Posted inଜାତୀୟ

୧୯ ଆତଙ୍କବାଦୀରୁ ୮ ନିହତ ହେଲେଣି

ନୂଆଦିଲ୍ଲୀ/ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ମଙ୍ଗଳବାର ୪ ବର୍ଷ ପୂରିଛି। ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଏକ ଗାଡ଼ି ଧ୍ୱଂସ ହେବା ସହ ୪୦ ଯବାନ ଶହୀଦ ହୋଇଥିଲେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଆର୍‌ପିଏଫ୍‌ ଏବଂ ସେନା ଅଧିକାରୀମାନେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବୀର ଯବାନମାନଙ୍କ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ। ସେମାନଙ୍କ ସାହସ ଆମକୁ ସଶକ୍ତ ଓ ବିକଶିତ ଭାରତ ଗଠନ ଲାଗି ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ସ୍ବତନ୍ତ୍ର ନିର୍ଦ୍ଦେଶକ ଜେନେରାଲ ଦଲ୍‌ଜିତ ସିଂ ଚୌଧାରୀଙ୍କ ନେତୃତ୍ୱରେ ସିଆର୍‌ପିଏଫ୍‌ ଅଫିସର, ଜମ୍ମୁ-କଶ୍ମୀର ପୋଲିସ ଏବଂ ଭାରତୀୟ ସେନା ପୁଲ୍‌ଓ୍ବାମା ଶହୀଦମାନଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁଲ୍‌ଓ୍ବାମା ବିସ୍ଫୋରଣରେ ୧୯ ଆତଙ୍କବାଦୀ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଇତିମଧ୍ୟରେ ୮ ଜଣ ନିହତ ହେବା ସହ ଅନ୍ୟ ୭ ଜଣଙ୍କୁ ଗିରଫ କରାଯାଇଥିବା ଜମ୍ମୁ-କଶ୍ମୀର ପୋଲିସ କହିଛି। ଏହି ଆକ୍ରମଣରେ ସମ୍ପୃକ୍ତ ୩ ପାକିସ୍ତାନୀଙ୍କ ସମେତ ୪ ଜଣ ଜୀବିତ ରହିଥିବା କଶ୍ମୀର ପୋଲିସ ଏଡିଜି ବିଜୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri