ଖିମ୍‌ଜୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩ା୮: ଦୀର୍ଘ ୮୭ ବର୍ଷର ଅଭିଜ୍ଞତା ସହ ଓଡ଼ିଶାର ସର୍ବପୁରାତନ ତଥା ବିଶ୍ୱସ୍ତ
ଅଳଙ୍କାର ବ୍ରାଣ୍ଡ ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍‌ଜୀ ଦୟାଭାଇଙ୍କୁ ସ୍ମରଣ କରି ଫାଉଣ୍ଡେଶନ ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ଖିମଜୀ ଜୁଏଲର୍ସ ଦ୍ୱାରା ଭୁବନେଶ୍ୱରର କେତେଜଣ ବଞ୍ଚତ୍ତ ଲୋକଙ୍କ ପାଇଁ ଖାଦ୍ୟ ଏବଂ ପୋଷକ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୧୯୩୬ରେ ଜଣେ ଦକ୍ଷ କାରିଗର ଭାବେ ଖିମ୍‌ଜୀ ଦୟାଭାଇ ମୟୂରଭଞ୍ଜର ବାରିପଦାଠାରେ ଏକ ଅଳଙ୍କାର ଦୋକାନ ସ୍ଥାପନ କରିଥିଲେ। ଅଳ୍ପ ଦିନ ମଧ୍ୟରେ ସେ ଆକର୍ଷଣୀୟ ଡିଜାଇନ ଏବଂ ଶୁଦ୍ଧତା ସହ ଅଳଙ୍କାର ଶିଳ୍ପରେ ଏକ ନୂତନ ଅଧ୍ୟାୟ ମଧ୍ୟ ଆରମ୍ଭ କରିଥିଲେ। ବିଶେଷକରି ୨ୟ ବିଶ୍ୱଯୁଦ୍ଧ ଏବଂ ଗୋଲ୍ଡ କଣ୍ଟ୍ରୋଲ ଆକ୍ଟ ଦ୍ୱାରା ୧୪ କ୍ୟାରେଟ୍‌ରୁ ଅଧିକ କ୍ୟାରେଟ୍‌ର ସୁନା ଉପରେ ରୋକ୍‌ ଭଳି ଅଳଙ୍କାର ଅନେକ ପ୍ରତିବନ୍ଧକ ଦେଇ ସେ ଗତି କରିଥିଲେ। ତଥାପି ଶୁଦ୍ଧତାର ମାନକ ଥିବା କେ ଡି ୨୨କେ ମାର୍କକୁ ସେ ବଜାରରେ ଆଗକୁ ନେଇଥିଲେ। ଉଲ୍ଲେଖଯୋଗ୍ୟ , ଖିମଜୀ ପ୍ରଥମେ ହଲ୍‌ମାର୍କ ଅଳଙ୍କାରକୁ ଓଡ଼ିଶା ବଜାରରେ ପରିଚୟ ଦେଇଥିଲା। ସର୍ବୋତ୍ତମ ଅଳଙ୍କାର କ୍ଷେତ୍ରରେ ଖିମ୍‌ଜୀ ବର୍ତ୍ତମାନ ଶ୍ରେଷ୍ଠରେ ରହିଛି। ଖିମ୍‌ଜୀର ପରବର୍ତ୍ତୀ ପିଢି ଆନ୍ତରିକତା ସହ ଏହାର ଅଭିଜ୍ଞତାକୁ ଆଗକୁ ବଢାଇଛନ୍ତି ଏବଂ ସମଗ୍ର ଓଡ଼ିଶାରେ ତଥା ବାହାରେ ମଧ୍ୟ ଗ୍ରାହକଙ୍କ ବିଶ୍ୱାସ ଜିଣିଛନ୍ତି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଆମର ଉପତ୍ତ୍ତି ବିଷୟରେ ମନେପକାଇ ଆମେ ଗର୍ବ ଅନୁଭବ କରୁଛୁ। ଖିମ୍‌ଜୀର ସମସ୍ତ ମୂଲ୍ୟବାନ୍‌ ଗ୍ରାହକ ଏବଂ ଯେଉଁମାନେ ଆମର ଏହି ସୁନ୍ଦର ଯାତ୍ରାରେ ଅଂଶ ହୋଇଛନ୍ତି ତାଙ୍କ ନିକଟରେ ଆମେ ସର୍ବଦା କୃତଜ୍ଞ। ୮୭ତମ ପ୍ରତିଷ୍ଠା ଦିବସରେ ସତ୍ୟତା, ବିଶ୍ୱାସ ଏବଂ ଶୁଦ୍ଧତାର ମନ୍ତ୍ର ଅନୁସରଣ କରିବା ସହ ଆମର ପ୍ରତିଶ୍ରୁତି ଆମେ ବଜାୟ ରଖୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri