ଆମେରିକା ସହ ଲଢ଼େଇ ପାଇଁ ଉତ୍ତରକୋରିଆର ୮ ଲକ୍ଷ ଲୋକ ସେନାରେ ହେବେ ସାମିଲ…

ପ୍ୟୋଙ୍ଗୟ୍ୟାଙ୍ଗ,୧୮।୩ : ଦକ୍ଷିଣ କୋରିଆ ଏବଂ ଆମେରିକାର ମିଳିତ ସାମରିକ ଅଭ୍ୟାସକୁ ବନ୍ଦ କରିବା ପାଇଁ ଉତ୍ତର କୋରିଆ ପ୍ରତିଦିନ ନୂଆ ଅଭିମୁଖ୍ୟ୍‌ ଗ୍ରହଣ କରୁଛି। ଆଇସିବିଏମ ଲଞ୍ଚ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ଏକ ବଡ ଘୋଷଣା କରିଛି। କୁହାଯାଇଛି ଯେ ଉତ୍ତର କୋରିଆର ଆଠ ଲକ୍ଷ ଲୋକ ଆମେରିକା ବିରୋଧରେ ଯୁଦ୍ଧ ପାଇଁ ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି। ଏଥିରେ ବହୁ ସଂଖ୍ୟକ ଛାତ୍ର ଏବଂ ଶ୍ରମିକ ଶ୍ରେଣୀ ମଧ୍ୟ ଅନ୍ତର୍ଭୁକ୍ତ। ଉତ୍ତର କୋରିଆ ଖବରକାଗଜ ରୋଡୋଙ୍ଗ ସିନମୁନରେ ଏହି ଦାବି କରାଯାଇଛି।

ଏହାପୂର୍ବରୁ ଗୁରୁବାର ଉତ୍ତର କୋରିଆ ହାୱାସଙ୍ଗ -୧୭ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ଉତକ୍ଷେପଣ କରିଥିଲା। ଖବର ଅନୁଯାୟୀ, ଉତ୍ତର କୋରିଆ କୋରିଆ ଉପଦ୍ୱୀପ ଏବଂ ଜାପାନ ମଧ୍ୟରେ ସମୁଦ୍ରରେ ଆଇସିବିଏମ ପକାଇ ଥିଲା। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଟୋକିଓ ଯିବାକୁ ଥିବାବେଳେ ଉତ୍ତର କୋରିଆ ଏହା କରିଥିଲା।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତି ଅନୁଯାୟୀ ଉତ୍ତର କୋରିଆର ବାଲିଷ୍ଟିକ କ୍ଷେପଣାସ୍ତ୍ର ଉପରେ ନିଷେଧାଦେଶ ଦିଆଯାଇଛି ଏବଂ ଏହି ଉତକ୍ଷେପଣ ସିଓଲ, ୱାଶିଂଟନ ଏବଂ ଟୋକିଓର ସରକାରଙ୍କ ଦ୍ୱାରା ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏହି ଉତ୍ତେଜନା ପାଇଁ ଆମେରିକା ଏବଂ ଦକ୍ଷିଣ କୋରିଆକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri