୮ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ସମୁଦ୍ରକୁ ବୋହି ଯାଉଥିବା ଜଳକୁ ସଂରକ୍ଷଣ କରାଯିବ। ମହାନଦୀର ତଳମୁଣ୍ଡରେ ଚଳିତ ବର୍ଷ ୮ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହା ଚାଲିବ। ଏଥିରେ ପ୍ରାୟ ୧୧,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ବଜେଟରେ ଏଥିପାଇଁ ୧୦୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତିି ଯେ ମହାନଦୀର ବିଭିନ୍ନ ଶାଖା ନଦୀରେ ହେବାକୁ ଥିବା ଷ୍ଟୋରେଜ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ( ସିଡବ୍ଲ୍ୟୁସି)ଙ୍କ ଅନୁମତି ଦରକାର ନାହିଁ। ସେହି ପ୍ରକଳ୍ପଗୁଡ଼ିକ ଯାଜପୁର ଜିଲାର ଖରସ୍ରୋତା, ସମ୍ବଲପୁର ଜିଲାର ଭେଡେନ, ସୁନ୍ଦରଗଡ଼ ଜିଲାର ସପାଇ, ବରଗଡ଼ ଜିଲାର ଅଙ୍ଗ, କଳାହାଣ୍ଡି ଜିଲାର ରେତ, ଗଞ୍ଜାମ ଜିଲାର ବଡ଼ନଦୀ ଓ ରାମ ନଦୀ ଏବଂ ବଲାଙ୍ଗୀର ଜିଲାର ସୁକତେଲ ନଦୀରେ ନିର୍ମାଣ କରାଯିିବ।
ମହାନଦୀ ଜଳ ବିବାଦ ମାମଲାକୁ ନେଇ ସିଡବ୍ଲ୍ୟୁସି ଓଡ଼ିଶାର ବହୁ ପ୍ରକଳ୍ପକୁ ଅଟକାଇ ରଖିଛି। ମହାନଦୀ ଟ୍ରିବ୍ୟୁନାଲ ରାୟ କେବେ ଆସିବ ଏହା ପରେ ସେ ସବୁ ପ୍ରକଳ୍ପ କାର୍ଯ୍ୟ ହେବ। ଏହାକୁ ନେଇ ବିଜେଡି ସଭ୍ୟ ଭୂପିନ୍ଦର ସିଂ ଉଦ୍‌ବେଗ ପ୍ରକାଶ କରିଥିଲେ। ମୂଳ ପ୍ରଶ୍ନରେ ସେ ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ କେଉଁ ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସିଡବ୍ଲ୍ୟୁସିଠାରେ ପଡି ରହିଛି। ରାଉଲ, ଉତେଇ ଓ ଉଦନ୍ତୀ ନଦୀର ଟେଣ୍ଡର କାର୍ଯ୍ୟ କେବେ ଡାକିବାକୁ ସ୍ଥିର ହୋଇଛି। ମନ୍ତ୍ରୀ କହିଥିଲେ ଯେ ଅପର ଉଦନ୍ତୀ, ମିଡ୍‌ଲ କୋଲାବ, ଖଇରିବନ୍ଧନ, ଅପର ବଂଶଧାରା, ଲୋୟର ବଂଶଧାରା, ତେଲ-ଇଣ୍ଟିଗ୍ରେଟେଡ୍‌, ଲକ୍ଷ୍ମୀପଥର ଓ ନବରଙ୍ଗପୁର ଆଦି ୮ଟି ପ୍ରକଳ୍ପର ଡିପିଆର ସିଡବ୍ଲ୍ୟୁସିକୁ ପଠାଯାଇଥିବା ବେଳେ ଅପର ସମାକୋଇ, ଚନ୍ଦ୍ରିିନଳା, କଟାଙ୍ଗି, ତେଲିଯୋର, ଖଡଗୋ, ଲୋୟର ଉଦନ୍ତୀ ଓ ସତୀଘାଟ ଅନୁମୋଦନ ପାଇଁ ପଠାଯାଇଛି। ତେବେ ସେଥିରୁ ସିଡବ୍ଲ୍ୟୁସି ତେଲ-ଇଣ୍ଟିଗ୍ରେଟେଡ୍‌, ଲକ୍ଷ୍ମୀପଥର, ତେଲିଯୋର, ଖଡଗୋ ଓ ସତୀଘାଟ ପ୍ରକଳ୍ପଗୁଡିକୁ ମହାନଦୀ ଜଳ ବିବାଦ ମାମଲା ଚୂଡ଼ାନ୍ତ ନିଷ୍ପତ୍ତି ଯାଏ ଅନୁମୋଦନ ପ୍ରକ୍ରିିୟାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ସେହିପରି କଟାଙ୍ଗି, ଲୋୟର ଉଦନ୍ତୀ ଓ ଅପର ଉଦନ୍ତୀ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି। ମହାନଦୀ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟ ପରେ ଏଗୁଡ଼ିକୁ ପୁଣି ପଠାଇବାକୁ ସିଡବ୍ଲ୍ୟୁସି କହିଛି। ଅନ୍ୟ ପ୍ରକଳ୍ପଗୁଡ଼ିକର ଡିପିଆର ଓ ଫିଜିବିଲିଟି ରିପୋର୍ଟ ବିଭିନ୍ନ କାରଣ ପାଇଁ ସିଡବ୍ଲ୍ୟୁସିଠାରେ ପଡି ରହିଛି। ରାଉଲ, ଉତେଇ ପ୍ରକଳ୍ପର ସର୍ଭେ କାର୍ଯ୍ୟ ଚାଲୁଥିବାରୁ ଏବଂ ଅପର ଉଦନ୍ତୀ ପ୍ରକଳ୍ପ ସିଡବ୍ଲ୍ୟୁସିର ଅନୁମୋଦନ ପାଇ ନ ଥିବାରୁ ଏବେ ଏହାର ଟେଣ୍ଡର ହୋଇପାରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସିଡବ୍ଲ୍ୟୁସି ପ୍ରକଳ୍ପ କାର୍ଯ୍ୟ ଅଟକାଉଥିବାରୁ ଲୋୟର ସୁକତେଲ କାର୍ଯ୍ୟ ହୋଇପାରିବ କି ନାହିଁ ବୋଲି କଂଗ୍ରେସ ସଦସ୍ୟ ନରସିଂହ ମିିଶ୍ର ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ କହିଥିଲେ, ଲୋୟର ସୁକତେଲ କାର୍ଯ୍ୟ ଚାଲୁ ରହିବ। ୨୦୧୬ରେ ଏହି ପ୍ରୋଜେକ୍ଟ ପାଇଁ ସଂଶୋଧିତ ମୂଲ୍ୟ ଧାର୍ଯ୍ୟ କରାଯାଇ ପଠାଯାଇଥିଲା। ତାହାକୁ ସିଡବ୍ଲ୍ୟୁସି ଫେରାଇ ଦେଇଛି। ବିଜେଡି ସଭ୍ୟ ପ୍ରଦୀପ ଅମାତ ମହାନଦୀ ଜଳ ବିବାଦକୁ ନେଇ ସିଡବ୍ଲ୍ୟୁସି ଜଳସେଚନ ପ୍ରୋଜେକ୍ଟଗୁଡ଼ିକୁ ଫେରାଇ ଦେବାକୁ ବିରୋଧ କରିଥିଲେ। ଏହା କେନ୍ଦ୍ରୀୟ ଅବହେଳାର ଆଉ ଏକ ନମୁନା ବୋଲି କହିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, ମହାନଦୀ ଜଳକୁ ଛତିଶଗଡ଼ ଅଟକାଇଲା। ଯେଉଁ ପାଣି ସମୁଦ୍ରକୁ ବୋହି ଯାଉଛି ସେଗୁଡ଼ିକୁ ସଂରକ୍ଷଣ ପାଇଁ ମହାନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଉ। ନଚେତ ମଣିଷ, ପଶୁପକ୍ଷୀ ପାଣି ଟୋପାଏ ପାଇବେ ନାହିଁ। ମନ୍ତ୍ରୀ କହିଥିଲେ, ସରକାର ବିଭିନ୍ନ ନଦୀରେ ଜଳକୁ ସଂରକ୍ଷଣ କରିବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri