Posted inଫୁରସତ

ସ୍କୁଲରେ ୭୬ ଜଣଙ୍କ ମୁହଁ ଏକାଭଳି

ଚଣ୍ଡିଗଡ଼: କୁହାଯାଏ, ଦୁନିଆରେ ଏକ ମୁହଁର ଅନେକ ଲୋକ ଥାନ୍ତି। କିନ୍ତୁ ସେମାନଙ୍କୁ ଏକାସାଙ୍ଗରେ ଦେଖିବା ଘଟଣା କମ୍‌ ଦେଖିବାକୁ ମିଳିଥାଏ। ହେଲେ ଏପରି ଏକ ସ୍କୁଲ ଅଛି, ଯେଉଁଥିରେ ପାଖାପାଖି ଏକା ମୁହଁର ଅନେକ ପିଲା ପାଠ ପଢୁଛନ୍ତି। ପଞ୍ଜାବର ଜଳନ୍ଧରରେ ଏକ ପୋଲିସ ଡିଏଭି ସ୍କୁଲରେ ଏପରି ଘଟଣା ଦେଖିବାକୁ ମିଳିଛି। ସ୍କୁଲରେ ୭୬ ଛାତ୍ରୀଛାତ୍ରଙ୍କ ମୁହଁ ଦେଖିବାକୁ ପାଖାପାଖି ଏକା ଭଳି। ଏଠାରେ ଅନେକ ଛାତ୍ରୀଛାତ୍ର ଯାଅଁାଳା ଭଉଣୀ ମଧ୍ୟ ପଢୁଛନ୍ତି। ଉକ୍ତ ସ୍କୁଲର ଜଣେ ଛାତ୍ର କହିଛନ୍ତି, ଯେତେବେଳେ ଏଠାରେ କେହି ଭୁଲ କରନ୍ତି, ସେତେବେଳେ ତାଙ୍କ ମୁହଁ ଭଳି ଦେଖାଯାଉଥିବା ଅନ୍ୟ ଜଣଙ୍କୁ ବେଳେବେଳେ ତା’ର ଦଣ୍ଡ ମିଳିଥାଏ। ଅନେକ ସମୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ସେଥିପାଇଁ ଅନେକ ସମୟରେ ଜଣଙ୍କ ବଦଳରେ ଅନ୍ୟ ଜଣଙ୍କୁ ଶିକ୍ଷକଙ୍କଠୁ ଗାଳି ଶୁଣିବାକୁ ପଡ଼ିଥାଏ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ତାଙ୍କ ସ୍କୁଲରେ ୭୦ରୁ ଊର୍ଦ୍ଧ୍ୱ ଏକା ମୁହଁ ଥିବା ପିଲା ପଢୁଥିବା ସେ ଯେତେବେଳେ ଜାଣିବାକୁ ପାଇଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହାପରେ ସେ ତାଙ୍କ ସ୍କୁଲର ନାମକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ଲେଖାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?