୭୧ତମ ବାଦି ପାଲା ମହୋତ୍ସବ: କଳାକାର ସମ୍ବର୍ଦ୍ଧିତ

ପାଟଣା,୬।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଶାସନରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୭୧ତମ ବାଦି ପାଲା ମହୋତ୍ସବ ଉଦଯାପିତ ହୋଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା ସତ୍ୟନାରାୟଣ ପାଲା ଅନୁଷ୍ଠାନ ସୁଆମ ଶାସନର ସଭାପତି ଭାଗିରଥି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଛି।

ଏଥିରେ ମୁଖ୍ୟ ଅତିଥିଭାବେ ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣାପାଣି ନାୟକ, ମୁଖ୍ୟବକ୍ତା ଭାବେ ବଡ ପାଟଣା ସରପଞ୍ଚ ବିନତୀ ବାନାରା, ସମ୍ମାନୀତ ଅତିଥି ଭାବେ ୨୩ ନମ୍ବର ଜୋନ ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ସାମାଜିକ କର୍ମୀ ଅଜିତ କୁମାର ଦାଶ, ଏବିଇଓ ଦୀଲ୍ଲିପ କୁମାର ବେହେରା, ପର୍ଶୁରାମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନାୟକ ଚଳିତବର୍ଷ ବାଦିପାଲା ପରିବେଷଣ କରିଥିବା ଗାୟକ ଶିଶିର ପାଢ଼ୀଙ୍କୁ, ପୁଷ୍ପଗୁଚ୍ଛ ଉତ୍ତରୀୟ, ମାନପତ୍ର ସହ (ଗାୟକ କଲ୍ଲୋଳ ଉପାଧି ପ୍ରଦାନ କରା ଯାଇଥିଲା) ସେହି ଭଳି ଗାୟକ କୈଳାସ ଚନ୍ଦ୍ର ପାଣିଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ସହ ମାନ ପତ୍ର (ଗାୟକ ବେଦାନ୍ତ ଦର୍ଶୀ ଉପାଧି) ପ୍ରଦାନ କରାଯାଇଥିଲା। ସେହିଭଳି ପାଲା ଅନୁଷ୍ଠାନ ପ୍ରତି ଥିବା ଅବଦାନ ପାଇଁ ମରଣୋତ୍ତର ଭାବେ ସ୍ବର୍ଗତ ବାସୁଦେବ ଦାଶଙ୍କ ପାଇଁ ତାଙ୍କ ପୁଅ ଜଗବନ୍ଧୁ ଓ ଅଭିମନ୍ୟୁ ତ୍ରିପାଠୀଙ୍କ ଗ୍ରାମର ପାଲା ଓ ସାଂସ୍କୃତିକ ଅନୁଷ୍ଠାନ ଗଠନରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଭୟ ଗାୟକଙ୍କ ବାୟକ ଓ ପାଳିଆଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ପରିଚୟ ଅନୁଷ୍ଠାନର ଉପସଭାପତି ଶ୍ରୀନିବାସ ଶତପଥୀ କରିଥିବାବେଳେ ସମ୍ପାଦକ ବୀର କିଶୋର ଦାଶ ମାନପତ୍ର ପାଠ ଓ ପରିଚଳନା କରିଥିଲେ। କୋଷାଧ୍ୟକ୍ଷ କଳ୍ପତରୁ କର ଧନ୍ୟବାଦ ଦେଇଥିଲେ।

ସଂଯୋଜକ ସୁମିତ ପତି, ସନ୍ତୋଷ ତ୍ରିପାଠୀ, ସୌମ୍ୟ ରଂଜନ ଦାଶ, ଚିରଞ୍ଜିବି ଦାଶ, ପରାମର୍ଶ ଦାତା ଅଜିତ କୁମାର ଦାଶ, ଜ୍ୟୋର୍ତିମୟ ତ୍ରିପାଠୀ,ଅମୂଲ୍ୟ ଧନ କର, ଗୌରୀ ରଞ୍ଜନ ମିଶ୍ର,ଲୋକ ନାଥ ମିଶ୍ର, ଜ୍ଞାନେନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଲାକୁ ଶୃଙ୍ଖଳିତ ଭାବେ ପରିବେଷଣ କରାଇବା ସହ ପ୍ରତ୍ୟହ ଶ୍ରୋତାଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଥିଲା। କାର୍ଯ୍ୟକ୍ରମକୁ ଭବତୋଶ ଶତପଥୀ, ସିଦ୍ଧାର୍ଥ ଦାଶ, ପବନ କର ଆର୍ଯ୍ୟ ପ୍ରସାଦ ଦାଶ,ପ୍ରକାଶ ଦାଶ,ଲଲା ତେନ୍ଦୁ ମିଶ୍ର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାନା କରିଥଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri