୭୫୫୬ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍‌ ଟିକା

ଖୋର୍ଦ୍ଧା ଅଫିସ,୬ା୧: କୋଭିଡ୍‌-୧୯ ଟିକାକରଣ ପାଇଁ ଟାସ୍କଫୋର୍ସ କମିଟିର ତୃତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ପତି କହିଲେ ଯେ, ଟିକାଦାନ ଲାଗି ସମସ୍ତ ପ୍ରସ୍ତୁତି ସରିଛି। ନିକଟରେ ଡ୍ରାଏ ରନ୍‌ ମକଡ୍ରିଲ କରାଯାଇଛି। ଖୋର୍ଦ୍ଧା ଜିଲାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ। ଜିଲାରେ ୭୫୫୬ଜଣଙ୍କୁ ଟିକା ଦିଆଯିବ। ସେମାନଙ୍କ ମଧ୍ୟରୁ ୩୧୦୫ ଜଣ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀ, ୪୧୧୬ ମହିଳା ଓ ଶିଶୁ ବିଭାଗର କର୍ମଚାରୀ ଏବଂ ୩୩୫ଜଣ ଘରୋଇ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ଜିଲାର ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୬୦ଟି କେନ୍ଦ୍ରରେ ଟିକାଦାନ କେନ୍ଦ୍ର କରାଯାଇଛି। ପ୍ରତି କେନ୍ଦ୍ରରେ ଜଣେ ମେଡିକାଲ ଅଫିସର ରହିବେ। ସୁପରିଚାଳନା ଲାଗି ୩୪୨ ଭାକ୍ସିନେଟର ସୁପରଭାଇଜର ନିୟୋଜିତ ହେବେ। କୋଭିଡ୍‌ ଟିକା ରଖିବା ଲାଗି ସମସ୍ତ ବ୍ୟବସ୍ଥା କରାଯିବ। ଟିକାକରଣ ଲାଗି ଜିଲା ଏବଂ ବ୍ଲକସ୍ତରରେ ବୈଠକ ଓ ତାଲିମ ସରିଛି। ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଦ୍ୱାରିକାନାଥ ଶତପଥୀ କହିଲେ, ପ୍ରତିଦିନ ଶହେ ଜଣକୁ ଟିକା ଦିଆଯିବ। ଟିକା ନେବାକୁ ଥିବା କୋଭିଡ୍‌ ଯୋଦ୍ଧାଙ୍କ ନାମ ପୂର୍ବରୁ ପଞ୍ଜୀକୃତ ସରିଛି। ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଦିଆଯିବ। ଟିକାକରଣ ଲାଗି ପୂର୍ବ ପ୍ରସ୍ତୁତି ସରିଛି। ପ୍ରତି କେନ୍ଦ୍ରରେ ଜଣେ ଭାକ୍ସିନେଟର, ଜଣେ ଭାକ୍ସିନେସନ ଅଧିକାରୀ, ଜଣେ ଭେରିଫାୟର ଓ ୨ଜଣ ସୁପରଭାଇଜର ରହିବେ। ପ୍ରତି କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ କେନ୍ଦ୍ର ଓ ଟିକାକରଣ କେନ୍ଦ୍ର ରହିବ। ଟିକା ନେବା ପରେ ୩୦ ମିନିଟ ନିରୀକ୍ଷଣରେ ରହିବା ପରେ ଛଡ଼ାଯିବ। ବୈଠକରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜୀବନ୍ତ ଆଚାର୍ଯ୍ୟ, ଡେପୁଟି କଲେକ୍ଟର ଡ. ବଳରାମ ବାଗ, ଡିପିଏମ୍‌ ଗୀତାଞ୍ଜଳି ଦାସ, ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri