ସୁନ୍ଦରଗଡ଼ର ୮ଖେଳାଳି ଖେଳିବେ ଜାତୀୟ କିକ୍‌ବକ୍ସିଂ

ବଡ଼ଗାଁ, ୧୩।୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଖେଳ ପ୍ରତିଭାର ଅଭାବ ନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ଥିବା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ପ୍ରସ୍ତୁତ କରିବାର ବ୍ୟବସ୍ଥା କରାଯାଉ ନ ଥିବାରୁ ଅନେକ ପ୍ରତିଭା ସମ୍ପନ୍ନ ଖେଳାଳି ବଣମଲ୍ଲି ଭଳି ରହି ଯାଉଛନ୍ତି। ହେଲେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକର ଯୋଗୀମାଲଠାରେ ଥିବା ଜନସେବା ସମିତି ସଙ୍ଗଠନ ପକ୍ଷରୁ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ତାଲିମ ଦେବା ବ୍ୟବସ୍ଥା କରିଥିବାରୁ ଏଯାଏ ୫୦ରୁ ଊର୍ଦ୍ଧ୍ୱ ଖେଳାଳି ବକ୍ସିଂ, କିକ୍‌ବକ୍ସିଂ, ଉଷୁ ଆଦିରେ ଜାତୀୟସ୍ତରରେ ଖେଳି କୃତିତ୍ୱ ଅର୍ଜନ କରିଛନ୍ତି। ଚଳିତବର୍ଷ ତାମିଲନାଡୁର ଚେନ୍ନାଇସ୍ଥିତ ନେହେରୁ ଷ୍ଟାଡିୟମରେ ଆସନ୍ତା ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଜାତୀୟ କିକ୍‌ ବକ୍ସିଂରେ ଜନସେବା ସମିତିର ୮ଜଣ ଖେଳାଳି ଅଂଶଗ୍ରହଣ କରିବେ। ସେମାନେ ହେଲେ ସୁନ୍ଦରଗଡ ଜିଲା ବିଲେଇଗଡ଼ର ବିକାଶ କୁଆ, କ୍ଷୀରୋଦ ବାଗ, ରସାନନ୍ଦ ମହାନନ୍ଦିଆ, ଯୋଗିମାଲର ଲିପ୍ସା ଷଡଙ୍ଗୀ, ପଣ୍ଡରିପାନୀ ଗାଁର ସୁସ୍ମିତା ଏକା, ଶରଧାପାଲି ଗାଁର ସୋନାଲି ପଟେଲ, ଓ ବଡ଼ଗାଁ ବ୍ଲକ ବରଙ୍ଗାକଛାର ଗାଁର ଖ୍ରୀଷ୍ଟିନା କାଣ୍ଡୁଲାନା। ବାପା ପ୍ରଦୀପ କାଣ୍ଡୁଲାନା ଓ ମା’ ଫ୍ଲୋରେନସିଆଙ୍କ ୪ଝିଅ ମଧ୍ୟରୁ ଖ୍ରିଷ୍ଟିନା ସାନଝିଅ। ଛୋଟ ବୟସରୁ ଖେଳ ପ୍ରତି ରୁଚି ରଖୁଥିବା ଖ୍ରୀଷ୍ଟିନା ସ୍କୁଲ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଉଥିଲେ। ହାଇସ୍କୁଲ ପଡୁଥିଲାବେଳେ ୨୦୧୭ରେ ଯାଜ୍ଞସେନୀ ସିଂଙ୍କ ଠାରୁ ବକ୍ସିଂ ତାଲିମ ନେଇଥିଲେ। ଜନସେବା ସମିତିର କର୍ମକର୍ତ୍ତା ରୂପକ ପ୍ରସାଦ ଖ୍ରୀଷ୍ଟିନାଙ୍କ ଖେଳ ଦେଖି ସୁନ୍ଦରଗଡ଼ ଷ୍ଟାଡିୟମରେ କୋଚିଂ ବ୍ୟବସ୍ଥା କରିଛନ୍ତି। ଖ୍ରୀଷ୍ଟିନା ବର୍ତ୍ତମାନ ଟାଙ୍ଗରପାଲି ବ୍ଲକର ଶରଧାପାଲି କଲେଜରେ ସ୍ନାତକ ଶେଷ ବର୍ଷ ଛାତ୍ରୀ। ୨୦୧୭ ମସିହାରେ ସ୍କୁଲ ସ୍ତରୀୟ ଜାତୀୟ ବକ୍ସିଂ ଡେରାଡୁନରେ ,୨୦୧୮ରେ ବକ୍ସିଂ ଫେଡେରେସନ ପକ୍ଷରୁ ପଞ୍ଜାବର ଜଳନ୍ଦର୍‌ରେ ଖେଳିଥିଲେ। ୨୦୨୦ରେ ମହାରାଷ୍ଟ୍ରରେ ଆଷ୍ଟାଡିଓ ଆଖଡାରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଚେନ୍ନାଇରେ ୧୮ତାରିଖରୁ ହେବାକୁ ଥିବା ଜାତୀୟ କିକ୍‌ ବକ୍ସିଂରେ ସେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?