍ଷରୁ ଆଇଏସ୍‌ର ଦକ୍ଷିଣ ଏସିଆ ଆତଙ୍କବାଦୀ ଶାଖା ‘ଆଇଏସ୍‌ ଖୋରାସନ୍‌’ ଉପରେ କଟକଣା ଲଗାଯାଇଛି।...

ସରକାରଙ୍କ କରୋନା ନୀତିକୁ ସମାଲୋଚନା: ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟ ନିଷିଦ୍ଧ କଲେ ଜିନପିଙ୍ଗ ପ୍ରଶାସନ…

ଓ୍ବାଶିଂଟନ,୮।୧ : କରୋନା ବିସ୍ଫୋରଣକୁ ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ଚାଇନା ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟକୁ ସାମୟିକ କିମ୍ବା ସ୍ଥାୟୀ ଭାବରେ ନିଷିଦ୍ଧ...

ବୋଲା ଟିନୁବୁ ନାଇଜେରିଆ ରାଷ୍ଟ୍ରପତି

ଅବୁଜା, ୨।୩: ନାଇଜେରିଆର ଶାସକ ଅଲ୍‌ ପ୍ରୋଗ୍ରେସିଭ୍‌ କଂଗ୍ରେସ (ଏପିିସି) ନେତା ବୋଲା ଟିନୁବୁ ଶନିବାର-ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଫ୍ରିକାର ସବୁଠୁ...

ରୁଷିଆ ଓ୍ବାଣ୍ଟେଡ୍‌ ତାଲିକାରେ ଆମେରିକା ସିନେଟର୍‌

ମସ୍କୋ, ୩୦।୫: ଆମେରିକା ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ଙ୍କୁ ରୁଷିଆ ଗୃହ ମନ୍ତ୍ରଣାଳୟ ଓ୍ବାଣ୍ଡେଡ୍‌ ତାଲିକାରେ ରଖିଛି। ଗତ ଶୁକ୍ରବାର ଗ୍ରାହାମ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ।...

Advertisement
Archives

Model This Week