ଲିଙ୍ଗଗତ-ଭେଦଭାବ ମାମଲାରେ ୨ ହଜାର ମହିଳା କର୍ମଚାରୀଙ୍କୁ ୭୫୦ କୋଟି କ୍ଷତିପୂରଣ…

କାଲିଫର୍ନିଆ, ୨୯।୧୨: ଲିଙ୍ଗଗତ ଭେଦଭାବ ମାମଲାର ସମାଧାନ ପାଇଁ ଭିଡିଓ ଗେମ ନିର୍ମାତା ରୟଟ ଗେମ୍ସ ପକ୍ଷରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୨,୦୦୦ ମହିଳା କର୍ମଚାରୀଙ୍କୁ ୭୫୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ରାଜି ହୋଇଛି। ଏବେ କମ୍ପାନୀରେ କାର୍ଯ୍ୟ କରୁଥିବା ତଥା ପୂର୍ବତନ ମହିଳା କର୍ମଚାରୀମାନେ ୨୦୧୮ରେ କମ୍ପାନୀ ବିରୋଧରେ ମକଦ୍ଦମା ଦାୟର କରିଥିଲେ। ପୂର୍ବରୁ ଏହି ମାମଲାକୁ ମାତ୍ର ୭୫ କୋଟି ଟଙ୍କାରେ ସମାଧାନ କରିବାର ପ୍ରୟାସ କରାଯାଇଥିଲା। ଏନେଇ କାଲିଫର୍ନିଆର ଦୁଇଟି କର୍ମଚାରୀ ଏଜେନ୍ସି ସମାଧାନ ବନ୍ଦ କରିବାକୁ ହସ୍ତକ୍ଷେପ କଲେ ଯାହା ଦ୍ୱାରା ମହିଳାମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯାଇପାରିବ।

ଶେଷରେ ଚାଇନାର ଟେକ ଜଏଣ୍ଟ ଟେନ୍ସେଣ୍ଟ ଦ୍ୱାରା ପରିଚାଳିତ ରାୟଟ ଗେମ୍ସ୍‌କୁ ମୁଣ୍ଡ ନୋଇବାକୁ ପଡ଼ିଛି। ନଭେମ୍ବର ୨୦୧୪ରୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରାୟ ୬୦୦ କୋଟି ଟଙ୍କା ଏବଂ ଆଟର୍ଣ୍ଣି ଫି ସମେତ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୫୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କର୍ମଚାରୀଙ୍କ ବେତନ ଏବଂ ଚାକିରି ସମ୍ବନ୍ଧୀୟ କାର୍ଯ୍ୟରେ ଲିଙ୍ଗଗତ ସମାନତାର ବିଶ୍ଳେଷଣ ତୃତୀୟ ପକ୍ଷଙ୍କ ଦ୍ୱାରା କରାଯିବ।

କାଲିଫର୍ନିଆର ଫେୟାର ଏମ୍ପ୍ଲୟମେଣ୍ଟ ଆଣ୍ଡ ହାଉସିଂ ବିଭାଗର ନିର୍ଦ୍ଦେଶକ କଓ୍ବେିନ କିଶଙ୍କ ଅନୁଯାୟୀ, ଲସ ଆଞ୍ଜେଲସ ସୁପ୍ରିମକୋର୍ଟ ଏହି ବୁଝାମଣାକୁ ଅନୁମତି ପ୍ରଦାନ କରିବା ପରେ ଖେଳ ଜଗତ ସମେତ ସମସ୍ତ ଉଦ୍ୟୋଗ କ୍ଷେତ୍ରରେ ସମାନ ଦରମା ଏବଂ ଲିଙ୍ଗମୁକ୍ତ କାର୍ଯ୍ୟକ୍ଷେତ୍ର ସ୍ଥାପନ ପଥ ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ଆଉ ଏକ ଝଟକା….ପୁଣି ଥରେ ବଢ଼ିଲା CNG ଦର, ୧୨ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ,୨୬।୫:  ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ସହିତ ଜଡ଼ିତ ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । CNG ମଧ୍ୟ କ୍ରମଶଃ ମହଙ୍ଗା ହେଉଛି। ମଙ୍ଗଳବାର…

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri