୮ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ସମୁଦ୍ରକୁ ବୋହି ଯାଉଥିବା ଜଳକୁ ସଂରକ୍ଷଣ କରାଯିବ। ମହାନଦୀର ତଳମୁଣ୍ଡରେ ଚଳିତ ବର୍ଷ ୮ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହା ଚାଲିବ। ଏଥିରେ ପ୍ରାୟ ୧୧,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ବଜେଟରେ ଏଥିପାଇଁ ୧୦୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତିି ଯେ ମହାନଦୀର ବିଭିନ୍ନ ଶାଖା ନଦୀରେ ହେବାକୁ ଥିବା ଷ୍ଟୋରେଜ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ( ସିଡବ୍ଲ୍ୟୁସି)ଙ୍କ ଅନୁମତି ଦରକାର ନାହିଁ। ସେହି ପ୍ରକଳ୍ପଗୁଡ଼ିକ ଯାଜପୁର ଜିଲାର ଖରସ୍ରୋତା, ସମ୍ବଲପୁର ଜିଲାର ଭେଡେନ, ସୁନ୍ଦରଗଡ଼ ଜିଲାର ସପାଇ, ବରଗଡ଼ ଜିଲାର ଅଙ୍ଗ, କଳାହାଣ୍ଡି ଜିଲାର ରେତ, ଗଞ୍ଜାମ ଜିଲାର ବଡ଼ନଦୀ ଓ ରାମ ନଦୀ ଏବଂ ବଲାଙ୍ଗୀର ଜିଲାର ସୁକତେଲ ନଦୀରେ ନିର୍ମାଣ କରାଯିିବ।
ମହାନଦୀ ଜଳ ବିବାଦ ମାମଲାକୁ ନେଇ ସିଡବ୍ଲ୍ୟୁସି ଓଡ଼ିଶାର ବହୁ ପ୍ରକଳ୍ପକୁ ଅଟକାଇ ରଖିଛି। ମହାନଦୀ ଟ୍ରିବ୍ୟୁନାଲ ରାୟ କେବେ ଆସିବ ଏହା ପରେ ସେ ସବୁ ପ୍ରକଳ୍ପ କାର୍ଯ୍ୟ ହେବ। ଏହାକୁ ନେଇ ବିଜେଡି ସଭ୍ୟ ଭୂପିନ୍ଦର ସିଂ ଉଦ୍‌ବେଗ ପ୍ରକାଶ କରିଥିଲେ। ମୂଳ ପ୍ରଶ୍ନରେ ସେ ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ ଯେ କେଉଁ ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସିଡବ୍ଲ୍ୟୁସିଠାରେ ପଡି ରହିଛି। ରାଉଲ, ଉତେଇ ଓ ଉଦନ୍ତୀ ନଦୀର ଟେଣ୍ଡର କାର୍ଯ୍ୟ କେବେ ଡାକିବାକୁ ସ୍ଥିର ହୋଇଛି। ମନ୍ତ୍ରୀ କହିଥିଲେ ଯେ ଅପର ଉଦନ୍ତୀ, ମିଡ୍‌ଲ କୋଲାବ, ଖଇରିବନ୍ଧନ, ଅପର ବଂଶଧାରା, ଲୋୟର ବଂଶଧାରା, ତେଲ-ଇଣ୍ଟିଗ୍ରେଟେଡ୍‌, ଲକ୍ଷ୍ମୀପଥର ଓ ନବରଙ୍ଗପୁର ଆଦି ୮ଟି ପ୍ରକଳ୍ପର ଡିପିଆର ସିଡବ୍ଲ୍ୟୁସିକୁ ପଠାଯାଇଥିବା ବେଳେ ଅପର ସମାକୋଇ, ଚନ୍ଦ୍ରିିନଳା, କଟାଙ୍ଗି, ତେଲିଯୋର, ଖଡଗୋ, ଲୋୟର ଉଦନ୍ତୀ ଓ ସତୀଘାଟ ଅନୁମୋଦନ ପାଇଁ ପଠାଯାଇଛି। ତେବେ ସେଥିରୁ ସିଡବ୍ଲ୍ୟୁସି ତେଲ-ଇଣ୍ଟିଗ୍ରେଟେଡ୍‌, ଲକ୍ଷ୍ମୀପଥର, ତେଲିଯୋର, ଖଡଗୋ ଓ ସତୀଘାଟ ପ୍ରକଳ୍ପଗୁଡିକୁ ମହାନଦୀ ଜଳ ବିବାଦ ମାମଲା ଚୂଡ଼ାନ୍ତ ନିଷ୍ପତ୍ତି ଯାଏ ଅନୁମୋଦନ ପ୍ରକ୍ରିିୟାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ସେହିପରି କଟାଙ୍ଗି, ଲୋୟର ଉଦନ୍ତୀ ଓ ଅପର ଉଦନ୍ତୀ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି। ମହାନଦୀ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟ ପରେ ଏଗୁଡ଼ିକୁ ପୁଣି ପଠାଇବାକୁ ସିଡବ୍ଲ୍ୟୁସି କହିଛି। ଅନ୍ୟ ପ୍ରକଳ୍ପଗୁଡ଼ିକର ଡିପିଆର ଓ ଫିଜିବିଲିଟି ରିପୋର୍ଟ ବିଭିନ୍ନ କାରଣ ପାଇଁ ସିଡବ୍ଲ୍ୟୁସିଠାରେ ପଡି ରହିଛି। ରାଉଲ, ଉତେଇ ପ୍ରକଳ୍ପର ସର୍ଭେ କାର୍ଯ୍ୟ ଚାଲୁଥିବାରୁ ଏବଂ ଅପର ଉଦନ୍ତୀ ପ୍ରକଳ୍ପ ସିଡବ୍ଲ୍ୟୁସିର ଅନୁମୋଦନ ପାଇ ନ ଥିବାରୁ ଏବେ ଏହାର ଟେଣ୍ଡର ହୋଇପାରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସିଡବ୍ଲ୍ୟୁସି ପ୍ରକଳ୍ପ କାର୍ଯ୍ୟ ଅଟକାଉଥିବାରୁ ଲୋୟର ସୁକତେଲ କାର୍ଯ୍ୟ ହୋଇପାରିବ କି ନାହିଁ ବୋଲି କଂଗ୍ରେସ ସଦସ୍ୟ ନରସିଂହ ମିିଶ୍ର ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ କହିଥିଲେ, ଲୋୟର ସୁକତେଲ କାର୍ଯ୍ୟ ଚାଲୁ ରହିବ। ୨୦୧୬ରେ ଏହି ପ୍ରୋଜେକ୍ଟ ପାଇଁ ସଂଶୋଧିତ ମୂଲ୍ୟ ଧାର୍ଯ୍ୟ କରାଯାଇ ପଠାଯାଇଥିଲା। ତାହାକୁ ସିଡବ୍ଲ୍ୟୁସି ଫେରାଇ ଦେଇଛି। ବିଜେଡି ସଭ୍ୟ ପ୍ରଦୀପ ଅମାତ ମହାନଦୀ ଜଳ ବିବାଦକୁ ନେଇ ସିଡବ୍ଲ୍ୟୁସି ଜଳସେଚନ ପ୍ରୋଜେକ୍ଟଗୁଡ଼ିକୁ ଫେରାଇ ଦେବାକୁ ବିରୋଧ କରିଥିଲେ। ଏହା କେନ୍ଦ୍ରୀୟ ଅବହେଳାର ଆଉ ଏକ ନମୁନା ବୋଲି କହିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, ମହାନଦୀ ଜଳକୁ ଛତିଶଗଡ଼ ଅଟକାଇଲା। ଯେଉଁ ପାଣି ସମୁଦ୍ରକୁ ବୋହି ଯାଉଛି ସେଗୁଡ଼ିକୁ ସଂରକ୍ଷଣ ପାଇଁ ମହାନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଉ। ନଚେତ ମଣିଷ, ପଶୁପକ୍ଷୀ ପାଣି ଟୋପାଏ ପାଇବେ ନାହିଁ। ମନ୍ତ୍ରୀ କହିଥିଲେ, ସରକାର ବିଭିନ୍ନ ନଦୀରେ ଜଳକୁ ସଂରକ୍ଷଣ କରିବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

ସହରାଞ୍ଚଳରେ ସ୍ବଚ୍ଛ ବାୟୁ ପାଇଁ ‘ଲିକ୍ୱିଡ୍‌ ଟ୍ରି’

ଧାନବାଦ,୮ା୭(ପିଟି): କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଏବଂ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଏସ୍‌ଆଇଆର-ସିଆଇଏମ୍‌ଏଫ୍‌ଆର)ର ଗବେଷକମାନେ ଭାରତର ପ୍ରଥମ ମୋବାଇଲ…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri