Posted inଫୁରସତ

୮୦୦ ବର୍ଷ ତଳେ ପିପିଲିରେ ଓଡ଼ିଆ କାରିଗର ନିର୍ମାଣ କରୁଥିଲେ ଚନ୍ଦ୍ରାଟପ ଚାନ୍ଦୁଆ

ଦ୍ୱାରବନ୍ଧରେ ସର୍ପବନ୍ଧ ସମ୍ପୂର୍ଣ୍ଣ ନିହଣରେ ରୂପ ନେଇଥିଲା। ତଥାପି ଗଙ୍ଗା ମହାପାତ୍ର ଅକ୍ଳାନ୍ତ ପରିଶ୍ରମ ପରେ ଥକି ପଡ଼ି ନ ଥିଲେ। ସର୍ପବନ୍ଧ ସରିବା ପରେ ବଳକା ପଥରରେ ଗଙ୍ଗେଶ୍ୱରୀ ଦେବୀଙ୍କ ମନ୍ଦିରର ସର୍ପବନ୍ଧ ପାଇଁ ବାରଟି ଶଗଡ଼ରେ ପଥର ବୋଝେଇ ହୋଇ କିଲା ବୈୟାଳିଶିବାଟିର ପଥରବୁହା ନଦୀଶଯ୍ୟାକୁ ପଠାଗଲା। ଗଙ୍ଗା ମହାପାତ୍ରଙ୍କ ଆଦେଶରେ ପଥର ଯାଇ ପହଞ୍ଚତ୍ବାବେଳକୁ ଶିବେଇ ସାମନ୍ତରାଙ୍କ ପୁତ୍ର ଧର୍ମପଦ ମହାପାତ୍ର ଗଙ୍ଗେଶ୍ୱରୀ ଦେବୀଙ୍କ ମନ୍ଦିରର ଭିତ୍ତିଭୂମି ମାପଚୁପ କରି କାମ ଆରମ୍ଭ କରାଇ ସାରିଥିଲେ।
ମୁଖ୍ୟ ମନ୍ଦିରର ଅନେକ ନିର୍ମାଣ କାର୍ଯ୍ୟ ଶେଷ ହୋଇଆସୁଥାଏ। ସେପଟେ ପ୍ରତିଷ୍ଠା କାର୍ଯ୍ୟର ପ୍ରସ୍ତୁତି ଚାଲିଥାଏ। ସୂତ୍ରଧରଙ୍କ ଆଦେଶରେ ଏକାଧିକ କମାରଶାଳ ଭାଙ୍ଗିଦିଆଗଲା। ସେମାନେ ପ୍ରାପ୍ୟ ନେଇ ଗାଁକୁ ଗଲେ। ସେପଟେ ଶିଳ୍ପୀମାନଙ୍କ ପାଇଁ ହୋଇଥିବା ଚାରି ଶିବିରରୁ ‘ଦେଉଳି ଶିବିର’ ବନ୍ଦ ହେଲା। ଆବଶ୍ୟକ ଶିଳ୍ପୀ ଅନ୍ୟ ଶିବିରକୁ ସ୍ଥାନାନ୍ତର ହୋଇଥିଲେ। ୧୨୨ ଜଣ ଶିଳ୍ପୀ ସମସ୍ତ ପ୍ରାପ୍ୟ ଓ ପୁରସ୍କାର ନେଇ ଯେଝା ଗାଁକୁୁ ବାହୁଡ଼ିଗଲେ।
ଏଣେ ଗଜପତିଙ୍କ ଆଦେଶରେ ଶ୍ରୀପଦ୍ମକେଶର ମନ୍ଦିରର ସେବକ ଖଞ୍ଜା ଆରମ୍ଭ ହୋଇଥିଲା। ମନ୍ଦିର ପଶ୍ଚିମପଟେ ଛୋଟିଆ  ଗାଁଟିଏ ବସାଗଲା। ନଈ ପାଖାପାଖି ଏହି ଗାଁରେ କେବଳ ଶ୍ରୀସୂର୍ଯ୍ୟଙ୍କର ସେବକ ରହିବେ। ପ୍ରଥମେ ୪୦ଜଣ ଜମି ଗ୍ରହଣ କରିଥିଲେ। ମାଧବ ମିଶ୍ର ଭଟ୍ଟ ଥିଲେ ଦାନାଧ୍ୟକ୍ଷ। ପ୍ରାରମ୍ଭିକ ସ୍ତରରେ ମହାରଣାଙ୍କ କାଠଶାଳରୁ ୩୭୦ ଖଣ୍ଡ କାଠ ଯୋଗାଇ ଦିଆଯାଇଥିଲା। ଆମେ ଏହି ଗାଁକୁ ଠାବ କରିବା ପାଇଁ ପୁରୀ-କୋଣାର୍କ ରାସ୍ତାର ଶ୍ରୀବାଲିକପିଳେଶ୍ୱର ଯାଇଥିବା ରାସ୍ତାରେ ଅନୁସନ୍ଧାନ କରିଥିଲୁ।
ବ୍ରାହ୍ମଣସେବକମାନଙ୍କ ପାଇଁ ଗାଁଟିଏ ବସିବା ପରେ ଉତ୍ସବ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥାଏ। ନାଲି ଓ ଧଳାଛତା ଶୋଭାଯାତ୍ରା ପାଇଁ ଯୋଗାଡ଼ ହେଲା ପିପିଲିରୁ। ପୋଥିରେ ଲେଖା ଅଛି ‘ପିମ୍ପଲ’ରୁ ସଂଗ୍ରହ ହୋଇଥିଲା। ମନେହୁଏ ସେତେବେଳେ ପିପିଲି ପରିଚିତ ଥିଲା ପିମ୍ପଲ ନାମରେ।
ଆମେ ଜାଣିଛେ- ଜାହାଙ୍ଗୀରଙ୍କ ରାଜତ୍ୱ କାଳରେ ଓଡ଼ିଶା ସୁବାଦାରଙ୍କ ରାଜଧାନୀ ଥିଲା ପିପିଲି। ମୋଗଲ ସୁବାଦାର ଅହମ୍ମଦ ବେଗ୍‌ ପିପିଲିରେ ରହୁଥିଲେ (ଇକ୍‌ବଲ ନାମା-ଇ- ଜାହାଙ୍ଗୀର)। ଅହମ୍ମଦ ବେଗ ରାଜପୁତ୍ର ଖୁରୁମଙ୍କୁ ପ୍ରତିରୋଧ କରି ନ ପାରି ପିିପିଲି ରାଜଧାନୀ ଛାଡ଼ି ପରିବାର ସହିତ କଟକ ପଳାଇ ଯାଇଥିଲେ (ତୁଜୁକ – ଇ – ଜାହାଙ୍ଗୀର)। ଆମେ ଯେଉଁ ପିପିଲି ଦେଖୁଛେ, ତାହା ପ୍ରାଚୀନ ପିପିଲି ନୁହେଁ। ପ୍ରାଚୀନ ପିପିଲିର ଏକମାତ୍ର ଘାସପୂର୍ଣ୍ଣ ଉଚ୍ଚ କୁଦ ଦେଖିବାକୁ ମିଳେ। ଏହା ମକରବା (ପୀର ମକରମ୍‌ ବାବା) ଯୋଗୁ ପ୍ରସିଦ୍ଧ ହୋଇଥିଲା। ମକରମ୍‌ ବାବାଙ୍କ ନାମ ଥିଲା- ମକରମ୍‌ ଅଲ୍ଲି ଶାହା। ଅପଭ୍ରଂଶ ହୋଇ ‘ମକରବା’ ହୋଇଥିଲା। ଏଠାରେ ପୀରଙ୍କ ପଲ୍ଲୀ ବା ଆସ୍ଥାନ ଥିବାରୁ ଏହାର ନାମ ପିମ୍ପଲ ପରିବର୍ତ୍ତିତ ହୋଇ- ପୀରପଲ୍ଲୀ ହୋଇଥିଲା। ପୀରପଲ୍ଲୀ ଶବ୍ଦରୁ ‘ପିପିଲି’ ହୋଇଥିବାର ସମ୍ଭାବନା ହୁଏ।
ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ ମଧ୍ୟ କାରୁକାର୍ଯ୍ୟମୟ ଛତା ଓ ଚାନ୍ଦୁଆ କାମ ପାଇଁ ପିମ୍ପଲ ପ୍ରସିଦ୍ଧ ଥିଲା। ସେଠାରୁ ରଙ୍ଗବେରଙ୍ଗର ଛତା ଆସିଲା। ଦୁଇଟି ‘ତରାସ’ ଆସିଥିଲା। ଏହି ‘ତରାସ’ ପ୍ରସ୍ତୁତିରେ ପ୍ରସିଦ୍ଧ ଥିଲେ ବନୁ ମହାରଣା। ପୀରପଲ୍ଲୀ ନାମରେ ପ୍ରସିଦ୍ଧ ହେବାର ୩୦୦ ବର୍ଷ ପୂର୍ବରୁ ଓଡ଼ିଆ ଶିଳ୍ପୀ ଏଠାରେ ଛତା, ଚାନ୍ଦୁଆ ଓ ତରାସ କାର୍ଯ୍ୟ କରି ଭାରତରେ ପ୍ରସିଦ୍ଧ ଥିଲେ। ପିପିଲିର ‘ଚନ୍ଦ୍ରାଟପ ଚାନ୍ଦୁଆ’ ଚାରୋଟି ବନୁ ମହାରଣା କୋଣାର୍କରେ ପହଞ୍ଚାଇଥିଲେ।
ଶୋଭାଯାତ୍ରା ପାଇଁ ଏକ ଗମ୍ଭାରୀକାଠର ପଲଙ୍କ ନିର୍ମାଣ ହୋଇଥିଲା। ପଲଙ୍କଟି ସମ୍ପୂର୍ଣ୍ଣ ‘ପଦ୍ମଯନ୍ତ୍ର’ ସଦୃଶ। ନିର୍ମାଣ କରିଥିଲେ ବାସୁ ମହାରଣା। ପଲଙ୍କଟି ବାହାର ବିଜେବେଳେ ବ୍ୟବହାର ହେବ, ତେଣୁ ଚାରିହାତ ଓସାର ଏବଂ ସାତ ହାତ ଲମ୍ବ ବିଶିଷ୍ଟ ନିର୍ମାଣ ହୋଇଥିଲା। ସ୍ଥାନ ବିଶେଷରେ ବ୍ୟବହାର ହୋଇପାରିବ। ପ୍ରତିଷ୍ଠା ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଗୋଟିକ ପରେ ଗୋଟିଏ ଗତି କରିଚାଲିଥିଲା। ପ୍ରସିଦ୍ଧ ସ୍ଥାନରୁ ଆବଶ୍ୟକ ଜିନିଷ ସଂଗ୍ରହ କରାଯାଉଥିଲା। ଏଣେ ମୁଖଶାଳାର ଭିତରପାଖ ଓ ଅଳସାବାଡ଼ରେ ରଙ୍ଗର ଶେଷ ସ୍ପର୍ଶଦିଆ ଚାଲିଥିଲା। ଚାରିଜଣ ମହିଳା ପାଇଟିଆଳ ଏହି କାର୍ଯ୍ୟ ନିଖୁଣ ଭାବରେ କରିଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?