ଜିଲାପାଳଙ୍କ ଅଫିସ୍‌ ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ ଅଫିସ,୪।୧୧: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଲିଫ୍ଟରେ ବୁଧବାର ୮ଜଣ ଆଇନଜୀବୀ ପ୍ରାୟ ୨୦ ମିନିଟ ଫସିରହିଥିଲେ। ଏହି ସମୟରେ ସେମାନେ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ଏ ନେଇ ଜଣାପଡ଼ିବା ପରେ ଲିଫ୍ଟ ଚାବି ଖୋଲାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ହଠାତ୍‌ ଲିଫ୍ଟ ଅଚଳ ହୋଇପଡ଼ିବାରୁ ଏଭଳି ସ୍ଥିତି ଉପୁଜିଥିଲା।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଚାରିଦ୍ୱାରରେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦେବା ଦାବି ନେଇ ପୁରୀ ଆଇନଜୀବୀ ସଂଘର ଏକ ପ୍ରତିନିଧି ଦଳ ଦାବିପତ୍ର ଦେବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଦାବିପତ୍ର ପ୍ରଦାନ ପରେ ସେମାନେ ଲିଫ୍ଟ ଯୋଗେ ଫେରୁଥିଲେ। ଏହି ସମୟରେ ହଠାତ୍‌ ଲିଫ୍ଟ ଅଚଳ ହୋଇଯାଇଥିଲା। ଫଳରେ ସେମାନେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବା ଲାଗି କୌଣସି କର୍ମଚାରୀଙ୍କ ଦେଖା ନ ଥିଲା। ଏପରି କି ଟେକ୍ନିକାଲ ଇଞ୍ଜିନିୟର ଲିଫ୍ଟ ଖୋଲିବାକୁ ପ୍ରଥମେ ଉଦ୍ୟମ କରି ନ ଥିଲେ ବୋଲି ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅନ୍ୟ ଆଇନଜୀବୀମାନେ ଜାଣିବାକୁ ପାଇ ସେଠାରେ ପହଞ୍ଚି ଉଦ୍ଧାର ଲାଗି ପ୍ରୟାସ କରିଥିଲେ। ପ୍ରାୟ ୨୦ମିନିଟ୍‌ ପରେ ଲିଫ୍ଟ ଚାବି ଖୋଲାଯାଇ ଆଇନଜୀବୀମାନଙ୍କୁ ଉଦ୍ଧାର କରାଯାଇଥିଲା। ନିମ୍ନମାନର ଲିଫ୍ଟ ପାଇଁ ଏଭଳି ଘଟଣା ଘଟିଲା ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଧାର୍ଯ୍ୟ କ୍ଷମତାଠାରୁ ଅଧିକ ବ୍ୟକ୍ତି ଏକସଙ୍ଗେ ଲିଫ୍ଟରେ ଯିବା କାରଣରୁ ଏଭଳି ସ୍ଥିତି ଉୁପୁଜିଥିଲା। ଉଦ୍ଧାର ହୋଇଥିବା ଆଇନଜୀବୀମାନେ ସୁରକ୍ଷିତ ଓ ସୁସ୍ଥ ଥିଲେ। ଯେଭଳି ଏପରି ଅଘଟଣ ଭବିଷ୍ୟତରେ ନ ଘଟିବ ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସାହୁ କହିଛନ୍ତି। ଏନେଇ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri