ଉଦ୍‌ଘାଟନର ୮ଦିନରେ ଭାଙ୍ଗିପଡ଼ିଲା ଡ୍ରେନ

ଚୌଦ୍ୱାର/ମଙ୍ଗୁଳି-ଜଗତ୍‌ପୁର (ଡି.ଏନ୍‌.ଏ.)୧୭।୩: ଚୌଦ୍ୱାର ପୌରପାଳିକା ଅଧୀନ ୧୯ନମ୍ବର ୱାର୍ଡ ହାଉସିଂ ବୋର୍ଡ କଲୋନୀରେ ଗତ ୮ଦିନ ତଳେ ଉଦ୍‌ଘାଟିତ ହୋଇଥିବା ଏକ ଡ୍ରେନ୍‌ ଏବଂ ଏଥିରେ ପକାଯାଇଥିବା ସ୍ଲାବ ଭାଙ୍ଗି ଯାଇଛି। ଫଳରେ ଗୁରୁବାର ସକାଳେ ସେହି ଡ୍ରେନ୍‌ ଦେଇ ଯାଉଥିବା ଏକ ପାଣି ଟ୍ୟାଙ୍କର ଡ୍ରେନ୍‌ ମଧ୍ୟକୁ ଖସି ପଡ଼ିଛି। ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଡ୍ରେନ୍‌କୁ ଗତ ୯ତାରିଖରେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଉଦ୍‌ଘାଟନ କରିଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ ଡ୍ରେନ୍‌ ଓ ସ୍ଲାବ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ହାଉସିଂ ବୋର୍ଡ କଲୋନୀର ନିର୍ମଳା ବେହେରାଙ୍କ ଘର ସମ୍ମୁଖରେ ନିର୍ମାଣ ହୋଇଥିବା ଡ୍ରେନ୍‌ ଦେଇ ଗୁରୁବାର ସକାଳ ପ୍ରାୟ ୮ଟାରେ ଏକ ପାଣି ଟାଙ୍କି ଯାଉଥିବାବେଳେ ଏହା ଉପରେ ଥିବା ସ୍ଲାବ୍‌ ଭାଙ୍ଗିଯିବାରୁ ପାଣି ଟ୍ୟାଙ୍କର ଗଳି ପଡ଼ିଥିଲା। ପରେ ଉକ୍ତ ଟ୍ୟାଙ୍କରରୁ ପାଣି ନିଷ୍କାସନ କରାଯିବା ପରେ ଏହାକୁ ଡ୍ରେନ୍‌ ମଧ୍ୟରୁ କଢ଼ାଯାଇଥିଲା। ତେବେ ଉକ୍ତ ଡ୍ରେନ୍‌ ଏବଂ ସ୍ଲାବ ଅତି ନିମ୍ନମାନର କରାଯାଇଥିବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ ହେଉଛି। ଠିକାଦାର ଆବଶ୍ୟକ ପରିମାଣର ସିମେଣ୍ଟ ଏବଂ ରଡ୍‌ ବ୍ୟବହାର କରି ନ ଥିବାରୁ ଡ୍ରେନ ଉପରେ ପଡିଥିବା ଅଧିକାଂଶ ସ୍ଲାବରେ ଗୋଡ଼ି ଏବଂ ବାଲି ବାହାରି ରଡ଼ ଦେଖାଯାଉଛି। ଏପରି କି ଡ୍ରେନ୍‌ ନିର୍ମାଣ ସମୟରେ ସ୍ଥାନୀୟ ଲୋକମାନେ ନିମ୍ନମାନର କାମ ଅଭିଯୋଗ କରି ଏହାର ଭିଡ଼ିଓ ପୌର ନିର୍ବାହୀ ଯନ୍ତ୍ରୀଙ୍କ ମୋବାଇଲକୁ ପଠାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସ୍ଥାନୀୟ ବାସିନ୍ଦା ଶ୍ରୀଧର ମହାରଣା କହିଛନ୍ତି। ଏପରି କି ସ୍ଲାବର ଆକାର ଠିକ୍‌ ନ ଥିବାରୁ ଏହା ଉପର ଦେଇ ଚାଲିଲେ ଶବ୍ଦ ହେଉଥିବା ଶ୍ରୀଧର ଅଭିଯୋଗ କରିଛନ୍ତି। ସେହିପରି ରାଜମିସ୍ତ୍ରି ବିଷ୍ଣୁ ବେହେରାଙ୍କ କହିବା ହେଲା ନିୟମ ଅନୁସାରେ ସ୍ଲାବରେ ଆବଶ୍ୟକ ସଂଖ୍ୟାର ରଡ୍‌ ବନ୍ଧା ଏବଂ କମ୍‌ ସିମେଣ୍ଟ ବ୍ୟବହାର କରାଯାଇଥିବାରୁ ଏଭଳି ସ୍ଥିତି ଉପୁଜିଲା। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ କାମ ବେଳେ ପୌର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ରିପୋର୍ଟ ଦେବା ପରେ ପ୍ରକଳ୍ପ ଉଦଘାଟନ କରାଯାଇଥିଲା। ତେବେ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ମୋତେ ଜଣା ନାହିଁ। ଏବେ ମୁଁ ନିଜେ ସେ କାମର ଫାଇଲ ଚେକ୍‌ କରିବା ସହ ସ୍ଲାବ ଏବଂ ଡ୍ରେନ୍‌ର ସ୍ଥିତି ଅନୁଧ୍ୟାନ କରିବି। ଯଦି କାମଟି ନିମ୍ନମାନର ହୋଇଥାଏ କନିଷ୍ଠ ଯନ୍ତ୍ରୀ ଏହାର ଉତ୍ତରଦାୟୀ ରହିବେ ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri