ପରିତ୍ୟକ୍ତ ଗାଡ଼ି ଉଠାଇବାକୁ ସ୍ପେଶାଲ ଡ୍ରାଇଭ: ଟୁଇଟର, ଫେସ୍‌ବୁକ, ୧୦୦ ଡାଏଲ କରି ଜଣାନ୍ତୁ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): ରାଜଧାନୀର ଅନେକ ସ୍ଥାନରେ ରାସ୍ତାପାର୍ଶ୍ୱରେ ପରିତ୍ୟକ୍ତ ଅବସ୍ଥାରେ ଅନେକ ଗାଡ଼ି ପଡ଼ିରହୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ପଡ଼ିରହୁଥିବାରୁ ବହୁ ଜାଗା ମାଡ଼ିବସୁଛି, ଯାହାକି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏଥିପାଇଁ ଅନେକ ଦୁର୍ଘଟଣା ଘଟିବାର ମଧ୍ୟ ନଜିର ରହିଛି। ଏଭଳି ସମସ୍ୟାକୁ ନେଇ ବହୁବାର ଅଭିଯୋଗ ହେବାପରେ ଏନେଇ କମିଶନରେଟ୍‌ ପୋଲିସର ଚେତା ପଶିଛି। କମିଶନରେଟ ପୋଲିସ ପକ୍ଷରୁ ଶନିବାରଠାରୁ ଏକ ୭ଦିନିଆ ସ୍ପେଶାଲ୍‌ ଡ୍ରାଇଭ ଆରମ୍ଭ କରାଯାଇଛି ବୋଲି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସ୍ପେଶାଲ ଡ୍ରାଇଭରେ ରାସ୍ତା ପାର୍ଶ୍ୱରେ ଦୀର୍ଘଦିନ ଧରି ପଡ଼ିରହିଥିବା ଗାଡିଗୁଡ଼ିକୁ ହଟାଇନେବାକୁ ମାଲିକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଉଛି। ପ୍ରାଥମିକଭାବେ ସେମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଏହାସତ୍ତ୍ୱେ ଯଦି ଗାଡ଼ିମାଲିକ ଅମାନିଆ ହୋଇ ରାସ୍ତାପାର୍ଶ୍ୱରୁ ଗାଡ଼ି ନ ଉଠାନ୍ତି, ତେବେ ପୋଲିସ କ୍ରେନ୍‌ ସାହାଯ୍ୟରେ ଗାଡ଼ି ଉଠାଇନେଇ ଏକ ଡମ୍ପିଂ ୟାର୍ଡରେ ରଖିବ। ପରେ ସମ୍ପୃକ୍ତ ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରାଯାଇ ଗାଡ଼ି ଛଡ଼ା ଯିବ। ଗାଡ଼ି ଉଠାଇବା ସମୟରେ ହୋଇଥିବା ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ଗାଡ଼ିମାଲିକ ବହନ କରିବେ। ଏଥିସହ ମେଶିନ୍‌ ମାଧ୍ୟମରେ ଗାଡ଼ି ଉଠାଇବା ସମୟରେ ଗାଡ଼ିର ଯଦି କିଛି କ୍ଷତି ହୁଏ ସେଥିପ୍ରତି ପୋଲିସ ଦାୟୀ ରହିବ ନାହିଁ। ଡ୍ରାଇଭ୍‌ର ପ୍ରଥମ ଦିନରେ ବରମୁଣ୍ଡା, ରସୁଲଗଡ଼ ଏବଂ କଳ୍ପନା ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ ଗାଡ଼ି ଉଠାଯାଇଛି। ଆଗାମୀ ଦିନରେ ଏହି ଡ୍ରାଇଭକୁ ବ୍ୟାପକ କରାଯିବା ସହ ସହରର ସମସ୍ତ ସ୍ଥାନରୁ ଏଭଳି ବେଆଇନ ପାର୍କିଂ ଉଚ୍ଛେଦ କରାଯିବ। ଡ୍ରାଇଭର ପ୍ରଥମ ଦିନରେ ଟ୍ରାଫିକ ପୋଲିସ ଫୋକସ୍‌ରେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ରହିଥିଲା। ବସ୍‌ଷ୍ଟାଣ୍ଡ ସାମ୍ନା ରାସ୍ତାରେ ମାସମାସ ଧରି ଅଚଳ ଅନେକ ବସ୍‌ ପରିତ୍ୟକ୍ତ ଭାବେ ପଡ଼ିରହିଛି। ବସ୍‌ଗୁଡିକୁ ପୋଲିସ ଉଠାଇନେବା ସମୟରେ କିଛି ସମୟ ପାଇଁ ବସ୍‌ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri