ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା…

ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା…
ମସ୍କୋ: ନିଶ୍ୱାସ ଚାଲିଥାଏ ପର୍ଯ୍ୟନ୍ତ ବ୍ୟକ୍ତି ଜୀବିତ ଥାଏ। ଥରେ ନିଶ୍ୱାସ ବନ୍ଦ ହେଲେ ତା’ର ଅସ୍ତିତ୍ୱ ଶେଷ ହୋଇଯାଏ। ମାତ୍ର ମୃତ୍ୟୁ ମୁଖରୁ ଫେରିଆସୁଥିବା ଲୋକଙ୍କ ବିଷୟରେ ଅନେକ ଥର ଶୁଣିବାକୁ ମିଳିଛି। ଏବେ ସେମିତି କିଛି ଘଟିଛି ରୁଷିଆରେ।
୮୧ ବର୍ଷୀୟା ଜିନେଦା କୋନୋନୋଭା। ତାଙ୍କର ପେଟ ଜନିତ ସମସ୍ୟା ହେବାରୁ ଅଗଷ୍ଟ ୧୪ରେ ନିକଟସ୍ଥ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଲେ। ରାତି ପ୍ରାୟ ୧ଟାରେ ତାଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ଫ୍ରିଜରେ ରଖାଗଲା। ପରଦିନ ଅର୍ଥାତ୍‌ ୧୫ ତାରିଖ ସକାଳେ ଯେତେବେଳେ ହସ୍ପିଟାଲର ଜଣେ କର୍ମଚାରୀ ଉକ୍ତ ଗୃହକୁ ଯାଇଥିଲେ ଜିନେଦାଙ୍କ ମୃତଦେହ ଚଟାଣରେ ପଡିଥିବା ବେଳେ ଫ୍ରିଜ୍‌ ଖୋଲାଥିଲା ଦେଖିବାକୁ ପାଇଥିଲେ। କର୍ମଚାରୀଜଣଙ୍କ ତାଙ୍କ ନିକଟକୁ ଯିବାରୁ ଜିନେଦା ତାଙ୍କ ଗୋଡକୁ ଧରିପକାଇଥିଲେ। ଫଳରେ ସେ ଭୟଭୀତ ହୋଇପଡ଼ି ଚିତ୍କାର କରିଥିଲେ। ବାହାରକୁ ଆସି ମୃତ ବୃଦ୍ଧା ଜୀବିତ ହୋଇଯାଇଥିବା ସମସ୍ତଙ୍କୁ କହିଥିଲେ। କେହି ତାଙ୍କ କଥାକୁ ବିଶ୍ୱାସ କରି ନ ଥିଲେ। କିଛି ସମୟ ପରେ ଅନ୍ୟ କର୍ମଚାରୀ ଓ ଡାକ୍ତରମାନେ ଉକ୍ତ ଗୃହକୁ ଯିବାରୁ ଜିନେଦା ସେମାନଙ୍କୁ ସାହାଯ୍ୟ ମାଗିଥିଲେ। ତାରୁନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଗଲା। ପରେ ସେ ଜୀବିତ ଥିବା ଜଣାପଡିଲା। ଏ ନେଇ ଡାକ୍ତର କୁହନ୍ତି, ଅସ୍ତ୍ରୋପଚାର ସମୟରେ ଜିନେଦାଙ୍କ ମୃତ୍ୟୁ ଘଟିଥିଲା। ୧୫ ମିନିଟ ପରେ ତାଙ୍କର ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯାଇଥିଲା। ଏବେ ସେ ଅନ୍ୟ ଦୁନିଆକୁ ଯାଇ ଫେରିଆସିଥିବା ଡାକ୍ତର କହିଛନ୍ତି। ଜିନେଦାଙ୍କର ଏବେ କିଛି ମନେ ନ ଥିବା ତାଙ୍କ ଭାଣେଜୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri