ଖିମ୍‌ଜୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩ା୮: ଦୀର୍ଘ ୮୭ ବର୍ଷର ଅଭିଜ୍ଞତା ସହ ଓଡ଼ିଶାର ସର୍ବପୁରାତନ ତଥା ବିଶ୍ୱସ୍ତ
ଅଳଙ୍କାର ବ୍ରାଣ୍ଡ ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍‌ଜୀ ଦୟାଭାଇଙ୍କୁ ସ୍ମରଣ କରି ଫାଉଣ୍ଡେଶନ ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ଖିମଜୀ ଜୁଏଲର୍ସ ଦ୍ୱାରା ଭୁବନେଶ୍ୱରର କେତେଜଣ ବଞ୍ଚତ୍ତ ଲୋକଙ୍କ ପାଇଁ ଖାଦ୍ୟ ଏବଂ ପୋଷକ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୧୯୩୬ରେ ଜଣେ ଦକ୍ଷ କାରିଗର ଭାବେ ଖିମ୍‌ଜୀ ଦୟାଭାଇ ମୟୂରଭଞ୍ଜର ବାରିପଦାଠାରେ ଏକ ଅଳଙ୍କାର ଦୋକାନ ସ୍ଥାପନ କରିଥିଲେ। ଅଳ୍ପ ଦିନ ମଧ୍ୟରେ ସେ ଆକର୍ଷଣୀୟ ଡିଜାଇନ ଏବଂ ଶୁଦ୍ଧତା ସହ ଅଳଙ୍କାର ଶିଳ୍ପରେ ଏକ ନୂତନ ଅଧ୍ୟାୟ ମଧ୍ୟ ଆରମ୍ଭ କରିଥିଲେ। ବିଶେଷକରି ୨ୟ ବିଶ୍ୱଯୁଦ୍ଧ ଏବଂ ଗୋଲ୍ଡ କଣ୍ଟ୍ରୋଲ ଆକ୍ଟ ଦ୍ୱାରା ୧୪ କ୍ୟାରେଟ୍‌ରୁ ଅଧିକ କ୍ୟାରେଟ୍‌ର ସୁନା ଉପରେ ରୋକ୍‌ ଭଳି ଅଳଙ୍କାର ଅନେକ ପ୍ରତିବନ୍ଧକ ଦେଇ ସେ ଗତି କରିଥିଲେ। ତଥାପି ଶୁଦ୍ଧତାର ମାନକ ଥିବା କେ ଡି ୨୨କେ ମାର୍କକୁ ସେ ବଜାରରେ ଆଗକୁ ନେଇଥିଲେ। ଉଲ୍ଲେଖଯୋଗ୍ୟ , ଖିମଜୀ ପ୍ରଥମେ ହଲ୍‌ମାର୍କ ଅଳଙ୍କାରକୁ ଓଡ଼ିଶା ବଜାରରେ ପରିଚୟ ଦେଇଥିଲା। ସର୍ବୋତ୍ତମ ଅଳଙ୍କାର କ୍ଷେତ୍ରରେ ଖିମ୍‌ଜୀ ବର୍ତ୍ତମାନ ଶ୍ରେଷ୍ଠରେ ରହିଛି। ଖିମ୍‌ଜୀର ପରବର୍ତ୍ତୀ ପିଢି ଆନ୍ତରିକତା ସହ ଏହାର ଅଭିଜ୍ଞତାକୁ ଆଗକୁ ବଢାଇଛନ୍ତି ଏବଂ ସମଗ୍ର ଓଡ଼ିଶାରେ ତଥା ବାହାରେ ମଧ୍ୟ ଗ୍ରାହକଙ୍କ ବିଶ୍ୱାସ ଜିଣିଛନ୍ତି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଆମର ଉପତ୍ତ୍ତି ବିଷୟରେ ମନେପକାଇ ଆମେ ଗର୍ବ ଅନୁଭବ କରୁଛୁ। ଖିମ୍‌ଜୀର ସମସ୍ତ ମୂଲ୍ୟବାନ୍‌ ଗ୍ରାହକ ଏବଂ ଯେଉଁମାନେ ଆମର ଏହି ସୁନ୍ଦର ଯାତ୍ରାରେ ଅଂଶ ହୋଇଛନ୍ତି ତାଙ୍କ ନିକଟରେ ଆମେ ସର୍ବଦା କୃତଜ୍ଞ। ୮୭ତମ ପ୍ରତିଷ୍ଠା ଦିବସରେ ସତ୍ୟତା, ବିଶ୍ୱାସ ଏବଂ ଶୁଦ୍ଧତାର ମନ୍ତ୍ର ଅନୁସରଣ କରିବା ସହ ଆମର ପ୍ରତିଶ୍ରୁତି ଆମେ ବଜାୟ ରଖୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri