ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ ୭୭ତମ ବନ ମହୋତ୍ସବ ସପ୍ତାହ–୨୦୨୬ ପାଳିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ମଧ୍ୟ ମିଳିତ ଭାବେ ବନ ମହୋତ୍ସବ ପାଳନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେଏମଏଫସି କୋର୍ଟର ବିଚାରପତି ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଡା. ତାରିଣୀ ପ୍ରସାଦ ସାହୁ ଯୋଗଦେଇଥିଲେ। ସେ ପାରମ୍ପରିକ ରୀତିନୀତିରେ ନଡ଼ିଆ ବାଡ଼େଇ ପୂଜାର୍ଚ୍ଚନା କରି ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ତପନ କୁମାର ପତି, ଥୁଆମୂଳ ରାମପୁର ଥାନାର ଏସ୍‌.ଆଇ. ସନ୍ତୋଷ କୁମାର ସେଠୀ ଏବଂ ସ୍ଥାନୀୟ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ।

ବନ ମହୋତ୍ସବ ଅବସରରେ ପ୍ରାୟ ୨୦ଟି ଚାରା ରୋପଣ କରାଯାଇଥିବାବେଳେ ଅତିଥିମାନଙ୍କ ଦ୍ୱାରା ଅଁଳା, ଚମ୍ପା ଓ ଆମ୍ବ ସମେତ ୮ଟି ପ୍ରମୁଖ ବୃକ୍ଷର ଚାରା ରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ସରକାରୀ ଓକିଲ ସୁଧାଂଶୁ ନାଏକ, ମନୋରଞ୍ଜନ ନାଏକ, କୋର୍ଟର ମୁଖ୍ୟ କିରାଣୀ ଅଶୋକ ସାହୁଙ୍କ ସମେତ ଅନ୍ୟାନ୍ୟ କୋର୍ଟ ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରେଞ୍ଜର ତ୍ରିନାଥ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫରେଷ୍ଟର ଏକାଦଶୀ ନାଏକ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ, ରଞ୍ଜିତା ଖଡ଼ିଆ ଓ ଅନ୍ୟାନ୍ୟ ବନ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମୋଦି ସରକାରଙ୍କ ବଡ଼ ଘୋଷଣା: ଏବେ କେମିତି ମିଳିବ ନୂଆ PNG କନେକ୍ସନ? ଜାଣନ୍ତୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ LPGର ଅଭାବ ମଧ୍ୟରେ ମୋଦି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଘରେ ଘରେ ପାଇପ…

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୯ା୮: ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରିବା ଭଳି ବିଷୟବସ୍ତୁ ଅନ୍‌ଲାଇନରେ ପୋଷ୍ଟ କରିବାରୁ ପୋଲିସ ସଂଗଠନକୁ ରୋକିବା ପାଇଁ…

ପୁଣି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପରେ ବଢିବ ବର୍ଷା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟଦେଇ ଗତି କରିବା ସହ ଦୁର୍ବଳ ହୋଇ…

ସରକାରଙ୍କ ଘୋଷଣା: ୩ୟ ସନ୍ତାନ ପାଇଁ ସରକାରୀ କର୍ମଚାରୀଙ୍କୁ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ, ୧୯।୮: ସରକାରୀ ମହିଳା କର୍ମଚାରୀମାନେ ଏବେ ୩ୟ ସନ୍ତାନ ପାଇଁ ମଧ୍ୟ ପୂର୍ବର ୧୨ ସପ୍ତାହ ବଦଳରେ ପୂରା ୩୬୫ ଦିନ ବା ୧ବର୍ଷର ମାତୃତ୍ୱ…

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri